ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

  ମଦୁଆ ଉବାଚ

 

            ଅପର୍ତ୍ତି ସେଠୀ

   (ରମ୍ୟ ରଚନା)
ମଦୁଆ କହୁଛି ଶୁଣରେ ସାଧୁଆ 
     ମୋ କଥା ମନ ଦେଇ,
ମଦ ଛାଡି ଦୁଧ କାହିଁକି‌ ତୁହିରେ
   ବିକୁ ବୁଲେଇ ବୁଲେଋ।
ଭଲ ମଣିଷଟି ହବୁ ଯଦି ଆରେ
      ମଦ ଟୋପେ ଟୋପେ ପିଇ,
ମୁହଁ ଟେକି ବାଟ ଚାଲିବୁ ତୁହିରେ
      ମରଦ ପୁଅଟି ହୋଇ।
 ମୁଁ ଯେମିତିକା ମରଦ ହୋଇକି
      ମୁଣ୍ଡ ଟେକି ଚାଲୁଅଛି,
ମଦ ପଡିଗଲେ ପଦ ବାହାରୁଛି
      ଦୁନିଆଁ ମୋତେ ଡରୁଛି।
ମଦ ପିଇ ଷଣ୍ଢ ଭଳି ହୋଇ ମୁହିଁ
     ଅବଶ୍ୟ ରାସ୍ତାରେ ଶୁଏ,
କୁକୁର ବି ମୋତେ ଏତେ ଭଲ ପାଏ
        ମୋ ମୁହଁକୁ ଚାଟୁଥାଏ।
ମଦ ପିଏ ଯିଏ ମର୍ଦ୍ଦାଙ୍ଗୀ ବୋଲାଏ
       ଦୁଧ ପିଏ ଯିଏ ଗଧ,
ମଦର ପାଓ୍ଵାର ଦୁଧେ କି ମିଳିବ
      ମଦ ମୋ ପ୍ରିୟ ଔଷଧ।
ନାହିଁ ଯଦି ମଦ ଉଠୁନାହିଁ ଶବ
      ନାହିଁ ମେଲଣ କୀର୍ତ୍ତନ ,
କାହିଁକି କିଏ ବା ଦୁଧକୁ ଖୋଜିବ
      ତୋଷ ନୋହୁଛି‌ ମୋ ମନ। 
ମଦ ଆଉ ଦୁଧ ବିରୋଧୀ ଶବଦ
      ମଦ ଦୁଧଠାରୁ ବଡ଼,
ମଦ ବିକ୍ରି ହୁଏ ଗ୍ରିଲ୍ କାଉଣ୍ଟରେ
      ଅଛି ସିକୁରିଟି ଗାର୍ଡ।
ମଦ ଲିଟରକ ଦାମ୍ ପାଖରେ
       ମୂର୍ଚ୍ଛା ଚାଲିଯିବ ଦୁଧ,
 ତିରିଶିଟଙ୍କାର ଦୁଧ ହାଉଯାଉ
       ହଜାରୁଁ ଅଧିକା ମଦ।
ମଦ ହସୁଅଛି ଏସି ଦୋକାନରେ
       ମଦୁଆଙ୍କ ଧାଡ଼ି ଲାଗେ,
ଦୁଧକୁ ବୁଲେଇ ବିକେ ଦୁଧବାଲା
       ବାକି ପ‌ଇସାକୁ ମାଗେ।
ମଦୁଆକୁ ଏଠି ସଭିଏଁ ଚିହ୍ନନ୍ତି
       ସରକାର ପରିଯନ୍ତେ,
ମଦ ବିକ୍ରି ପାଇଁ ପୁରସ୍କାରମାନ
       ଘୋଷଣା କରନ୍ତି କେତେ।
ମଦ ବିକ୍ରି ହେଲେ ରାଜସ୍ଵ ବଢୁଛି
       ମଦ ଆମ ଅର୍ଥତତ୍ତ୍ୱ,
ଦୁଧଚାଷୀ ଏଠି ମରୁଛି ଦୁଃଖରେ
       ହୋଇଖାଲି ହନ୍ତସନ୍ତ।
ମଦୁଆ ଯେତେକ ଆମେ ଅଛୁ ଏଠି
       କରିବୁ ଯେ ଅନଶନ,
କେବେ ମଦୁଆକୁ ପୁରସ୍କାର ସହ
       ମିଳିବ ଯେ ସନମାନ‌?
ଚାଉଳ କିଲେକୁ‌ ଟଙ୍କାରେ ନ ଦେଇ
       ମାଗଣା ମଦ ଦିଅନ୍ତୁ,
ତେବେ ରାଜଗାଦି ମାଡିକି ବସନ୍ତୁ
       ଭୋଅଟ୍ ଯେତେ ନିଅନ୍ତୁ।
ମଦୁଆ ମାନଙ୍କୁ ମାସିକିଆ ଭତ୍ତା 
       ପଚିଶି ହଜାରେ ମିଳୁ,
ମଦୁଆ ବଢନ୍ତୁ ରାଜସ୍ଵଟି ବଢୁ
      ମଦ ଯେତେ ବିକ୍ରି ଚାଲୁ।
ମଦ ଆମ ହକ ମଦ ଅଧିକାର
      ମଦ ଆମ ସ୍ବାଭିମାନ,
ମଦ ଆମ ଦେଶ ଗୌରବ ବଢାଏ
      ଆମ ରାଜ୍ୟ ସନମାନ।
ତେଣୁ ତୁ ସାଧୁଆ ଦୁଧ ବିକ୍ରି ଛାଡି
      ଆମ ହାତେ ହାତ ମିଳା,
ମଦ ପିଇ ପିଇ ନେ ଖାଲି କୀଳା
       କରୁଥା ତୁ ରାମଲୀଳା।
ମଦୁଆ କଥାରେ ସାଧୁଆ ଭାଇର
       ରାଗ ପଞ୍ଚମକୁ ଗଲା,
କନମୂଳିଆକୁ ଲକ୍ଷ୍ୟ କରି ଶକ୍ତ
       ଚାପୁଡ଼ା ଚଢ଼େଇ ଦେଲା।
ସାଧୁଆ ଭାଇର ଏକା ଚାପୁଡାକେ
       ମଦୁଆ ନିଶା ଖସିଲା,
ଦୁଧର ପାଓ୍ଵାର‌ ଏକାଥରକରେ
        ଭଲ ଭାବେ ବୁଝିଗଲା।
ନାଇଁ ନାଇଁ ମଦ ପିଇବିନି ଆଉ
        କହିକହି ଯାଉଥାଏ,
ସାଧୁଆ ଭାଇର ଚାପୁଡାକୁ ଭାବି
         ଅପର୍ତ୍ତିଟା ହସୁଥାଏ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

Related posts

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍  ଡିଗ୍ରୀ         

Sunil Chandra Nayak

ସାଂସଦ ପାଣ୍ଠି ରୁ ଭୂତ ନାଥ ମନ୍ଦିର ରେ ଶିଳାନ୍ୟାସ

Sunil Chandra Nayak

Leave a Comment

error: Content is protected !!