ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୂଅରେ ପଡିଥିବା ବିଲୁଆକୁ ଉଦ୍ଧାର କଲା ବନ ବିଭାଗ , ଚିକିସ୍ସା କରି ଜଙ୍ଗଲରେ ଛାଡିଲା 

ରାଇଘର (ମ ନି ସ ) ୨୩/୧୦ – ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବନ ବିଭାଗ ଅଧିନରେ ଥିବା ହାତୀବେନା ପିଆରଏଫ୍‌ ଜଂଗଲ ମଧ୍ୟ ସ୍ଥଳରେ ଏକ ବିରାଟ କୂଅ ଭିତରେ ବିଲୁଆ ଫଶି ରହିଥିବା ସ୍ଥାନୀୟ କିଛି ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ରବିବାର ଅପରାହ୍ନ ସମୟରେ ରାଇଘର ବନ ବିଭାଗ କର୍ମଚାରୀ ସହ ବନ୍ୟପ୍ରାଣୀ ଉଦ୍ଧାର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରି କୂଅ ଭିତରୁ ଉଦ୍ଧାର ନିମନ୍ତେ ପ୍ରସ୍ତୁତି କରିଥିଲେ l ବନ୍ୟପ୍ରାଣୀ ଉଦ୍ଧାର ଟିମ୍ ରେ ସାମିଲ ଥିବା ଏ ମୋନଜ୍ କୂଅ ଭିତରେ ପ୍ରବେଶ କରି ବିଲୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ସ୍ଥାନୀୟ ପଶୁ ଚିକିସ୍ସାଳୟକୁ ନେଇ ଚିକିସ୍ସା କରିବା ସହ ବିଲୁଆ ଠିକ୍ ଥିବା ଡକ୍ଟର ପ୍ରକାଶ ପରେ ପୁଣି ଥରେ ହାତୀବେନା ପିଆରଏଫ ଜଂଗଲ ନେଇ ଛଡା ଯାଇଥିଲା l ଏହି ଉଦ୍ଧାର ଟିମରେ ରାଇଘର ଫରେଷ୍ଟର ରାମ ଚନ୍ଦ୍ର ଜାନିଙ୍କ ନେତୃତ୍ୱରେ ବନ୍ୟପ୍ରାଣୀ ଉଦ୍ଧାର ଟିମ୍ ରେ ଏ ମୋନଜ୍,ଗାର୍ଡ ଭବାନୀ ବିସୋଇ,ଦୀପିକା ବେନିଆ ସହ ସ୍କ୍ୱାଡ ଟିମ୍ ସାମିଲ୍ ହୋଇଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ , ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Sunil Chandra Nayak

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

Sunil Chandra Nayak

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!