ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବଭାରତୀୟ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ

ଭବାନୀପାଟଣା:୩୧/୮- (ମନିସ):- ଗତ କାଲି   ଯଥା ବୁଧବାର ୩୧/୮/୨୦୨୨ ତାରିଖ ଦିନ ସ୍ଥାନୀୟ ବିଜୁ କଲ୍ଯାଣ ମଣ୍ତପ ଭବାନୀପାଟଣା ଠାରେ ଭବାନୀପାଟଣା ପୌର ପରିଷଦ ତରଫରୁ ସର୍ବଭାରତୀୟ ସ୍ବାୟତ୍ତ ଶାସନ ମହାସମାରୋହରେ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ଓଡିଶା ସରକାର ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ସ୍ବାୟତ୍ତ ଶାସନର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଲୋକ ସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ତା, ଜୁନାଗଡ ବିଧାୟକ କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପେନ୍ଦ୍ର ସିଂହ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ,କଳାହାଣ୍ଡି ଜିଲ୍ଲା ସାହିତ୍ଯିକ ତଥା ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ଅଧ୍ଯକ୍ଷ କଳାହାଣ୍ତି ଜିଲ୍ଲା ପରିଷଦ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରିଥିଲେ। ଅଧ୍ଯକ୍ଷା ପୌର ପରିଷଦ ଶ୍ରୀମତୀ ସଂଯୁକ୍ତା ବେହେରା ପ୍ରାରମ୍ଭିକ ସୂଚନା ଏବଂ ସ୍ବାଗତ ଭାଷଣ ପ୍ରଦାନ କରି ଥିବାବେଳେ ନିର୍ବାହୀ ଅଧିକାରୀ ଶ୍ରୀ ବଳୟ ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏ ସଭାରେ କଳାହାଣ୍ଡି ର ବିଭିନ୍ନ କୃତି ସନ୍ତାନ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଧାନ କରାଯାଇଥିଲା। ବିଭିନ୍ନ ସମୟରେ ପୌର ପରିଷଦର କର୍ମୀ ମାନେ କାର୍ଯ୍ଯରତ ସମୟରେ ନିଜ ଜୀବନକୁ ଉର୍ସଗ କରିଛନ୍ତି ସେହି ସ୍ବର୍ଗତ ଆତ୍ମନ ମାନଙ୍କୁ ମରତୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲେ। ଏବଂ କରୋନା ଯୋଦ୍ଧା ମାନଙ୍କୁ ଦୁଇଶହ ପଚାଶ ଜଣଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା କରାଯାଇ ବିଜେତା ବିଜୟିନୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ସାଂସ୍କୃତିକ କାର୍ଯ୍ଯକ୍ରମରେ ଘୁମୁରା,ବଜାସାଲ ଏବଂ ସମ୍ବଲପୁର ନୃତ୍ୟ ପରିବେଷଣ କରା ଯାଇଥିବାବେଳେ ସମସ୍ତ ସଭାକାର୍ଯ୍ଯ ଶ୍ରୀ ସଞ୍ଜିପ କୁମାର ସିଂହ ପରିଚାଳନା କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମା ଙ୍କ ରିପୋର୍ଟ

Related posts

ତନ୍ମୟ କିଶୋର ଦାସ ଙ୍କ କବିତା ଏବେକାର ବୋହୂ ବାଣୀ 

Sunil Chandra Nayak

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ୨୦୨୨ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ

Sunil Chandra Nayak

ପଞ୍ଚାୟତ ଗୃହ କାର୍ଯ୍ୟ ସ୍ଥଗିତ କରିବାକୁ ବିଡ଼ିଓ ଙ୍କୁ ଅଭିଯୋଗ କଲେ ତୁନଗାଁ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!