ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସ୍ତରରେ ମସଜିଦ ରୁ ଲାଉଡ ସ୍ପିକର ହଟାଓ ଅଭିଜାନ ଆରମ୍ଭ କଲା ଦେବସେନା ସଂଗଠନ

ଭବାନିପାଟଣା -:   ଆଜି କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଠାରେ ଦେଵ ସେନା ତରଫରୁ ଜ଼ିଲ୍ଲା ପାଲ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜ଼ିଲ୍ଲାପାଳ ଅନୁପସ୍ଥିତ ଥିବାରୁ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଙ୍କୁ ସାକ୍ଷାତ କରି ଜିଲ୍ଲା ରେ ଥିବା ମସଜିଦ ରୁ‌ ଲାଉଡ ସ୍ପିକର ବିରୋଧ ରେ ଓ ଏହାକୁ ବନ୍ଦ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଭାରତ ସରକାର ଓ‌ ମହାମହିମ ରାଜ୍ୟପାଳ ଓଡ଼ିଶା,ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଦେଶ ଅଧ୍ୟକ୍ଷ ଘେନୁରାମ ମଙ୍ଗରାଜ, ଜିଲ୍ଲା ଉପାଧ୍ୟକ୍ଷ ରିଖିରାମ ମେହେର, ମଣ୍ଡଳ ମହାସଚିବ ନିଳେଶ ବଂଶଲ, ମଣ୍ଡଳ ଅଧ୍ୟକ୍ଷ ତ୍ରିଲୋକ ସିଂ, ମଣ୍ଡଳ ଉପାଧ୍ୟକ୍ଷ ଅଭୟ ସିଂ ରାଜପୁତ,କରୁଣା ବାଗ, ଚନ୍ଦ୍ରଶେଖର ରଣା,ପିଣ୍ଟୁ ସ୍ବାଇଁ,ଉମା ଶଙ୍କର ନିଆଲ,ମହେନ୍ଦ୍ର ମାଝୀ ସହିତ ଅନେକ ଦେବସୈନିକ ଉପସ୍ଥିତ ରହିଥିଲେ ।ଏହି ଅଭିଯାନ ରେ ଯୋଗ ଦେଇଥିବା ସମସ୍ତ ଦେବସୈନିକ ଭାଇ ମାନଙ୍କୁ ଦେବସେନା ଓଡ଼ିଶା ପ୍ରଦେଶ  ଅଧ୍ୟକ୍ଷ  ଧନ୍ୟବାଦ ଜଣେଇ ଥିଲେ।

ଭବାନୀପାଟଣା ରୁ ଖିରୋଦ କୁମାର ମଙ୍ଗରାଜ ଙ୍କ ରିପୋର୍ଟ

Related posts

ନାଉରିଆ କିପରି ଭାଙ୍ଗିଲେ ଅହଙ୍କାରୀ ବ୍ଯକ୍ତିଙ୍କ ଗର୍ବ

Sunil Chandra Nayak

ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ପକ୍ଷରୁ ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ; ବିଶାଳ ଶୋଭାଯାତ୍ରା ଓ ଧାରଣା     

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

Leave a Comment

error: Content is protected !!