ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁଙ୍କ ନାମରେ ସବୁ କାମ କଲେ
       ହୁଏ ସବୁ ମୋ ସଫଳ 
ପ୍ରଭୁ ଆଶିର୍ବାଦ ମୋ ପାଇଁ ସମ୍ବାଦ
    ହୁଏ ସବୁ ମୋ ମଙ୍ଗଳ।
ଯେତେ ଦୂର ଯିବି ସେତେ ଦୂର ହବ
      ପଥ ମୋର ପରିଷ୍କାର
ଦର୍ଶନ ହୋଇବ ପ୍ରଭୁ ଦେଖା ପୁଣ୍ୟ
     ପାଦୁକା ଜଳ ମଧୁର।
ଫୁଲ ଦେଇ ପୂଜା ଭକ୍ତିରେ ଭଜନ
     ଗାଇବି ମୁ ନିରନ୍ତର
ଚାହିଁ ଦେଲେ ପ୍ରଭୁ ଭାବ ଆସିଥାଏ
     ଭକ୍ତି ବଢଇ ମନର।
ହୁଳହୁଳି ଶଦ୍ଦ ଘଣ୍ଟ କର ତାଳି
       ମନ୍ତ୍ର ଧ୍ବନି ତପ ଜପ
ନିତି ଯେ ଅଭ୍ୟାସ କରୁଥିଲେ ସଦା 
    ଛାଡି ଯିବ ହୃଦ ପାପ।
ଦିନ କାମ ସବୁ କରୁଥିଲେ ଯାହା
     ସନ୍ଧ୍ୟାରେ କରୁ ପ୍ରାର୍ଥନା
କ୍ଷମା ମାଗୁ ଥାଉ ପ୍ରଭୁଙ୍କ ପାଖରେ
     ହଟି ଯାଉ ମୋ ଯନ୍ତ୍ରଣା। 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନିଆରା ଛେଳି ବ୍ୟାଙ୍କ

Sunil Chandra Nayak

ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନ

Sunil Chandra Nayak

କାର୍ଯ୍ୟଭାର ଗ୍ରହଣ କଲେ ଗୋବର୍ଦ୍ଧନପୁରର ନବନିର୍ବାଚିତ ସରପଞ୍ଚ ବୈଦେହୀ ମାଝୀ

Sunil Chandra Nayak

Leave a Comment

error: Content is protected !!