ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବେନ୍ଦ୍ର ଦାଶ ଙ୍କ କବିତା ମାଁ ମହିଷାମର୍ଦ୍ଦିନୀ

ମାଁ ମହିଷାମର୍ଦ୍ଦିନୀ

ନମସ୍ତେ ଜଗଜ୍ଜନନୀ ଆରତ ତାରିଣୀ।
ଦୁର୍ଗତି ନାଶିନୀ ଅମ୍ବେ ଖର୍ପର ଧାରିଣୀ।।
ଚଣ୍ଡମୁଣ୍ଡ ସଂହାରିଣୀ ବିପଦ ତାରିକା।
ଭାବେ ଡାକିଲେ ପ୍ରସନ୍ନା ହେଉ ମା କାଳିକା।।
ନମସ୍ତେ ମାଁ ଦଶଭୁଜା ଆଗୋ ସ୍କନ୍ଧମାତା।
ଏ ଭବ ସାଗରେ ଏକାତୁମେ ନାବ ଦାତା।।
ନମସ୍ତେ ଶଙ୍କର ପ୍ରିୟା ଛିନ୍ନମସ୍ତା ଦେବୀ।
ତତେ ସୁମରିଲେ ମୁର୍ଖ ହୁଏ ମହାକବି।।
ନମସ୍ତେ ଚଣ୍ଡି ଚାମୁଣ୍ଡା ମସ୍ତକ ମାଳିନୀ।
ତୋର ଦରଶନେ ଯାଉ ଦିବସ ରଜନୀ।।
ନମସ୍ତେ ପାପ ନାଶିନୀ ମାଗୋ ମହାମାୟୀ।
ମୁଁ ଛାର ତୋହର ଗୁଣ ବଣ୍ଣିକି ପାରଇ।।
ଏବେ ଶରତେ ତୋହର ଧରାବତରଣ ।
ଏ ମୁରୁଖ ମାଗେ ତୁମ ଚରଣେ ଶରଣ।।

ଦେବେନ୍ଦ୍ର ଦାଶ

ଭବାନୀପାଟଣା

Related posts

ଗୁଣ୍ଡୁରୀ ତେଲ ନଦୀ ପଥର ଚଟାଣରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ଆଇ.ଜି ଏମ କଲେଜ ଠାରେ ଧୂଷୁରୀ ରେ ନିଶାନିବାରଣ ମହା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବେଣୁଧର ସୂତର ଙ୍କ କବିତା ବର୍ଷା ବସୁମତୀ

Sunil Chandra Nayak

Leave a Comment

error: Content is protected !!