ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

ଧର୍ମଗଡ ସହର ରେ ହେବ ୧୦୦ ଟି ଜଳ ସଂରକ୍ଷଣ ପ୍ରକଳ୍ପ 

ଏସ ଏଚ୍ ଜି କରିବେ କାମ

ଧର୍ମଗଡ:୨୬/୪/୨୨: ଆଗକୁ ବର୍ଷା ଦିନ ଆସୁଛି । ବର୍ଷା ଜଳ ସଂରକ୍ଷଣ କରି ରଖିବା ସହ ଭୂତଳ ଜଳ ସ୍ତର କୁ ବଜାୟ ରଖିବା ପାଇଁ ଅଣ୍ଟା ଭିଡ଼ି ଛନ୍ତି ରାଜ୍ୟ ସରକାର । ସହରାଞ୍ଚଳ ରେ ବର୍ଷା ଜଳ ସଂରକ୍ଷଣ ପାଇଁ ହେବ ପ୍ରକଳ୍ପ ଏଥି ପାଇଁ ଆଜି ଧର୍ମଗଡ ଏନଏସି ର ୧୪ ଟି ୱାର୍ଡ ରେ ୱାର୍ଡ଼କମିଟି ମାନଙ୍କ ମାରାଥନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

 ମୁକ୍ତା ଯୋଜନା ରେ ଧର୍ମଗଡ ସହର ରେ ୧୦୦ ଟି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହେବ । ଏହାର ନିର୍ମାଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା କରାଯିବ। ଏଥି ପାଇଁ ଆଜି ବିଭିନ୍ନ ୱାର୍ଡ ରେ ୱାର୍ଡ କମିଟି ବୈଠକ ସବୁ ଅନୁଷ୍ଠିତ ହୋଇ ଯାଇଛି । କାଉନସିଲର ମାନଙ୍କୁ ୱାର୍ଡ କମିଟି ର ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । ଏହି କମିଟି ରେ ୱାର୍ଡ ଅଫିସର, କନିଷ୍ଠ ଯନ୍ତ୍ରୀ, ସ୍ଵଚ୍ଛ ସାଥୀ, ସ୍ଵଚ୍ଛ ସୁପର ଭଇଜର ଓ ଏସଏଚଜି ଗୃପ ସଦସ୍ୟା ମାନଙ୍କୁ ସଦସ୍ୟ ଭାବେ ରଖା ଯାଇଛି । ଧର୍ମଗଡ ସହର ରେ ଥିବା ୯୭ ଟି ଏସ ଏଚ୍ ଜି ଗ୍ରୁପ ଦ୍ଵାରା ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହେବା ପାଇଁ ସ୍ଥିରୀକୃତ ହୋଇଛି । ବୈଠକ ସବୁ ରେ ଉପାଧକ୍ଷା ଶ୍ରୀମତୀ ମନିଶା ମିଶ୍ର, କନିଷ୍ଠ ଯନ୍ତ୍ରୀ ରାଧାମୋହନ ରାୟ ଉପସ୍ଥିତ ରହି ଏହି ପ୍ରକଳ୍ପ ର ଆବଶ୍ୟକତା ଓ ଗୁରୁତ୍ବ ଉପରେ ୱାର୍ଡ କମିଟି ସଦସ୍ୟ/ସଦସ୍ୟା ଙ୍କ ସହ ଆଲୋଚନା କରିଥିଲେ । ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ବଢୁଛି ପାଣି ମୋଟର ଚୋରି ,ଟେର ପାଉନି ପୋଲିସ

Sunil Chandra Nayak

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ମହମବତୀର ତ୍ୟାଗ

Leave a Comment

error: Content is protected !!