ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

    ଜଣାଣ

     ମାନଗୋବିନ୍ଦ ସ୍ବାଇଁ

ଦେହ ପଚି ଶଢି ହୋଇ ଯାଉ ଖତ
       ଜଗତେ ମିଳୁଥା ଭାତ
ଯେତେ ଦିନ ଥିବି ଶାନ୍ତିରେ ରହିବି
     ହେ ପ୍ରଭୁ ମୋ ଜଗନ୍ନାଥ।
ତାଙ୍କରି ନାମରେ ବିଶ୍ବରେ ପ୍ରଚାର
       ଗୁଣ ଜ୍ଞାନ କରୁଥିବି
ଆଶୀର୍ବାଦ ଦିଅ କାମରେ ଆଗୋଇ
       ଗୁଣ ଯଶ଼ଃ ଗାଉଥିବି।
ମୋଜୀବନପଛକେ ଦୁଃଖକଷ୍ଟେଥାଉ 
       ଧରା ଜନ ରହୁ ଖୁସି
ମୋ ଆଶା ପୂରଣ ଜଗତ ଜୀବନ
     ଶାନ୍ତି ଦିଅ ବିଶ୍ବବାସୀ।
ଆଖିର ଲୁହରେ ଲେଖି ଦେଇ ପଦ
    ମୋ ଉପସ୍ଥାପନ ଆଗେ
ସଂସାର ଜଞ୍ଜାଳ ବୁଝିବାକୁ ହବ
   ହାତ ଟେକି ମହାଭାଗେ।
ମନ୍ଦିର ଉଡୁଛି ନାଲିଆ ବାନା ଲୋ
        ଭକ୍ତଙ୍କୁ ଦେଉ ଦର୍ଶନ
ତୋ ବାନା ସେମିତି ଉଡୁ ଥାଉ ସଦା
      ଶାନ୍ତି ହେ ବିଶ୍ବ ଜୀବନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମହାଲିଙ୍ଗଠାରେ ଅଗ୍ରସେନ ଜୟନ୍ତି ପାଳିତ 

Sunil Chandra Nayak

ପୁଟୁପଡା ରାସ୍ତା ଖୋଲି ଅବରୋଧ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!