ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଓ ଓଡ଼ିଶାର ସୁପରିଚିତ ବନଜ୍ୟୋସ୍ନା ସାହିତ୍ୟ ସଂସଦ ଫୁଲବାଣୀ ଅନୁଷ୍ଠାନ ପକ୍ଷରୁ ୩୦ ତମ ସ୍ବନକ୍ଷେତ୍ର ଦିବସ ଏବଂ ଦ୍ୱାଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ସ୍ଥାନୀୟ ଫୁଲବାଣୀ କରୋନେସନ ପଡ଼ିଆ ଠାରେ ଉଦଘାଟନ ହୋଇଯାଇଛି। ଉକ୍ତ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ବନଜ୍ୟୋସ୍ନା ସାହିତ୍ୟ ସଂସଦ ର ସମ୍ପାଦକ କାହ୍ନୁ ଚରଣ ଶତପଥି ଏବଂ ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କର ବଳିଷ୍ଠ ଉଦ୍ୟମ ରେ ପୁସ୍ତକ ମେଳାର ଅଧ୍ୟକ୍ଷ କୌଶିକ ସାହୁ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ସାଂସ୍କୃତିକ ଉତ୍ସବ ଓ ପୁସ୍ତକ ମେଳା ର ଉଦଘାଟନ ଦିବସ ର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉଦଘାଟନ କରିଥିଲେ। ତତ ସହିତ ସାହିତ୍ୟ ବିନା ମନୁଷ୍ୟ ବଞ୍ଚିବା ସମ୍ଭବ ନୁହେଁ,ମଣିଷ ଦୈନନ୍ଦିନ ଯେଉଁ କାର୍ଯ୍ୟ କରିଥାଏ ତାହା ସାହିତ୍ୟ ରୁ ସୃଷ୍ଟି । ସାହିତ୍ୟ ମଣିଷର ଜୀବନ ଶୈଳୀ କୁ ପରିବର୍ତ୍ତନ କରିବା ରେ ସାହାୟକ ହୋଇଥାଏ।

 ତେଣୁ ସମସ୍ତେ ସାହିତ୍ୟ ପ୍ରତି ରୁଚି ରଖିବା ପାଇଁ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ସୁବର୍ଣ୍ଣପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଦନ ସୁନ୍ଦର କ୍ଷେତି ଯୋଗ ଦେଇ ପୁସ୍ତକ ହେଉଛି ମନୁଷ୍ୟ ର ପ୍ରକୃତ ବନ୍ଧୁ । ମଣିଷ ଙ୍କୁ ପୁସ୍ତକ ଦୁଖଃ ବିଶାରଦ ସମୟରେ ଆନନ୍ଦ ଦେଇ ଥାଏ। ସାହିତ୍ୟ ପୁସ୍ତକ ପ୍ରତି ରୁଚି ରହିବା ଆବଶ୍ୟକ। ପୁସ୍ତକ ପଠନ ର ମୂଲ୍ୟବୋଧ ଉପରେ ଆଲୋକପାତ କରି ଯୁବପିଢ଼ି ଅଭିଭାବକ ଅଭିଭାବିକା ମାନେ ସଂସ୍କାରିତ ହେବା ପାଇଁ ନିଜର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ମାର୍ଗ ଦର୍ଶନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଉପ ନିର୍ଦ୍ଦେଶିକା ଡ଼ଃ ପୁଷ୍ପାଞ୍ଜଳି ମିଶ୍ର ଯୋଗ ଦେଇ ଦୀର୍ଘ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଘରେ ରହି ସମସ୍ତେ ବନ୍ଦୀ ଜୀବନ ଯାପନ କଲା ପରି ମନେ କରୁଥିଲେ ସେହି ସମୟରେ ପୁସ୍ତକ ମଣିଷର ସାଥି ଥିଲା ।ଲୋକମାନେ ବହି ପଡି ସେହି ସମୟକୁ ଅତିବାହିତ କରୁଥିଲେ ବୋଲି କହିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ବାଲିଗୁଡା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ଆଚାର୍ଯ୍ୟ ଯୋଗ ଦେଇ ଏହି ଆଧୁନିକ ଡିଜିଟାଲ ଯୁଗରେ ଯୁବପିଢି ପୁସ୍ତକ ଠାରୁ ଧିରେ ଧିରେ ଦୁରେଇ ଯିବାକୁ ବିସିଲେଣି। ଓଡ଼ିଆ ଭାଷା ସାହିତ୍ୟ ଯୁକ୍ତାକ୍ଷର ଓ ସଠିକ ଭାଷା ସାହିତ୍ୟ ଠାରୁ ଦୂରେଇ ଯାଇ ଅନୁସାରର ବ୍ୟବହାର ରେ ଯୁକ୍ତାକ୍ଷର କୁ ଭୁଲି ବାକୁ ଲାଗିଲେଣି ବୋଲି କହିଥିଲେ। ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ର ସଭାପତି ତଥା ସମାଜସେବୀ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଆଗାମୀ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୁସ୍ତକ – ମେଳା ସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ। ତେଣୁ ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସାଂସ୍କୃତିକ ମଞ୍ଚ ଓ ପୁସ୍ତକ ଷ୍ଟଲ୍ ପ୍ରସ୍ତୁତ ହୋଇଛି। ଏହି ପୁସ୍ତକ ମେଳାରେ କେତେକ ଖ୍ୟାତନାମା ପବ୍ଲିକେଶନ ପୁସ୍ତକ ଷ୍ଟଲ ,ସ୍ୱାଦିଷ୍ଟ ଖାଦ୍ୟ,ଘର ଉପକରଣା ସାମଗ୍ରୀ,ଖେଳନା,ନିତ୍ୟବ୍ୟହାର୍ଯ୍ୟ ଜିନିଷ, ପୋଷାକ, ଚୁଡି, ଜୋତା,ଘରସଜା ସୌଖିନ ସାମଗ୍ରୀ ପ୍ରଭୁତି ୧୨୨ ଷ୍ଟଲ୍ ଖୋଲା ଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ଦିବସରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ ଏକାଡେମୀ, ଓଡ଼ିଆ ସ୍ବାଭିମାନ ମଞ୍ଚ, ଉତ୍କଳ ସମ୍ମିଳନୀ, କୁଇ ଭାଷା ସାହିତ୍ୟ ପ୍ରତିଷ୍ଠାନର ଆଲୋଚନା ବୈଠକ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ଭୁବନେଶ୍ବର ଡେପୁଟି ମେୟର ମଞ୍ଜୁଲତା କହଁର, ଭୁବନେଶ୍ବର ଓଡ଼ିଶା ଭାଷା ପ୍ରତିଷ୍ଠାନ ସଂଯୋଜକ ଡ.ପ୍ରେମାନନ୍ଦ ମହାପାତ୍ର, ଉତ୍କଳ ସମ୍ମିଳନୀ ସଭାପତି ପ୍ରଫେସର ଡ.ଅଦୈତ ପ୍ରସାଦ ପାତ୍ର, ପୂର୍ବତନ ସାଂସଦ କବି ଡ. ପ୍ରସନ୍ନ ପାଟ୍ଟସାଣୀ, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗି ଓଡ଼ିଶା ସଂସ୍କୃତି ବିଦ୍ୟାଳୟ କୁଳପତି ଡ. ବ୍ୟୋମକେଶ ତ୍ରିପାଠୀଙ୍କ ସମେତ ବହୁ ସାରସ୍ଵତ ସାଧକ ଓ ବରେଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଥମ ଦିବସରେ ହିଁ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।କାବ୍ୟତ୍ରୀ ପ୍ରଣତି ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଡ଼ଃ କାହ୍ନୁ ଚରଣ ଶତପଥୀ ମଞ୍ଚ ସଂଯୋଜନା କରିଥିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କର୍ମକର୍ତ୍ତା ଶିବାନୀ ସୁଆର ଙ୍କ ସହ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଓମ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ହଠାତ୍ ପଡି ଯାଇ ବୃଦ୍ଧା  ର ମୃତ 

Sunil Chandra Nayak

କେନ୍ଧୁବନ୍ଧ ନିଲାମ ନ କରି ଏ ବର୍ଷ କାମ ହେବ ତ? ପଡାବାଶି ଙ୍କ ପ୍ରଶ୍ନ

ରାଷ୍ଟ୍ରୀୟ ପଛୁଆ ବର୍ଗ(ଓବିସି) ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort