ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ଼ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳିତ

ରାଉରକେଲା/ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ପାଳିତ ହେଉଛି l ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମରେ ସାରା ଦେଶ ମଧ୍ୟ ସାମିଲ ହୋଇଛି।ଏହି ଅବସରରେ “ବହୁଜନ ହିତାୟ, ବହୁଜନ ସୁଖାୟ” ମନ୍ତ୍ରରେ ମନ୍ତ୍ରିତ ଆକାଶବାଣୀ ରାଉରକେଲା ଏକ ଅଭିନବ ତଥା ଅଦ୍ଵିତୀୟ କାର୍ଯ୍ୟ କରିବାରେ ସଫଳ ହୋଇଛି l ସ୍ଥାନୀୟ ସେକ୍ଟର ୬ ସ୍ଥିତ ଦୁର୍ଗାପୁର ପାହାଡ଼ ଉପରେ ( ହିଲଟପରେ ) ଅବସ୍ଥିତ ଏହାର ଟ୍ରାନ୍ସମିଟର ଠାରେ ଥିବା ରେଡ଼ିଓ ଟାୱାରରେ ଜାତୀୟ ପତାକା ଉତ୍ତୋଳିତ କରି ରାଉରକେଲାବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇପାରିଛି lସୂଚନାଯୋଗ୍ୟ ଯେ, ୨୪ ଜୁନ୍ ୧୯୯୫ ମସିହାରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ କରକମଳରେ ଉଦଘାଟିତ ହୋଇଥିବା ଏହି ବେତାର କେନ୍ଦ୍ରର ଷ୍ଟୁଡ଼ିଓ ଜଗଦା ଠାରେ ରହିଛିl ଏହି କେନ୍ଦ୍ରଟି ପ୍ରତିଷ୍ଠା ହେବା ଦିନଠାରୁ ସବୁବର୍ଗର ଶ୍ରୋତା ତଥା ସବୁଦିଗକୁ ଦୃଷ୍ଟିରେ ରଖି, ସୂଚନା, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସ୍ୱଚ୍ଛତା, କଳା, ସାହିତ୍ୟ, ସଂସ୍କୃତି, ଶିଳ୍ପ, ବିଜ୍ଞାନ, ମନୋରଞ୍ଜନ ତଥା ସରକାରଙ୍କର ବିଭିନ୍ନ ଯୋଜନା ଆଦି ବିଷୟରେ ଉନ୍ନତମାନର କାର୍ଯ୍ୟକ୍ରମ ମାନ ପ୍ରସାରଣ କରିଆସୁଛି ଏବଂ ଏହି ୬ କିଲୋୱାଟ କ୍ଷମତା ବିଶିଷ୍ଟ ଟ୍ରାନ୍ସମିଟର ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରୁଛି l ଏହି ଟ୍ରାନ୍ସମିସନ କେନ୍ଦ୍ର ଠାରେ ଜାତୀୟ ପତାକାକୁ ଆକାଶବାଣୀ ରାଉରକେଲା କେନ୍ଦ୍ର ଯାନ୍ତ୍ରିକ ବିଭାଗର ମୁଖ୍ୟ ଇଞ୍ଜିନିଅର ମହମ୍ମଦ ସମିମ୍ ଉତ୍ତୋଳନ କରିଥିଲେ l ଉତ୍ତୋଳିତ ହୋଇଥିବା ୨୦×୩୦ ଫୁଟ ଆକାରର ଏହି ଜାତୀୟ ପତାକାଟିକୁ ଲୁଧିଆନାରୁ ଅଣାଯାଇ ବିଶେଷଜ୍ଞଙ୍କ ଦ୍ୱାରା ଟ୍ରାନ୍ସମିଟର ସ୍ଥିତ ରେଡ଼ିଓ ଟାୱାରରେ ଖଞ୍ଜାଯିବା ସହିତ ତିନିରଙ୍ଗର ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି l ସୂଚନାଯୋଗ୍ୟ ଯେ ଏହା ସମୁଦ୍ରପତନଠାରୁ ୬୧୭ ଫୁଟ ଉଚ୍ଚ ଦୁର୍ଗାପୁର ପାହାଡ଼ (ହିଲଟପ) ସ୍ଥିତ ୪୭ ମିଟର ବିଶିଷ୍ଟ ରେଡ଼ିଓ ଟାୱାରରେ ଉତ୍ତୋଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟା ତଥା କାର୍ଯ୍ୟକ୍ରମ ନିଷ୍ପାଦିକା ଆଲ୍ହାଦିନୀ ହୋତା, ପ୍ରସାରଣ ନିଷ୍ପାଦକ ବସନ୍ତ କୁମାର ସ୍ୱାଇଁ, ବରିଷ୍ଠ ଉଦଘୋଷକ ରଘୁନନ୍ଦନ ଲାକ୍ରା, ଏକାଉଣ୍ଟାଣ୍ଟ ସିକନ୍ଦର ସଏ, ଯାନ୍ତ୍ରିକ ବିଭାଗର ସିନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ ମଞ୍ଜୁଳା ମିଶ୍ର, ହରିହର ନାୟକ, ଇଂଜିନିୟରିଂ ଆସିଷ୍ଟାଣ୍ଟ ବିଲଚାନ୍ଦ ମିଞ୍ଜ ଦେବାଶିଷ ଚକ୍ରବର୍ତ୍ତୀ, ନାରାୟଣ ପରମାଣିକ, ଚିତ୍ତରଞ୍ଜନ ଜେନା, ସୌଭାଗ୍ୟ ବାରିକ, ଦେବଯାନୀ ଚକ୍ରବର୍ତ୍ତୀ, ସନ୍ତୋଷ କୁମାର ଗୁପ୍ତା, ବିକାଶ ସାମଲ, ସତ୍ୟ ସାହୁ, ମିନାକ୍ଷୀ ନାୟକ, ନିରଞ୍ଜନ ତ୍ରିପାଠୀ, ଗିରିଶ ନାୟକ, ଶ୍ୟାମ ହାଁସଦା, ଦିଲ୍ଲୀପ ଖଡ଼ିରତ୍ନ, ବିକ୍ରମ ସାହୁ, ସୁରେଶ ସିଂହ, ଶ୍ୟାମ ଚରଣ ଯାଦବ ଏବଂ ବିତ୍ତ ଓ ପ୍ରଶାସନ ବିଭାଗର ରମେଶ ବାଡ଼ାଇକ୍, ସ୍ଵର୍ଣ୍ଣଲତା ହେମ୍ରମ, ନିରଞ୍ଜନ ମୁଣ୍ଡାରୀ, ଉଦଘୋଷକ ଅଶୋକ କୁମାର ରାଉତ, ଉପସ୍ଥାପିକା ଶୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ବିଭାଗ, ଯାନ୍ତ୍ରିକ ବିଭାଗର କର୍ମଚାରୀଙ୍କ ସମେତ ସୁରକ୍ଷା ବିଭାଗ କର୍ମଚାରୀ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୌସୁମୀ ହେ ତୁମେ ଆସ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!