ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳସେଚନ ଦାବିରେ ଉଠା ଜଳସେଚନ ପ୍ରକଳ୍ପର ଦୁଇ ଅଧିକାରୀଙ୍କୁ ଅଟକ ରଖିଲେ ଖପ୍ରାମାଲ ଚାଷୀ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଛାଡିଲେ

କୋକସରା,୨୧/୯-  ( ମ ନି ସ)  ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ବାରମ୍ବାର କୋକସରା ବ୍ଲକ କୁସୁମଖୁଣ୍ଟି ଠାରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୂଷାପାଲି ପଞ୍ଚାୟତର ଚାଷୀମାନେ ବିଗତ କିଛିଦିନ ତଳେ ଯାଇ ଜଳସେଚନ ପାଇଁ ଅଭିଯୋଗ କରିଥିଲେ। ବୁଧବାର ଉଠା ଜଳସେଚନ ପ୍ରକଳ୍ପ ର ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ବାଗ ଓ ଇଞ୍ଜିନିୟର ଏସ. ପଲ୍ଲେଇ ମୂଷାପାଲି ପଞ୍ଚାୟତ ଖପ୍ରାମାଲ ଗାଁ ନିକଟରେ ଚାଷୀଙ୍କ ଅଭିଯୋଗ ପରେ ସ୍ଥିତି ପରିଦର୍ଶନ କରିବାକୁ ଯାଇଥିବା ବେଳେ ଉତ୍ତେଜିତ ଚାଷୀମାନେ ଦୁଇ ଅଧିକାରୀଙ୍କୁ ଅଟକ ରଖିଥିଲେ। ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଦୁଇ ଚାଷୀ ପ୍ରମୋଦ ପାତ୍ର ଓ ଭରତ ଗୋପାଳଙ୍କ ଚାଷ ଜମିରେ ଉଠା ଜଳସେଚନ ଭୂତଳ ପଏଣ୍ଟ ପୋତି ହେବା କାରଣରୁ ତଳ ଅଞ୍ଚଳରେ ଥିବା ଚାଷୀଙ୍କ ଜମିକୁ ଜଳସେଚନରେ ବାଧାପ୍ରାପ୍ତ ହେଉଥିଲା । ଏହି ପଏଣ୍ଟକୁ ମରାମତି କରିବାକୁ ହେଲେ ଦୁଇ ଚାଷୀଙ୍କ ଚାଷ ନଷ୍ଟ ହେବା ନେଇ ଦୁଇ ଚାଷୀ କ୍ଷତିପୂରଣ ଦାବି କରିଥିଲେ । ହେଲେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଦୁଇ ଅଧିକାରୀ ମାନେ ଅମଙ୍ଗ ହେବାରୁ ଖପ୍ରାମାଲ ଗ୍ରାମର ଚାଷୀ ଗଣପତି ଠାକୁର, ଧନଞ୍ଜୟ ରାଉତ, ଜୟଲାଲ ଠାକୁର, ସଦାନନ୍ଦ ରାଉତ, ଯାଦବ ନାଏକ, କ୍ଷୀର ନାଏକ, ପରମେଶ୍ବର ଛାତ୍ରୀଆ, କୌଶିକ ବାଗ ସମେତ ଅନ୍ୟ ଚାଷୀମାନେ ଦୁଇ ଅଧିକାରୀଙ୍କୁ ଅଟକ ରଖିଥିଲେ ଓ କାହିଁକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜଳସେଚନ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଳି ସମାଧାନ ନହେବା ପର୍ଯ୍ୟନ୍ତ ଅଧିକାରୀଙ୍କୁ ଛାଡ଼ିବୁ ନାହିଁ ବୋଲି ଅଡ଼ି ବସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋକସରା ତହସିଲଦାର ରାକେଶ କୁମାର ପାରୁଆ ଓ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବାରିହା, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଭୂତଳ ପଏଣ୍ଟ ରହିଥିବା ଦୁଇ ଚାଷୀଙ୍କୁ ଚାଷ ନଷ୍ଟ ନେଇ କ୍ଷତିପୂରଣ ଦିଆଯିବ ବୋଳି ପ୍ରତିଶ୍ରୁତି ଦେବାପରେ ଦୁଇ ଅଟକ ଅଧିକାରୀଙ୍କୁ ଚାଷୀମାନେ ଛାଡିଥିବା ଜଣାପଡିଛି। ଏନେଇ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ ଙ୍କ ପ୍ରତିକ୍ରିୟା ନେବାରୁ କିଛି ସ୍ଥାନରେ ପଏଣ୍ଟ ପୋତି ହେବା କାରଣରୁ ତଳମୁଣ୍ଡ କୁ ଜଳସେଚନ ହୋଇ ପାରୁନାହିଁ, ମରାମତି କରିବାକୁ କର୍ମଚାରୀ ଗଲେ ଯାହା ଚାଷଜମି ରେ ପଏଣ୍ଟ ରହିଛି ସେହି ଚାଷୀମାନେ କାମ କରିବାକୁ ଦେଉନାହାନ୍ତି, ଏଣୁ ଏହିପରି ସମସ୍ୟା ଉପୁଜିଛି, ଚାଷୀମାନେ ସହଯୋଗ କଲେ ଜଳସେଚନ ର ସମାଧାନ ହୋଇ ପାରିବ ବୋଳି କହିଛନ୍ତି।

Related posts

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

ଆଜି ଆମପାଣି ବୁଢ଼ାରଜା ଙ୍କ ଦଶହରା, ଏହି ଦଶହରା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଏକ ସମାବେଶ

Sunil Chandra Nayak

ଛାତ୍ର ମୁଣ୍ଡ ରକ୍ତାକ୍ତ ଘଟଣା ରେ ଶିକ୍ଷୟତ୍ରୀ ସସ୍ପେଣ୍ଡ

Sunil Chandra Nayak

Leave a Comment

error: Content is protected !!