ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଚଣ୍ଡ ରୌଦ୍ରତାପ ଦୃଷ୍ଟି ରୁ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବରେ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଏହା ଲାଗୁ ହେବ ବୋଲି   ବିଭାଗୀୟ ସୂତ୍ରରୁ ପ୍ରକାଶ। ସମ୍ପ୍ରତି ରାଜ୍ୟରେ ପ୍ରବଳ ଖରାକୁ ନେଇ ସ୍କୁଲ ଛୁଟି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା।ତେବେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ସ୍କୁଲ ଛୁଟି ସତ୍ତ୍ବେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ। ପାଣିପାଗ ବିଭାଗ ସହ ଆଲୋଚନା କରିଥିଲା ଗଣଶିକ୍ଷା ବିଭାଗ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।  ଯଦି ଆଗକୁ ତାତି ଆହୁରି ବଢେ ତେବେ ଛୁଟି ବଢିପାରେ। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍‌ ୬ରୁ ୧୬ ଯାଏଁ ସ୍କୁଲ ଖରାଛୁଟି ଘୋଷଣା କରାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବାଟ

Sunil Chandra Nayak

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

Sunil Chandra Nayak

ଖାଇବା ତେଲର କୁତ୍ରିମ ମାହାଙ୍ଗା, ଖାଉଟି ହନ୍ତସନ୍ତ , ଯୋଗାଣ ବିଭାଗ ଚୁପ୍

Sunil Chandra Nayak

Leave a Comment

error: Content is protected !!