ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ଯୁବକ ଗିରଫ

ଡାବୁଗାଁ, ୭/୧୦ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ବିଦ୍ୟୁତ ତାର ଚୋରୀ କରିବା ଅଭିଯୋଗରେ ଶୁକ୍ରବାର ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ ଯେ ଗୁରୁବାର ବିଳମ୍ବିତ ରାତ୍ରିରେ ଡାବୁଗାଁ ଥାନା ଅଧୀନ ଝରିଗୁଡା ଛକ ନିକଟ ରେ ଜମି ମଧ୍ୟକୁ ଯାଇ ଜଣେ ଯୁବକ ଡାବୁଗାଁ ରୁ ଉମରକୋଟ ଯାଇଥିବା ୩୩ କେଭି ବିଦ୍ୟୁତ ଲାଇନ ରୁ ବିଦ୍ୟୁତ ତାର ଚୋରୀ କରୁଥିବା ସମୟରେ ପୋଲିସ ଖବର ପାଇ ଚଢାଉ କରିଥିଲା | ଉକ୍ତ ସ୍ଥାନରୁ ଯୁବକ ଜଣଙ୍କୁ ଗିରଫ କରି ପଚରାଉଚରା କରିବାପରେ ଝରିଗୁଡା ଛକ ନିକଟ ଏକ ମକା ଜମିରେ ଲୁଚାଇ ରଖିଥିବା ୯ ବ୍ୟାଣ୍ଡେଲ ବିଦ୍ୟୁତ ତାର ଉଦ୍ଧାର କରାଯାଇଛି | ଏନେଇ ଉମରକୋଟ ବିଦ୍ୟୁତ ବିଭାଗ ଏସଡିଓ ସୁଶାନ୍ତ ସେନାପତି ଡାବୁଗାଁ ଥାନାରେ ଏକ ଏତଲା ଦେଇଥିଲେ | ଗିରଫ ଯୁବକ ଜଣଙ୍କ ହେଲା ଡାବୁଗାଁ ଥାନା ଅଧୀନ ମେଣ୍ଡ୍ରା ଗ୍ରାମର ଘାସିରାମ ସାନ୍ତା (୨୬) | ତାଙ୍କ ଠାରୁ ୯ ବ୍ୟାଣ୍ଡେଲ ବିଦ୍ୟୁତ ତାର ଓ ଗୋଟିଏ ମୋଟର ସାଇକେଲ ପୋଲିସ ଜବତ କରାଯାଇଛି | ଜବତ ହୋଇଥିବା ୯ ବ୍ୟାଣ୍ଡେଲ ବିଦ୍ୟୁତ ତାର ର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ | ଶୁକ୍ରବାର ଅଭିଯୁକ୍ତ ଘାସିରାମ ସାନ୍ତା ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇ ସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ଏନେଇ ଥାନା କେସ ନଂ୧୫୧/୨୨ ରେ ଏକ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

Sunil Chandra Nayak

ବିଦ୍ୟୁତ୍‌ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଚକାନୟନ 

Sunil Chandra Nayak

ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରାର ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!