ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ସହରରେଥିବା ଭାଗିରଥୀ ଇନ୍ ବିବାହ ମଣ୍ତପ ପଛ ପଟରେ ନିଆଁ ଲାଗିଛି

ଭବାନୀପାଟଣା:୨୪/୪- ମ.ନି.ସ:- ଗ୍ରୀଷ୍ମପ୍ରବାହରେ ସ୍ଥାନେ ସ୍ଥାନେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପୁଣି କିଛି ସ୍ଥାନରେ ନିଆଁ ଲାଗିବା ଦ୍ବାରା ଏଥିରେ ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଥିବା ଘଟଣା ସାମ୍ମାକୁ ଆସୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ଭାଗୀରଥି ବିବାହ ମଣ୍ତପ ପଛପଟରେ କୌଣସି କାରଣ ବଶତଃ ନିଆଁଲାଗି କ୍ଷଣିକ ମଧ୍ୟରେ ହୁତହୁତ ହୋଇ ଜଳିଯାଇଥିଲା। ଯାହାଫଳରେ ସହର ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା। ନିଆଁ ଜଳିବା ଦ୍ବାରା ଭବାନୀପାଟଣା ସହର ଚାରିଆଡେ ଧୂଆଛନ୍ନ ହୋଇଥିଲା। ଖବର ପାଇ ଟାଉନ୍ ଥାନା କର୍ମଚାରୀ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି, ଖବର ଲେଖିବା ପୂର୍ବରୁ ଏହା ଉପରେ କୌଣସି ଅଧିକ ସୂଚନା ମିଳିପାରି ନାହିଁ। ତେବେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି। କିଶନ ଶର୍ମା ଙ୍କ ରିପୋର୍ଟ।

Related posts

ନିଜ  ଟାଙ୍ଗିଆ ଚୋଟ ରେ ଯୁବକ ଗୁରୁତର

ମୋଟରସାଇକେଲ ଚୋରି, ୨ ଜଣ ଗିରଫ

Sunil Chandra Nayak

କେନ୍ଦୁଡଙ୍ଗରି ଗାଁ ରେ ସୁପରିକଳ୍ପିତ ହତ୍ୟା ଘଟଣା ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପରେ ନିରପେକ୍ଷ ତଦନ୍ତ ଦାବି ରେ ମୃତକ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା

Leave a Comment

error: Content is protected !!