ସମାଜର ଚିତ୍ରଟିଏ
ନିରୁପମା ପାଣି
ସ୍ୱାର୍ଥ ପର ମଣିଷ ଅତିତକୁ କେତେଶିଘ୍ର ଭୁଲିଯାଏ ଭାବି ଏ ମୁର୍ଖ ମନଟା ବିଳାପ କରୁଛି ! କେବେ ଲୋକମାନେ ଅନ୍ୟ ର କଷ୍ଟ ଯନ୍ତ୍ରଣା କୁ ବୁଝିପାରିବେ ଭାବୁଛି! ସମାଜର ନିଛକ ଚିତ୍ରଟିଏ ଆଜିର ଏଇ ଛୋଟ ଲେଖାଟି ! ଯଦି କେହି ଜଣେ ବି ବୁଝି ପାରେ ମୋ ଲେଖା ସାର୍ଥକ ହେବ ଆଶା କରେ!!
ବାପା ମାଆଙ୍କୁ ନ୍ୟାୟ ଦବା ତାଙ୍କ ଆଖରୁ ଲୁହ ପୋଛି ହସ ଦବା ମୋ ଉଦ୍ଦେଶ୍ୟ! ବର୍ଷେଷତଳେ ଜଣେପୁଅ ତା ‘ମାଆକୁ କହୁଥିଲା ଯେ ତୁ ଘରେ ନରହିଲେ ମୋତେ ଭଲ ଲାଗୁନି ! ଆଜି ସେହି ପୁଅ କହିବାର ଶୁଣିଲି ‘ ମୁଁ ଥିଲା ବେଳେ ପଦାକୁ ଯିବୁନି ! ମୁ ଦାଣ୍ଡରେ ଥିଲାବେଳେ କାହା ସହ କଥାହେବୁନି,ଏମିତିକି ମାଆ ଯଦି କାହାସହ କଥା ହେଲା ଅଶାନ୍ତି ସୃଷ୍ଟି ହେଉଛି ! କାରଣ କେବଳ ମାଆ ପାଖରେ ଆଉ ସ୍ୱାର୍ଥ ନାହିଁ!!
ବର୍ତ୍ତମାନ ଯୋଉମାନେ ପୁଅର ନିଜର ସେମାନେ ପିଣ୍ଢା ଦାଣ୍ଡରେ ସକାଳୁ ଉଠିଲା ବେଳରୁ ବଡ ପାଟିରେ କଥା ହେଉଛନ୍ତି ହୋ ହୋ ହସୁଛନ୍ତି ,ତାଙ୍କ ସହ ପୁଅବି ତାଳ ଦେଇ ହସୁଛି ଗପୁଛି ମନ ଖୁସିରେ !!
ସାଇ ପଡିଶା ଲୋକ ଆସି ହସ ଖୁସି ଜମେଇ ଦେଉଛନ୍ତି,ସେଥିରେ ପୁଅର ଅଶାନ୍ତି ନାହିଁ!!
ମନରେ ପ୍ରଶ୍ନ ଆସୁଥିବ ଏମିତି ହେବାର କାରଣ କ ‘ଣ ହେଇ ପାରେ ! ସତ ଏହିଯେ ପୁଅ ଆଜିକା ସମାଜରେ ସ୍ତ୍ରୀ ର ସବୁ ଇଛାକୁ ସ୍ୱାମୀ ପୁରଣ କରିବ ! ସ୍ତ୍ରୀ ଯୋଉ ଲୋକଙ୍କ ସହ ମିଶିବ , ସେହି ଲୋକ ଆସି ଘରେ ବସା ଉଠା କରିବେ ! ସ୍ତ୍ରୀ ଯାହା କହିବ ସେଇଟା ବେଦର ଗାର ! ଆଜିକା ଯୁଗରେ କେହି ବି ବୋହୁ ଅଛନ୍ତି ଯିଏ କି ଶାଶୁ ଶ୍ୱଶୁରଙ୍କୁ କାହାସହ କଥା ହେଲେ ଛପି ଶୁଣୁଛନ୍ତି ! ସତକୁ ମିଛ କରି ଆଜ୍ଞାଧିନ ସ୍ୱାମୀ ପାଖରେ ମିଛ କହି ଘରେ ଝଗଡା ସୃଷ୍ଟି କରୁଛନ୍ତି!! ଯୋଉଟାକି ଆଜିକା ଶିକ୍ଷିତ ସମାଜର ପୁଅ ମାନେ ବୁଝି ପାରୁ ନାହାନ୍ତି !! କୌଣସୀ ବି ମାଆ ବାପା ପୁଅର ବୈବାହିକ ଜୀବନରେ ଅଶାନ୍ତି ନହେଉ ଚାହାନ୍ତିନି! ତେଣୁ ସେମାନେ କେବେ ପୁଅକୁ କହନ୍ତିନି ନି ବୋହୁଟି ବାଡି ଛାତ ଉପରେ ଧିର କଥାରେ ଘଣ୍ଟା ଘଣ୍ଟା ଫୋନ୍ ରେ କଥା ହୁଏ , ମୁଁ କହୁନି ଯେ ସେମାନେ କାହାକୁ ପର ଲୋକକୁ ଗପୁଛନ୍ତି ! ସେମାନେ ନିଜ ଲୋକଙ୍କୁ ଗପୁଛନ୍ତି ହେଲେ ସାଇ ପଡିଶା ଲୋକ ଙ୍କୁ ବି ଭୟ ନାହିଁ! ନିଜ ଲୋକଙ୍କୁ ଠିକ୍ ଗପିଲେ ଜଣେ ଘରଠୁ ଦୂରକୁ କାହିଁକି ଯିବ ‘ଚୁପି ଚୁପି କାହିଁକି ଗପିବ! ଏହାର କାରଣ କ ଣ ହୋଇପାରେ ! ଖରାପ ଲାଗିଲେ ବି ସତ ସେମାନେ କେବଳ ଘର ଭଙ୍ଗା ଲୋକଙ୍କୁ ଗପନ୍ତି ଯିଏକି କୁ ମନ୍ତ୍ରଣା ଦିଅନ୍ତି , ସେମାନେ ଯିଏ ବି ହେଉନ୍ତୁ!!
ସମୟ ଚକ ଘୁରୁଛି , ଆଜିକା ସମୟ କାଲିକୁ ନଥିବ ! ସମସ୍ତେ ଭାବିବା ଦରକାର ! ପ୍ରତ୍ୟେକ ମଣିଷର ରୂଚି ଅଲଗା ! କିଏ କ ଣ ଚାହୁଛି କାହାର ଖୁସି କୋଉଟା! କିଏ ଚୁପି ଚୁପି ଗପି ଖୁସି ହେଲେ କିଏ ହସି ହସି ଗପି ଖୁସି ହୁଏ !! ଅନ୍ୟ କଥାରେ ବଳ ଦେଖାଇ ହସ୍ତକ୍ଷେପ କରିବା କ ଣ ଦରକାର!!
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି , ସମାଜରେ କିଛି ଲୋକ ଅଛନ୍ତି , କାହାର ଅସୁବିଧା ବେଳେ ଦୂରେଇ ରହିଥାଆନ୍ତି ହେଲେ କାହା ପରିସ୍ଥିତି ବଦଳିଗଲେ ତା ଘରେ ପଶି ନିଜ ଖେଳ ଦେଖାନ୍ତି ! ନିଜ ଘର ସଂସାର ଛାଡି ପର ଘରର ସୁଖ ଶାନ୍ତି ନଷ୍ଟ କରି ଦିଅନ୍ତି !! ଯୋଉ ଲୋକ କାହାକୁ ଅସୁବିଧା ବେଳେ ମାଗିଲେ ଟଙ୍କା ଟିଏ ଦିଏନି , ସେଇ ଲୋକ ସମୟ ଅନୁସାରେ ବଦଳି ଟଙ୍କା ଦେଇ ଅନ୍ୟ କୁ ବଶ କରିନିଏ ! ଯୋଉଟାକି ସାରାଜୀବନ ଦୁଃଖ ରେ କଟେଇଥିବା ଲୋଟିର ଆଶାରେ ପାଣି ପକେଇଦିଏ ! ସେ ସବୁଦିନ ଲାଗି ଛୋଟ ହୋଇ ରହିଯାଏ ପରିବାର ଆଗରେ ! ତା ତ୍ୟାଗ ର କିଛି ମୁଲ୍ୟ ରହେନି ! କାରଣ ସେ ଆଉ ଏବେ କିଛି ଦେଇ ପାରୁନି ପାରିବନି ବି ନା ଶ୍ରମ ନା ଧନ ନା ତ୍ୟାଗ ସେ ତ ଏବେ କେବଳ କିଛି ଆଶା କରିବା ସମୟ!!!
ଚାନ୍ଦବାଲି , ଭଦ୍ରକ୍