ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଜମା ଭଲ ଲାଗୁନାହିଁ ।।

।। ଜମା ଭଲ ଲାଗୁନାହିଁ ।।

     

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

ରାଜଧାନୀ ଆଜି
ରତି-ରଙ୍କୁଣୀ
         ଲମ୍ପଟ ମାରେ ହାଇ,
ରାତି ଅନ୍ଧାରେ
ରତିକ୍ଳାନ୍ତା ସେ
         ଦେଖେ ଲମ୍ପଟ ଛାଇ ।।
ଦିବସେ ଯାହାକୁ
ଦେଖିଥିଲା ସିଏ
          କରିଥିଲା ପ୍ରଣିପାତ,
ଦେବତା ବୋଲି ସେ
ମଣିଥିଲା ଯାକୁ
          ଯୋଡି଼ଥିଲା ବେନି ହାତ ।।
ବାଢ଼ିଥିଲା ତାରେ
ଅଧିକାର ତା’ର
          ଜୀବନ ଜୀଇଁବା ପାଇଁ,
ବାର ବିଳାସିନୀ
ଜୀବନଟା ତାକୁ
         ଜମା ଭଲ ଲାଗୁନାହିଁ ।।
ତନ୍ଦ୍ରାତୁର ଆଖିତାର
ଚ଼ମକି ଚାହିଁଲା
ଲମ୍ପଟର ସେ
         ମୁହଁଟାକୁ ବାରଂବାର ।।
ବିଷେଇଗଲା ତା ମନ
ପ୍ରବଞ୍ଚକର
ପାଦ ଧରି ଯାହା
         ମାନିଥିଲା ଭଗବାନ ।।
ଭାଳିଲା ମନରେ
ଦାନବକି ଆଜି
          ଦେବତାର ରୂପ ନିଏ,
ଛଳନାର ଜାଲେ
ଧରଣୀ ମାତା କୁ
         ବିବସନା କରିଦିଏ।।
ପ୍ରଶ୍ନର ଜାଲେ
ଛନ୍ଦି ପଡ଼ିଲା
         ବୁଦ୍ଧି ତା ହେଲା ବଣା,
ଭଗବାନ ତାକୁ
କୋରି ଖାଉଥିଲା
         ନପଡି଼ଲା ତିଳେ ଜଣା ।।
          
କୁମାର ପୁର। ଅନନ୍ତପୁର।
ବାସୁଦେବପୁର। ଭଦ୍ରକ।

Related posts

ରାଜେଶ କୁମାର ମୁଣ୍ଡ ଙ୍କ କବିତା ଅନାମିକା

କବିତା – ଜୀବନେ ସତ୍ୟଟି ଏହି

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ ତରଫରୁ ରେଲୱେ ଷ୍ଟେସନରେ ସ୍ବଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!