ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଧନ୍ୱନ୍ତରୀ ଜୟନ୍ତୀ ପାଳିତ

ନର୍ଲା/କେସିଙ୍ଗା (ମନିସ)କଳାହାଣ୍ଡି ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ କିକିଆ (କଟାପଡା) ଆମ୍ବ ତୋଟା ଠାରେ ଆରୋଗ୍ୟର ଦେବତା ତଥା ଆୟୁର୍ବେଦ ଶାସ୍ତ୍ରର ଜନକ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଆୟୁର୍ବେଦ ବୈଦ୍ୟ ଭାଇମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଭଗବାନ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରିଥିଲେ। ସମସ୍ତ ବୈଦ୍ୟମାନେ ଏକ ସଭାରେ ଯୋଗ ଦେଇ ଆୟୁର୍ବେଦର ବିଭିନ୍ନ ଦିଗ ଓ ବୈଦ୍ୟର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। କଳାହାଣ୍ଡି ମୃତ୍ୟୁଞ୍ଜୟ ବୈଦ୍ୟ ସଂଘର ସଭାପତି ଦ୍ବାରିକା ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବୈଦ୍ୟ ଧର୍ମାନନ୍ଦ ପଧାନ, କୁଳମଣି ମେହେର, ସରୋଜକାନ୍ତ ପଧାନ,ଧନମତ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ବୈଦ୍ୟ ସ୍ଵର୍ଗତ ନଟ ସାହୁଙ୍କ ସକାଶେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତ୍ରୈଲୋକ୍ୟ ପଧାନଙ୍କ ସମ୍ପାଦନାରେ ଲୋକ ସ୍ଵାସ୍ଥ୍ୟ ପରମ୍ପରା ସମ୍ବଳିତ ତ୍ରୟ ମାସିକ ପତ୍ରିକା ଗାଁ ବଇଦ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଦନ୍ତ ବିଦ୍ୟା ବିଶାରଦ ଡା ରାଜେଶ କୁମାର ସାହୁ, କବିରାଜ ଦୁର୍ଗା ଚରଣ ପଧାନ, କେଶବ ଚନ୍ଦ୍ର ବାରିକ, ଜଗବନ୍ଧୁ ମୁନି, କେଶବ ମାଝୀ, ସରୋଜକାନ୍ତ ପଧାନ ସହ ଶତାଧିକ ବୈଦ୍ୟ ସଙ୍ଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶରତ ଚନ୍ଦ୍ର ପଧାନ ସଭା ପରିଚାଳନା କରିଥିବା ବେଳେ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘର ସମ୍ପାଦକ ତ୍ରୈଲୋକ୍ୟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତୁଳସୀ

Sunil Chandra Nayak

ଶବରୀ ଶ୍ରମଣାର ପ୍ରଭୁଭକ୍ତି 

Sunil Chandra Nayak

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

Sunil Chandra Nayak

Leave a Comment

error: Content is protected !!