ମୟୂରଭଂଜ-/୨୨/୦୫/୨୦୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକରେ ଶତାଧିକ ବିଭିନ୍ନ ଶ୍ରମିକଙ୍କ ମଧ୍ୟରେ ପଥର ଖାଦାନରେ ପଥର ଫଟାଉଥିବା ଶ୍ରମିକଙ୍କୁ,ପଥର ଲୋଡ଼ିଂ କରି ଦୂରକୁ ନେଉଥିବା ଗାଡ଼ି ଚାଳକଙ୍କୁ, ଘର ନିର୍ମାଣ କରୁଥିବା ମିସ୍ତ୍ରୀ,ରେଜା ଓ କୁଲି,ଜାମଦା ପୋଲିସ୍ କର୍ମଚାରୀଙ୍କ ନିକଟକୁ ଯାଇ ଦହି ସରବତ,ଲେମ୍ବୁ ସରବତ,ଓ.ଆର୍.ଏସ୍,ଛତୁଆ ସରବତ,ଘୋଳ ଦହି,ବେଲପଣା ୟୁଏସ୍ଆଇ ସଂଗଠନ ମୟୂରଭଞ୍ଜ ପକ୍ଷରୁ ବଣ୍ଟନ କରାଯାଇଛି |ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ବାମନଘାଟୀ ସଂଯୋଜକ ମୋହନ ମୁର୍ମୁଙ୍କ ଉପସ୍ଥିତିରେ ବିଭିନ୍ନ ପଥର ଖାଦାନ ବୁଲି ବୁଲି,ଘର ନିର୍ମାଣ ହେଉଥିବା ସ୍ଥାନ କୁ ଯାଇ ସରବତ ବଣ୍ଟନ କରିଥିଲେ |ମନୋଜ କୁମାର ମହାନ୍ତି, କିଶୋର କୁମାର ବେହେରା,ଦୀପକ କୁମାର ମହାନ୍ତି,ମନୋଜ ମଣ୍ଡଳ,କାଣ୍ଡସର ଗ୍ରାମର ଲକ୍ଷ୍ମୀଧର ପାତ୍ର,ଲାଲୁବାବୁ,ବିର୍ସା କଣ୍ଡାଙ୍କେଲ୍,ଆସମାନ ମୁଣ୍ଡା,ସୋନା ସର୍ଦ୍ଦାର,ପରଦାନ କାଲୁଣ୍ଡିଆ,ବାଲେ ନାଏକ,ବତୀ କାଲୁଣ୍ଡିଆ ସହଯୋଗ କରିଥିଲେ |ଶ୍ରମିକମାନେ ଦହି ସରବତ ପାନ କରି ଏ ସବୁର ଆୟୋଜକଙ୍କୁ ଆନନ୍ଦିତ ହୋଇ ଧନ୍ୟବାଦ ଦେଇଥିବା ବେଳେ ଏସବୁ ସରବତରେ ଭୃଷଙ୍ଗା ପତ୍ର,ତୁଳସୀ ପତ୍ର,ପଦିନା ପତ୍ର,ବେଲ ପତ୍ର ମିଶ୍ରିତ ସରବତର ଉପକାରିତା ଉପରେ ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଶ୍ରମିକମାନଙ୍କୁ କହିଥିଲେ |
ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ