ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାରର ଆଲୋଚନାଚକ୍ର

ରାଉରକେଲା/ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ କୁମାର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଅଙ୍ଗୁରବାଳା ପରିଡା ଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ ପ୍ରଫେସର ଡଃ ସନାତନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ ମୁଁ କେତେ ଭାରତୀୟ ‘ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସଂପ୍ରତି ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆମେ ଦେଶମାତୃକା ପାଇଁ କେତେ ପ୍ରତିଶୃତିବଦ୍ଧ ତାହା ଆତ୍ମସମୀକ୍ଷା କରିବା ଦରକାର । ଦ୍ଵିତୀୟ ପର୍ଯ୍ୟାୟରେ ନିରୁପମା ପତିଙ୍କ ସଂଯୋଜନାରେ ଦେଶାତ୍ମବୋଧ କବିତା ପାଠୋତ୍ସବରେ ଅତିଥି ଭାବେ ଡଃ ଜୟନ୍ତୀ ପାଢୀ ଓ ସସ୍ମିତା ପ୍ରଧାନ ମଞ୍ଚାସୀନ ଥିଲେ । କବି ବଳରାମ ରାଉଳ, ବ୍ରଜବିହାରୀ ଦାଶ, ବ୍ରଜେନ୍ଦ୍ର ଦାଶ,ଡା କୃପାସିନ୍ଧୁ ନାୟକ,ଗୌତମ ଦାସ, ଗଙ୍ଗାଧର ପୁହାଣ,ଅଙ୍ଗୁରବାଳା ପରିଡା, ଶିପ୍ରା ମହାନ୍ତି, ଗୀତାରାଣୀ ବେହେରା, ବସନ୍ତ ବିଶ୍ବକର୍ମା,ମୀନକେତନ ପଶାୟତ,ଅତୁଲ୍ୟ ମହାକୁଡ, ଡଃ ଜୟନ୍ତୀ ପାଢୀ ଓ ନିରୁପମା ପତି ପ୍ରମୁଖ କବିତା ପାଠ କରିଥିବା ବେଳେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଡଃ ବସନ୍ତ ଦାସ,ଅଶୋକ ବଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଅଟମ ରଥ,ଅମରେନ୍ଦ୍ର ପାଢୀ,ବିଜୟ ପାତ୍ର,ପ୍ରଦୀପ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ,ସନ୍ତୋଷ ରଥ,ଟୁକୁଲା ପାଢୀ,କୁମାର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇ – ପତ୍ରିକା ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମାଗୁ ଅଛି ପ୍ରଭୁ ଶରଣ

Sunil Chandra Nayak

ରାଜ୍ୟ ଭଲିବଲ ରେଫରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ପ୍ରଶଂସା

Sunil Chandra Nayak

Leave a Comment

error: Content is protected !!