ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନକଟିକାନୀ ଗ୍ରାମପଞ୍ଚାୟତ ରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ଗୋଳାମୁଣ୍ଡା/ମସିହା/୨୫/୨/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନକଟିକାନି ଗ୍ରାମପଞ୍ଚାୟତ ସଭାଗୃହ ଠାରେ ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି.ସର୍ଵ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରେ ଦୀପ, ଧୂପ, ପୁଷ୍ପ ପ୍ରଦାନ କରାଯାଇଥିଲା, କାର୍ଯ୍ୟକ୍ରମ ରେ ସ୍ଥାନୀୟ ନବନିର୍ବାଚିତ ସରପଞ୍ଚ ସାବିତ୍ରୀ ମାଝୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିଭୁବନ ମାଝୀ ,ଜିଆରଏସ ମାରସିଆଲ ସେନାପତି , ସମେତ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଓ ପଞ୍ଚାୟତବାସୀ ଉପସ୍ଥିତି ଥିଲେ. ଏହି ସଭା ରେ ପଞ୍ଚାୟତ ରେ ସ୍ୱାସ୍ଥ୍ୟ, ଶିକ୍ଷା,ପାନୀୟଜଳ,ଗମନା ଗମନ, ଭତ୍ତା, ଆବାସ ବଣ୍ଟନ ବିଷୟରେ ଆଲୋଚନା ହେଵା ସହ ନକଟିକାନୀ ଗ୍ରାମପଞ୍ଚାୟତ କୁ ଏକ ଆଦର୍ଶ ଗ୍ରାମପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ଜନ ସାଧାରଣ ଓ ନିର୍ବାଚିତ ପ୍ରତିନିଧି ମାନେ ସହଯୋଗ କରିବା ପାଇଁ ସରପଞ୍ଚ ଆହ୍ୱାନ ଦେଇଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏକ ନୂଆ ସକାଳ

Sunil Chandra Nayak

ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!