ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବେନ୍ଦ୍ର ଦାଶ ଙ୍କ କବିତା ମାଁ ମହିଷାମର୍ଦ୍ଦିନୀ

ମାଁ ମହିଷାମର୍ଦ୍ଦିନୀ

ନମସ୍ତେ ଜଗଜ୍ଜନନୀ ଆରତ ତାରିଣୀ।
ଦୁର୍ଗତି ନାଶିନୀ ଅମ୍ବେ ଖର୍ପର ଧାରିଣୀ।।
ଚଣ୍ଡମୁଣ୍ଡ ସଂହାରିଣୀ ବିପଦ ତାରିକା।
ଭାବେ ଡାକିଲେ ପ୍ରସନ୍ନା ହେଉ ମା କାଳିକା।।
ନମସ୍ତେ ମାଁ ଦଶଭୁଜା ଆଗୋ ସ୍କନ୍ଧମାତା।
ଏ ଭବ ସାଗରେ ଏକାତୁମେ ନାବ ଦାତା।।
ନମସ୍ତେ ଶଙ୍କର ପ୍ରିୟା ଛିନ୍ନମସ୍ତା ଦେବୀ।
ତତେ ସୁମରିଲେ ମୁର୍ଖ ହୁଏ ମହାକବି।।
ନମସ୍ତେ ଚଣ୍ଡି ଚାମୁଣ୍ଡା ମସ୍ତକ ମାଳିନୀ।
ତୋର ଦରଶନେ ଯାଉ ଦିବସ ରଜନୀ।।
ନମସ୍ତେ ପାପ ନାଶିନୀ ମାଗୋ ମହାମାୟୀ।
ମୁଁ ଛାର ତୋହର ଗୁଣ ବଣ୍ଣିକି ପାରଇ।।
ଏବେ ଶରତେ ତୋହର ଧରାବତରଣ ।
ଏ ମୁରୁଖ ମାଗେ ତୁମ ଚରଣେ ଶରଣ।।

ଦେବେନ୍ଦ୍ର ଦାଶ

ଭବାନୀପାଟଣା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମରୀଚିକା

Sunil Chandra Nayak

ଜୁନାଗଡ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନାୟିକା ର ନାଁ ବର୍ଷା

Leave a Comment

error: Content is protected !!