ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଅଞ୍ଚଳରେ ବୁଲା କୁକୁର ଆତଙ୍କ

କୋକସରା,୧୧/୬- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଗତ କିଛି ଦିନ ହେବ ବୁଲା କୁକୁର ପଳ ଆତଙ୍କ ଖେଲାଇଛି । କୁକୁର ପଳ ହାବୁଡରେ ଯିଏ ପଡିଲା ମଣିଷ, ଛେଲି, ମେଣ୍ଢା ସେ ଆକ୍ରମଣର ଶିକାର ହେଉଛି । ଗତ ସୋମବାର ଦିନି ଏହି କୁକୁର ପଳ ଗମ୍ଭାରୀଗୁଡା ଅଞ୍ଚଳର ୨୦ ଟି ମେଣ୍ଢାକୁ ଆକ୍ରମଣ କରି ଝୁଣି ଖାଇଥିବା ବେଳେ ଶୁକ୍ରବାର ଅନୁରୁପ ଭାବରେ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ କେନାଲହୁଡା ରାସ୍ତାରେ ଚରୁଥିବା ଛେଲି କୁ ଆକ୍ରମଣ କରିଛି । କୁକୁର ପଳ ଆକ୍ରମଣରେ ଗୋଟିଏ ଛେଲି ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଛେଲି ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । କୁକୁର ପଳ ଆକ୍ରମଣ କୁ ଦେଖି ଭୟରେ ଛେଲି ଜଗୁଆଲି ହେମନ୍ତ ମାଝି ସେଠାରେ ଅଚେତ ହୋଇ ପଡିଥିଲେ । ହେଲେ କୁକୁର ପଳ ତାଙ୍କୁ ଆକ୍ରମଣ କରି ନଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଉଦ୍ଧାର କରି କୋକସରା ଡାକ୍ତରଖାନା କୁ ପଠାଥିଲେ । ସେଠାରେ ଦୀର୍ଘ ୪ ଘଣ୍ଟା ପରେ ଯୁବକ ହେମନ୍ତ ର ଚେତା ଫେରିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ବଙ୍ଗୋମୁଣ୍ଡା ଅଞ୍ଚଳରେ ଅନେକ ଥର ବୁଲା କୁକୁର ପଳ ଆକ୍ରମଣରେ ମଣିଷ, ଛେଲି, ମେଣ୍ଢା ଭଲି ଅନେକ ଜୀବ ଆକ୍ରମଣର ଶିକାର ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଦିନକୁ ଦିନ ଅଞ୍ଚଳରେ ବୁଲା କୁକୁର ପଳ ଆତଙ୍କ ବଢିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Related posts

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ମାସା ଆର୍ମି ତରଫରୁ ଲିଖିତ ଦାବିପତ୍ର

Sunil Chandra Nayak

କନ୍ଧମାଳ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ନୂତନ ଜିଲ୍ଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!