ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଦେହ ଅନାବାଦୀ ମାଡ଼ ଗାଳି ସୋଦା
ସହିଲେ ହୁଏ ପଥର
ସକାଳୁ ସଞ୍ଜରେ ବର୍ଷଣ ହୁଅଇ
ହୃଦୟ ସହି ଈଶ୍ୱର।
ସଂସାର ଜଞ୍ଜାଳ ବଢୁଛି ଦିନକୁ
ବୁଝିବାକୁ ନାହିଁ ଦୁଃଖ
ସବୁ ସେହି ପ୍ରଭୁ ପାଶେ ରଖି ଦେଇ
ଚାହିଁଛି କଳା ଶ୍ରୀମୁଖ।
ଶରୀର ଦୁର୍ବଳ କମି ଯାଏ ବଳ
କଣ୍ଠ ସ୍ବର ହେଲା ତଳ
ଗାୟିତ ପାରୁନି ନାମ ଧରିବାକୁ
ପ୍ରଭୁ ଆଶା ପାଦ ତଳ।
ସ୍ମରଣ କରୁଛି ରୂପରେ ଭାବୁଛି
ପ୍ରଭୁ ଭାବ ମୋ କୁଡିଆ
ସତେକି ଆସିଛ ମୋ ଘର କୁଣିଆ
ମୋତେ ଲାଗଇ ବଢ଼ିଆ।
ଯେତେ ଦିନ ଥିବି ଏମିତି ଆସିବ
ମୋ ଭଙ୍ଗା ଘର କୁଢିଆ
ଯାହା ଘରେ ଥିବ ଯାଚି ଦେବି ସବୁ
ମୋ ବନ୍ଧୁ ଥିବ ବଢ଼ିଆ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା