ରାଉରକେଲା/ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ କୁମାର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଅଙ୍ଗୁରବାଳା ପରିଡା ଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ ପ୍ରଫେସର ଡଃ ସନାତନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ ମୁଁ କେତେ ଭାରତୀୟ ‘ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସଂପ୍ରତି ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆମେ ଦେଶମାତୃକା ପାଇଁ କେତେ ପ୍ରତିଶୃତିବଦ୍ଧ ତାହା ଆତ୍ମସମୀକ୍ଷା କରିବା ଦରକାର । ଦ୍ଵିତୀୟ ପର୍ଯ୍ୟାୟରେ ନିରୁପମା ପତିଙ୍କ ସଂଯୋଜନାରେ ଦେଶାତ୍ମବୋଧ କବିତା ପାଠୋତ୍ସବରେ ଅତିଥି ଭାବେ ଡଃ ଜୟନ୍ତୀ ପାଢୀ ଓ ସସ୍ମିତା ପ୍ରଧାନ ମଞ୍ଚାସୀନ ଥିଲେ । କବି ବଳରାମ ରାଉଳ, ବ୍ରଜବିହାରୀ ଦାଶ, ବ୍ରଜେନ୍ଦ୍ର ଦାଶ,ଡା କୃପାସିନ୍ଧୁ ନାୟକ,ଗୌତମ ଦାସ, ଗଙ୍ଗାଧର ପୁହାଣ,ଅଙ୍ଗୁରବାଳା ପରିଡା, ଶିପ୍ରା ମହାନ୍ତି, ଗୀତାରାଣୀ ବେହେରା, ବସନ୍ତ ବିଶ୍ବକର୍ମା,ମୀନକେତନ ପଶାୟତ,ଅତୁଲ୍ୟ ମହାକୁଡ, ଡଃ ଜୟନ୍ତୀ ପାଢୀ ଓ ନିରୁପମା ପତି ପ୍ରମୁଖ କବିତା ପାଠ କରିଥିବା ବେଳେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଡଃ ବସନ୍ତ ଦାସ,ଅଶୋକ ବଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଅଟମ ରଥ,ଅମରେନ୍ଦ୍ର ପାଢୀ,ବିଜୟ ପାତ୍ର,ପ୍ରଦୀପ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ,ସନ୍ତୋଷ ରଥ,ଟୁକୁଲା ପାଢୀ,କୁମାର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ