ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଲେବିଡି ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

ଚନ୍ଦାହାଣ୍ଡି (ମ ନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ସାଲେବିଡି ଗ୍ରାମ ଠାରେ ନୂତନ ଭଣ୍ଡାରୁଣୀ ମନ୍ଦିର ପ୍ରତିଷ୍ଠା ଅବସରରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଡୋଶୀ କଳାହାଣ୍ଡି ଜିଲ୍ଲାର ରାବନଗୁଡା, କଦଳିମୁଣ୍ଡା, ପଦମପୁର, ଅନ୍ତରଲା, ନୂଆଗୁଡା, ସାରସମାଲ,କାଶିବାହାଲ ଓ ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଦଳ ଅଂଶ ଗ୍ରହଣ କରି ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲା ଅନ୍ତରଲା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ୧୫ ହଜାର , ନୂଆଗୁଡା ଦଳ ଦ୍ୱିତୀୟ ହୋଇଥିବାରୁ ୧୨ ହଜାର , ତୃତୀୟ ସ୍ଥାନ ଅଧିକାର କରିଥିବା କଦଳିମୁଣ୍ଡା ଦଳକୁ ୧୦ ହଜାର ଟଙ୍କା ପୂଜା କମିଟି ତରଫରୁ ପ୍ରଦାନ କରାଯାଇଥିବା ସହ ସାନ୍ତ୍ୱନା ପୁରଷ୍କାର ଭାବେ ସମସ୍ତ ଦଳକୁ ୫ ହଜାର ଲେଖାଏଁ ପୁରଷ୍କୃତ କରାଯାଇଥିଲା ।ପୂଜା କମିଟି ସଭାପତି ଅନନ୍ତ ସୋରୀ ଙ୍କ ସଭାପତିତ୍ୱରେ ଆୟୋଯିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ସମ୍ମାନୀତ ଅତିଥି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ , ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢୀ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ, ଜିଲ୍ଲା ପରିଷଦ ସଭ୍ୟା କେତକୀମଲ୍ଲୀ ଗୈାଡ ଓ ବର୍ଷା ରାଣୀ ପଟେଲ , ବେହେରାମୁଣ୍ଡା ସରପଂଚ ଚନ୍ଦ୍ରିକା ଧୁରୁଆ, ଉପାଧ୍ୟକ୍ଷ ବାସୁଦେବ ଗୈାଡ, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସୋରୀ, ପୂର୍ବତନ ସରପଞ୍ଚ ଦଶରଥ ଧୁରୁଆ ପ୍ରମୂଖ ଯୋଗଦେଇ ଘୁମୁରା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ନୀଳାମ୍ବର ସୋରୀ, ଶୁକରାମ ବାଘ, ବିଜୟ ସୋରୀ, ଖଗେଶ୍ବର ସୋରୀ, ଅମର ଟିକରିଆ,ଧନ ସିଂ ବାଘ ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରିଥିଲେ । ଯୁବନେତା ଜଗଦୀଶ ବାଘ ଓ ଭୀମସେନ ଡଙ୍ଗରୀ ମଂଚ ପରିଚାଳନା କରିଥିବା ବେଳେ ପ୍ରତିଯୋଗିତାରେ ବିଚାରକ ଭାବେ ଗଗନେଶ୍ବର ଚୌହାନ, ଜଗଦୀଶ ଗୌଡ଼, ଜଗଦୀଶ ବାଘ, ହୃଦିକେଶ ସୁନାନୀ, ସନ୍ତୋଷ ଖମାରୀ ରହିଥିବା ବେଳେ ଅର୍ଜୁନ ସୋରୀ, ଦେବାନନ୍ଦ ସୋରୀ, ବଳଭଦ୍ର ମାଝୀ, ଭାଗିରଥି ମରଠା ସହଯୋଗ କରିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସଂଯୁକ୍ତା ସାହୁ ଙ୍କ କବିତା ରଥ,ପଥ,ଜଗନ୍ନାଥ 

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

ଡୁଇଟି ଡେଭିଡ ଫିଳିଫ ଙ୍କ କବିତା ସକାଳୁ ସକାଳୁ

Sunil Chandra Nayak

Leave a Comment

error: Content is protected !!