ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଲେ ଶୁଭାରମ୍ଭ
ଧର୍ମଗଡ:୨୪/୫/୨୨: କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ରବି ଋତୁ ଧାନକ୍ରୟ ଗତ ୨୦ ତାରିଖ ରୁ ଆରମ୍ଭ ହୋଇ ଥିବା ବେଳେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରୁ ଧାନ କ୍ରୟ ଶୁଭାରମ୍ଭ ଆଜି ହୋଈ ଯାଇଛି । ନିୟନ୍ତ୍ରିତ ବଜାର କମିଟି ଅଧିନସ୍ତ ନାନ୍ଦୋଲ ମଣ୍ଡି ରେ ଗୃହ ରାଷ୍ଟ୍ର ତଥା ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଧାନ କ୍ରୟ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ଯ କ୍ରମ ରେ ଧର୍ମଗଡ ଏଆରସିଏସ ଭିକାରୀ ଚରଣ ସେଠ, ଆରଏମସି ଆକାଉଣ୍ଟାଣ୍ଟ ବସନ୍ତ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ନାନ୍ଦୋଲ ମଣ୍ଡି ରେ ଚଳିତ ରବି ଋତୁ ରେ ଧାନ ବିକ୍ରୀ ପାଈ ମୋଟ ୨୯୧ ଜଣ ଚାଷୀ ଅନ ଲାଇନ ପଞ୍ଜିକରଣ କରିଛନ୍ତି । ଆଜି ପ୍ରଥମ ଦିନ ରେ ୭ ଜଣ ଚାଷୀ ଙ୍କ ଧାନ ଏଠାରେ କ୍ରୟ କରାଯାଇ ଥିଲା । ମଣ୍ଡି ସହିତ ରବିନ ଫୁଡ୍ ବନମାଳୀ ପୁର ଏବଂ ଆରକେ ଉଦ୍ୟୋଗ କେସିଙ୍ଗା ଧାନ ଉଠାଣ ପାଇଁ ଟ୍ୟାଗ ହୋଈଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରେ ଚଳିତ ରବି ଋତୁ ରେ ଜୁନାଗଡ ବ୍ଲକ ରେ ମୋଟ ୨୬ ଟି ମଣ୍ଡି, ଧର୍ମଗଡ ବ୍ଲକ ରେ ୪ ଟି ମଣ୍ଡି ଏବଂ ଗୋଲାମୁଣ୍ଡା ବ୍ଲକ ରେ ୫ ଟି ମଣ୍ଡି ଏହି ପରି ମୋଟ ୩୫ ଟି ମଣ୍ଡି ରେ ଅନ ଲାଇନ ପଞ୍ଜିକରଣ କରିଥିବା ୪୫୨୬ ଜଣ ଚାଷୀ ଙ୍କ ଠାରୁ ଧାନ କ୍ରୟ କରାଯିବ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।