ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଳିତ ହେଲା ଐତିହସିକ ପୋଡାଗଡ ଦଶହରା 

ନବରଙ୍ଗପୁର— ନବରଙ୍ଗପୁର ଜିଲ୍ଲାର ଐତିହାସିକ ପୋଡ଼ାଗଡ଼ ଦଶହରା ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ଏହି ଦଶହରା ଉତ୍ସବ ରେ ପୋଡ଼ାଗଡ଼ର ତେୟାନବେ ମୌଜାର ପୂଜକ, ସିରା, ବାଜନିଆ, ମହୁରୀଆ ଉପସ୍ଥିତ ରଇତ, ଭଗତ, ଜଗତ ଉପସ୍ଥିତ ହୋଇଥିଲେ । ଏହି ଅବସରରେ ଦେଶିଆ ନାଟକ ପାରିବେଷିତ ହୋଇଥିଲା । ପୋଡ଼ାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତମ ଭତରା, କୃଷ୍ଣ ପୂଜାରୀ, ବିଞ୍ଜାଲ ପୂଜାରୀ, ନାରାୟଣ ପୂଜାରୀ, ପୂର୍ଣ୍ଣ ପୂଜାରୀ ଦୟା ପୂଜରୀ , ମହେନ୍ଦ୍ର ମାଝୀ(ପର୍ଗନିଆ ମାଝୀ) ଯୋଗ ଦେଇଥିଲେ। ଦନ୍ତେଶ୍ଵରୀ ମାଉଲି ଭୈରବ, ଖମ୍ବେଶ୍ବରୀ ଙ୍କ ବିମାନ କୈଳାଶ ବେହେରା ଙ୍କ ଘରୁ ଗୁଲିପାଟଣା ବାସଗୃହରୁ ବାହାରି ପୋଡ଼ାଗଡ଼ ଦଶରାରେ ଯୋଗଦେଇ ଉତ୍ସବ କୁ ସରସ ସୁନ୍ଦର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଖ ପାଖ ରୁ ଆସିଥିବା ସମସ୍ତ ଲାଠି କୁରଚି ବଜାର ପରିକ୍ରମା କରି ପୁଜାର୍ଚନା କରାଯାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନକୁ ସ୍ମରଣୀୟ କରିବ କଳାହାଣ୍ଡି ଯୁବ ଓ ଛାତ୍ର ଜନତା ଦଳ

Sunil Chandra Nayak

ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନ

Sunil Chandra Nayak

ସରପଞ୍ଚ ହେବ ତ ଏମିତି… 

Sunil Chandra Nayak

Leave a Comment

error: Content is protected !!