ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆପ ର କର୍ମକର୍ତ୍ତା ସମ୍ମିଳନୀ

ଭବାନିପାଟଣା -:   ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ ଜୁନାଗଡ ନିର୍ବାଚନ ମଣ୍ଡଳୀ ରେ ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ କୃତିବାସ ମୁଣ୍ଡ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଭାପତି ଶ୍ରୀ ବିଗ୍ନ ରାଜ ପଣ୍ଡା, ଜୁନାଗଡ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ଡୋଲେଶ୍ୱର୍ ସା, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗଣେଶ ବାଗ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ଇଶ୍ମାଇଲ ବାଗ, ଜିଲ୍ଲା ଉପଦେଷ୍ଟା ଶ୍ରୀ କୃପାସିନ୍ଧୁ ନାୟକ, ଜିଲ୍ଲା ସମ୍ପାଦକ ହେରମ୍ୱ ସେନାପତି, କ୍ଷୀରୋଦ ନାଗ, ବିବେକାନନ୍ଦ ବାଗ ସହିତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏହି ବୈଠକରେ 23 ବର୍ଷ ଶାସନରେ ଥିବା ବିଜେଡି ସରକାର୍ ର ଲମ୍ବା ବିବରଣୀ ଦେଈ ସିଧା ସଳଖ ଟାର୍ଗେଟ କରିଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ କୃତିବାସ ମୁଣ୍ଡ ଏବଂ କହିଥିଲେ ଆମ୍ ଆଦମୀ ପାର୍ଟି ଯଦି ଓଡ଼ିଶା ରେ ସରକାର୍ କରେ ତାହେଲେ ଦିଲ୍ଲୀ ବାସୀ ଶିକ୍ଷ୍ୟା ସ୍ୱାସ୍ଥ୍ୟ ବିଜୁଳି ପାଣି ରୋଜଗାର ଭଳି ଯାହା ସୁବିଧା ପାଉଛନ୍ତି ତାହା ଓଡ଼ିଶା ବାସୀ ମଧ୍ୟ ପାଇବେ ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ମାଁ ଲଙ୍କେଶ୍ଵରୀ ଙ୍କ ପୀଠରୁ ଜୁନାଗଡ ଟାଉନ୍ ହଲ୍ ପର୍ଯ୍ୟନ୍ତ ଏକ ପଦଯାତ୍ରା ମଧ୍ୟ ହେଇଥିଲ। 

କିଶନ ଶର୍ମା, ଭବାନୀ ପାଟଣା 

Related posts

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଏମ.ଡି.ଏମ୍ ପାଚିକା ମାନଙ୍କ ସମସ୍ୟା ନେଇ ଏକ ବୈଠକ

Sunil Chandra Nayak

ଲତା ବେହେରା ଙ୍କ କବିତା ଲୁହ

Sunil Chandra Nayak

Leave a Comment

error: Content is protected !!