ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଲା ନିମନ୍ତ୍ରଣ, ଗୋ ପୂଜନ, ଗାୟତ୍ରୀ ଓ ଗୀତାଯଜ୍ଞରେ ଯୋଗଦେବେ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ଵର,୨୩/୧୦/୨୨- ପଡୋଶୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଗଢି ଉଠିଛି ” ଗୋଧାମ ଗୋଶାଳା କମିଟି, ସଂକଳ୍ପ ସେବା ଟ୍ରଷ୍ଟ ” । ଏହି ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ଅକ୍ଟୋବର ତା ୩୧/୧୦/୨୨ରୁ ନଭେମ୍ବର ମାସ ତା ୦୨/୧୧/୨୨ ରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିନ ଅର୍ଥାତ୍ ତା ୩୧/୧୦/୨୨ ରିଖ ସୋମବାର ଅଙ୍କୁରାରୋପଣ ଓ ଘଟ ଉତ୍ତୋଳନ, ଦ୍ବିତୀୟ ଦିନ ଅର୍ଥାତ୍ ତା ୦୧/୧୧/୨୨ ରିଖ ମଙ୍ଗଳବାର ଗୋ ପୂଜନ ଏବଂ ଯଜ୍ଞ ଓ ତୃତୀୟ ତଥା ଶେଷ ଦିନ ତା ୦୨/୧୧/୨୨ ରିଖ ବୁଧବାର ଗାୟତ୍ରୀ ଓ ଗୀତାଯଜ୍ଞର ପୂର୍ଣ୍ଣାହୂତି ହେବ । ” ଗୋ ମାତା- ବିଶ୍ବମାତା, ଗୋ ରକ୍ଷା-ଜଗତ ରକ୍ଷା ” କୁ ଆଧାର କରି ହେଉଛି କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଶହ ଶହ ଆଗ୍ରହୀ ଗୋ ସେବକ ମାନେ ଯୋଗ ଦେବେ । ଏଥିରେ ଯୋଗ ଦେବାପାଇଁ କରଞ୍ଜିଆ ଗୋଧାମ ଗୋଶାଳା କମିଟି, ସଂକଳ୍ପ ସେବା ଟ୍ରଷ୍ଟ ତରଫରୁ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, କବି, ସାହିତ୍ୟିକ ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନିକଟକୁ ଆସିଛି ନିମନ୍ତ୍ରଣ । ଜଣେ ସମାଜସେବୀ ଏବଂ ଗୋ ମାତାଙ୍କ ସେବାପ୍ରତି ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ଥିବାରୁ ୩ ଦିନ ବ୍ଯାପୀ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସମ୍ପାଦକ ଶ୍ରୀ ବେହେରା ସମ୍ମତି ପ୍ରଦାନ କରିଛନ୍ତି । ଏଥିସହିତ ୩ ଦିନ ଧରି ଗୋଶାଳାରେ ଥିବା ଗୋମାତାଙ୍କ ସେବାଯତ୍ନ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ କିଛି ପୂଣ୍ୟ ଅର୍ଜନ ନିମନ୍ତେ ସଂକଳ୍ପ ତଥା ମନ ବଳାଇଛନ୍ତି ବୋଲି ଶ୍ରୀ ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ପ୍ରେମ ଦୀର୍ଘଜୀବି ଯୁଗେ ଯୁଗେ

ଦୁର୍ଘଟଣା କୁ ହାତଠାରି ଡାକୁଛି ମୁଣ୍ଡରା ନଦୀ ବ୍ରିଜ ର ଫାଟ, ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ

Sunil Chandra Nayak

Leave a Comment

error: Content is protected !!