ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ତେରେସିଂହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀର, ସମ୍ମାନିତ ଅତିଥି ଭାବେ ସିଆରସିସି ହେମନ୍ତ କୁମାର ନାଏକ, ବିଜ୍ଞାନ ଶିକ୍ଷକ ପଙ୍କଜ ବାରିକ, ରାଜେଶ ମାଝୀ, ପ୍ରିତମ୍ ହବୋ, ରୂପାଧର କୁମାର ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ନୀଳମଣି ଗହୀର ମଞ୍ଚ ପରିଚାଳନା କରିଥିଲେ l ଏଥିରେ ତେରେସିଂହା ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଥମିକ ବିଦ୍ୟାଳୟ ତେରେସିଂହା ବସ୍ତି, ବିନ୍ଧାଣି, ସାନ ଡୁଙ୍ଗୁରୀଗୁଡା, ପୁଟିଗାଁ, ପୁରୁଣାପଡ଼ା, ମାଲପଡ଼ା, ରିଞ୍ଜା, ସରଗୁଲ୍, ଟକାରୁମାଲ୍ ଓ ବାଗବୁରେଇ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କୃତ କରାଯାଇ ଥିଲା l ଉପରୋକ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ରୋଷେଇ ଦାୟିତ୍ୱରେ ସଂଜୟ ନାଏକ ଓ ମନୁ ଦାସ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୋଖର ନାଗ ଦଂଶନରେ ମହିଳାଙ୍କ ମୃତୁ

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!