ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁଙ୍କ ନାମରେ ସବୁ କାମ କଲେ
       ହୁଏ ସବୁ ମୋ ସଫଳ 
ପ୍ରଭୁ ଆଶିର୍ବାଦ ମୋ ପାଇଁ ସମ୍ବାଦ
    ହୁଏ ସବୁ ମୋ ମଙ୍ଗଳ।
ଯେତେ ଦୂର ଯିବି ସେତେ ଦୂର ହବ
      ପଥ ମୋର ପରିଷ୍କାର
ଦର୍ଶନ ହୋଇବ ପ୍ରଭୁ ଦେଖା ପୁଣ୍ୟ
     ପାଦୁକା ଜଳ ମଧୁର।
ଫୁଲ ଦେଇ ପୂଜା ଭକ୍ତିରେ ଭଜନ
     ଗାଇବି ମୁ ନିରନ୍ତର
ଚାହିଁ ଦେଲେ ପ୍ରଭୁ ଭାବ ଆସିଥାଏ
     ଭକ୍ତି ବଢଇ ମନର।
ହୁଳହୁଳି ଶଦ୍ଦ ଘଣ୍ଟ କର ତାଳି
       ମନ୍ତ୍ର ଧ୍ବନି ତପ ଜପ
ନିତି ଯେ ଅଭ୍ୟାସ କରୁଥିଲେ ସଦା 
    ଛାଡି ଯିବ ହୃଦ ପାପ।
ଦିନ କାମ ସବୁ କରୁଥିଲେ ଯାହା
     ସନ୍ଧ୍ୟାରେ କରୁ ପ୍ରାର୍ଥନା
କ୍ଷମା ମାଗୁ ଥାଉ ପ୍ରଭୁଙ୍କ ପାଖରେ
     ହଟି ଯାଉ ମୋ ଯନ୍ତ୍ରଣା। 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

Leave a Comment

error: Content is protected !!