ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାହୁଡିଲେ ମହାବାହୁ

ଵାହୁଡିଲେ ମହାବାହୁ

ପ୍ରଶାନ୍ତ କୁମାର ନାଥ

 

ବାହୁଡିଲେ ମହାବାହୁ ବାହୁଡାରେ

     ଭାଇ ଭଉଣୀଙ୍କୁ ସଙ୍ଗେ

ଆଡପ ମଣ୍ଡରୁ ଶ୍ରୀମନ୍ଦିର ଯାଏ

    ରଙ୍ଗାଇଲ ଭାବ ରଙ୍ଗେ। 

 

ବଡ଼ଦାଣ୍ଡ ଥିଲା ଭାବମୟ ପୂର୍ଣ୍ଣ

    ଭକ୍ତ ଥିଲେ ସର୍ଵ ଜନ

ଆନନ୍ଦର ଅଶ୍ରୃ ଝରି ପଡୁଥିଲା

    ଦେଖି ସେ ଚକା ନୟନ। 

 

ଭାବରେ କିଏସେ ହେଉଥିଲା ଝୁରି

    କିଏସେ ଭକତି ଭରେ

ଜୟ ଜଗନ୍ନାଥ ଶୁଭୁଥିଲା ଡ଼ାକ

    ବଡ଼ଦାଣ୍ଡେ ଏକ ସ୍ଵରେ। 

 

ଅପୂର୍ବ ଚାହାଣୀ ଚକା ଦିଅଁ ତିନି

     ଚଉଦ ବ୍ରହ୍ମାଣ୍ଡ ଜିଣି

ଭକ୍ତଙ୍କୁ ଯିଏ ଭାଵରେ ଵାନ୍ଧିଛି

     ରଥ ଦଉଡ଼ିରେ ପୁଣି। 

 

ଦେଵତା ଦାନଵ ଜକ୍ଷ ଓ କିନ୍ନର

    ଝୁରୁଛି ତାଙ୍କର ମନ

ମାନଵୀୟ ଲୀଳା କରୁଅଛି ଜଗା

    ଦେଖୁଅଛି ତ୍ରିଭୂଵନ। 

 

ମାନମୟୀ ଲକ୍ଷ୍ମୀ କରିଛନ୍ତି ମାନ

    ଅଭିମାନ ଜଗା ପରେ

ରାଗରେ ଚଞ୍ଚଳା ଆସିଛନ୍ତି ଧାଇଁ

     ଛାଡିବେନି ଶ୍ରୀମନ୍ଦିରେ ।

 

ଗଜପତି ରାଜା ମଧ୍ୟସ୍ଥି ହୋଇଲେ

    ମାତା ଲକ୍ଷ୍ମୀ ଜଗା ପାଇଁ

ସରଳ ଭାବରେ ସମାଧାନ ହେଲା

    ସଂସାର ଉଠିଲା ଚେଇଁ। 

 

ପତି ପତ୍ନୀ ମଧ୍ୟେ ଦାମ୍ପତ୍ୟ ଜୀଵନେ

      କଳି କେଵେ ତ ନଥାଏ

ଲକ୍ଷ୍ମୀଙ୍କର ମାନ ଭାଙ୍ଗି ଦେଲେ ଜଗା

     ଦେଇ ଫୁଲ ହାର ଟିଏ। 

 

ପ୍ରିତି ଭେଟିଟିଏ ପାଇଣ ସୁମୁଖୀ

    ଭୁଲିଗଲେ ସବୁ ମାନ

କାଳିଆର ପାଇଁ ଝୁରି ହେଉଥାଏ

    ପ୍ରତି ରାତି ପ୍ରତି ଦିନ। 

 

ଯେ ଯାହାର ସେ ତାହାର ହୋଇଣ

    ରହିଥାଏ ହୃଦୟରେ

ମୁଁ ତୁମର ଦାସୀ ତୁମେ ମୋ ଦେଵତା

     ତୁମକୁ କି ଛାଡି ପାରେ।।

ପ୍ରଶାନ୍ତ କୁମାର ନାଥ ଜୁଣଗଡି ,ରାଜନଗର କେନ୍ଦ୍ରାପଡ଼ା

Related posts

ସମବାୟ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନ: ଟିକମନ ବାରିକ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ସେହି ମା ପାଇଁ

Leave a Comment

error: Content is protected !!