ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

 

     ଜଣାଣ

 ମାନଗୋବିନ୍ଦ ସ୍ବାଇଁ

ମୋ ମନ ମନ୍ଦିର ମୋ ପୂଜା ଦେବତା
    ଭକ୍ତିରେ ଜାଳୁଛି ଦୀପ
ଦୋଷ କ୍ଷମା କର ଜୀବନର ଯେତେ
   ଛାଡ଼ି ଯାଉ ମୋର ପାପ ।
ଭକ୍ତିର ଭାବରେ ପ୍ରାର୍ଥନା କରୁଛି
    ଜୀବନ ଦିଅ ଶୃଂଖଳା
ତପ ଜପ କରି ଧରଣୀ କି ଆସୁ
   ଶାନ୍ତିର ଏକତା ମେଳା।
କେତେ ଦିନ ଧରି ଜନତା କନ୍ଦାଇ
   ଖୁସିରେ କ’ଣ ରହିବ
ଶୁଣିବା ହୋଇବ ତାଙ୍କ ବାକ୍ୟସବୁ
    ସମାଧାନ ଦିଅ ଭାବ।
ଭକ୍ତ କହେ ହରି ସଂକୀର୍ତ୍ତନ କରି
     ଅନୁଭବ ମୋ ଭକ୍ତିରେ
ନଦିଆ କୀର୍ତ୍ତନ ଭଜନ କରୁଛି
    ତୁମେ ଅଛ ମୋ ହୃଦରେ।
ତୁମେ ଅଛ ପ୍ରଭୁ ଭଜନ ଜଣାଣ
     ସଂଗୀତ ସ୍ବର ଭିତରେ
 ତାଳ ଦେଇ ଗାନ ଭାବରେ ଭଜିଲେ
    ଭକ୍ତି ଆସେ ମୋ ହୃଦ ରେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଓଡ଼ିଶା ମୋ ପରିବାର’ଜୀବନ ବିନ୍ଦୁ ‘ଏବଂ ରାଇରଙ୍ଗପୁର କ୍ରିକେଟ କ୍ଲବ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର 

Sunil Chandra Nayak

ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ 3ଗିରଫ 

Sunil Chandra Nayak

ନିଖୋଜ ବାବୁଲା ର ମୃତ ଶରୀର ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!