ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଫେରାର ଫଗୁଣ 

 ଫେରାର ଫଗୁଣ 

ଫାଜିଲ ଫଗୁଣ ଫାଶରେ ଫସିଲା
  ପ୍ରକୃତି ଫୁଲ ମତି
କୋଇଲି ଗାଇଲା କାମ କଳା ଗୀତି
  କୁହୂକୁହୁ ଦିନ ରାତି ।
ଅନ୍ଧାର ପୂର୍ବରୁ ଅସ୍ତ ସୂର୍ୟର
  ଅରୁଣିମା ପଡେ ନଇଁ
ଦ୍ଵିତୀୟା ଜହ୍ନକୁ ଯାମିନି ଖୋଜିଲା
  ଜହ୍ନ ଖୋଜୁ ଥିଲା କଇଁ ।
ରଜନୀଗନ୍ଧ।ର ରତିଏ ସ୍ବପ୍ନକୁ
  ଋତିମତିର ଆଶା
ମନସ୍ଵିନୀର ମୁକ୍ତ କବରୀରେ
  ମଲ୍ଲି ମାଳତୀ ମିଶା ।
ଚଇତି ରାତିରେ ଚୋରା ପିରତି କୁ
  ଚାହିଁଥିଲା ରାଜଜେମା
ଆମ୍ରପଲ୍ଲୀର ତାମ୍ର ପତ୍ରରେ
  ତରବର ରାଜି ନ।ମା ।
ବାସି ହେଉଥିଲା ଶୁଭ୍ର ଶେଫାଳୀ
  ଖସି ପଡୁଥିଲା ହେନ।
ଫେରିବନି ଆଉ ଫେରାର ଫଗୁଣ
  ଆସନ୍ତା ସ।ଲକୁ ଅନା ।

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଯାଜପୁର ରୋଡ଼

Related posts

ଉତ୍କଳ ଦିବସ ରେ ବିଜେଡ଼ି ପାରିଷଦ ଙ୍କ ଉପେକ୍ଷା ଅଭିଯୋଗ

Sunil Chandra Nayak

କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଲେ ମତଦାନ

Sunil Chandra Nayak

ତଲାଗାଁ ଠାରେ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!