ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା – ରବିମଣ୍ଡି ଆରମ୍ଭ, ପ୍ରଥମ ଦିନରେ ଉଠିଲା ନାହିଁ ବସ୍ତାଏ ଧାନ 

ନୂଆପଡା : ନୂଆପଡ଼ା ଜିଲ୍ଲା ଖରିଆରୋଡ ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ରବିମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୂଆପଡା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ଆନୁଷ୍ଠାନିକ ଭାବେ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମଣ୍ଡି ପ୍ରାଙ୍ଗଣରେ ପାରମ୍ପାରିକ ଢଙ୍ଗରେ ପୂଜାର୍ଚ୍ଚନା କରାଯାଇଥିଲା । ନିୟନ୍ତ୍ରୀତ ବଜାର କମିଟି ସଂପାଦକ ବିବେକାନନ୍ଦ ମହାନନ୍ଦ, ଅତିରିକ୍ତ ଯୋଗାଣ ଅଧିକାରୀ ଥଣ୍ଡୁରାମ ନାଏକ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନା ଥାଉକି ଚଳିତ ରବି ମଣ୍ଡିପାଇଁ ଜିଲ୍ଲାର ୨୬ଟି ସମବାୟ ସମିତିରେ ୩୫ଟି ଧାନ ବିକ୍ରୟ କେନ୍ଦ୍ର ଖୋଲାଯିବାର ନିଷ୍ପତି ନିଆଯାଇଛି । ଏହି କ୍ରମରେ ଜିଲ୍ଲାର ୨୫ଟି ମିଲକୁ ଧାନ କ୍ରୟରେ ସାମିଲ କରାଯାଇଥିବା ବେଳେ ଚଳିତ ବର୍ଷ ଗତବର୍ଷ ଠାରୁ ପ୍ରାୟ ୩ହଜାର ଅଧିକ ଛାଷୀ ଅର୍ଥାତ ୯୯୦୪ ଜଣ ଚାଷି ନିଜ ନିଜ ନାମ ପଞ୍ଜିକୃତ କରିଛନ୍ତି ବର୍ତମାନ ସମୟରେ ଜିଲ୍ଲାରୁ କେତେ ଧାନ ସଂଗ୍ରହ କରାଯିବ ତାହାର ସଠିକ ସଂଖ୍ୟା ଜଣାପଡିନଥିଲେ ମଧ୍ୟ ପ୍ରଥମ ଦଫାରେ ୩ଲକ୍ଷ ୨ହଜାର୮୬୫କୁଇନଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ମଣ୍ଡି ଖୋଳିବାରେ କିଛିଟା ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ରବି ଋତୁରେ ଧାନ ସଂଗ୍ରହ ଶାନ୍ତିପୂର୍ଣ ରହିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ଆଶା ପ୍ରକାଶ କରିଛନ୍ତି । ତେବେ ଅନେକ ଧାନ କ୍ରୟ କେନ୍ଦ୍ରରେ ଦାନ ସୁରକ୍ଷିତ ଭାବରେ ରଖିବାର ସୁବିଧା ନଥିବାରୁ ଯୋଉଦିନର ଧାନ ସେହିଦିନ ଉଠାଇବା ପାଇଁ ଚାଷି ମାନେ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଦିନରୁ ହିଁ ବିଭ୍ରାଟ ହେବା ଆରମ୍ଭ ହୋଇଯାଇଛି । ବିନା କଟନି ଛଟନି ଧାନ ବିକ୍ରି କରିବାକୁ ଚାଷିମାନେ ଜିଦ ଧରିଥିବା ବେଳେ ମିଲମାଲିକ ମାନେ ଅନୁନ୍ୟ କୁଇନଟାଲ ପିଛା ୩କିଗ୍ରା କଟନି କରିବା ପାଇଁ ଜିଦରେ ଅଟଳ ଅଛନ୍ତି । ଏହାକୁ ନେଇ ଛକାପଞ୍ଝା ଲାଗି ରହିଥିବାରୁ ଆଜି ଖରିଆରୋଡ ମଣ୍ଡିକୁ ୮ଜଣ କୃଷକଙ୍କ ୭୫୬ବସ୍ତା ଧାନ ଆସିଥିଲେ ମଧ୍ୟ ବସ୍ତାଟିଏ ମଧ୍ୟ ଧାନ ଉଠିପାରିନାହିଁ। ଏ ସମ୍ପର୍କରେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଗୋଟିଏ ରାତିର ତାତି

Sunil Chandra Nayak

ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

Sunil Chandra Nayak

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

Sunil Chandra Nayak

Leave a Comment

error: Content is protected !!