ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେହ ଅନାବାଦୀ ମାଡ଼ ଗାଳି ସୋଦା
      ସହିଲେ ହୁଏ ପଥର
ସକାଳୁ ସଞ୍ଜରେ ବର୍ଷଣ ହୁଅଇ
        ହୃଦୟ ସହି ଈଶ୍ୱର।
ସଂସାର ଜଞ୍ଜାଳ ବଢୁଛି ଦିନକୁ
      ବୁଝିବାକୁ ନାହିଁ ଦୁଃଖ
ସବୁ ସେହି ପ୍ରଭୁ ପାଶେ ରଖି ଦେଇ
       ଚାହିଁଛି କଳା ଶ୍ରୀମୁଖ।
ଶରୀର ଦୁର୍ବଳ କମି ଯାଏ ବଳ
    କଣ୍ଠ ସ୍ବର ହେଲା ତଳ
ଗାୟିତ ପାରୁନି ନାମ ଧରିବାକୁ
     ପ୍ରଭୁ ଆଶା ପାଦ ତଳ।
ସ୍ମରଣ କରୁଛି ରୂପରେ ଭାବୁଛି
    ପ୍ରଭୁ ଭାବ ମୋ କୁଡିଆ
ସତେକି ଆସିଛ ମୋ ଘର କୁଣିଆ
     ମୋତେ ଲାଗଇ ବଢ଼ିଆ।
ଯେତେ ଦିନ ଥିବି ଏମିତି ଆସିବ
      ମୋ ଭଙ୍ଗା ଘର କୁଢିଆ
ଯାହା ଘରେ ଥିବ ଯାଚି ଦେବି ସବୁ
      ମୋ ବନ୍ଧୁ ଥିବ ବଢ଼ିଆ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜଗତସିଂହପୁର ଜିଲ୍ଲା ବ୍ୟାପି ଡାକ-କର୍ମଚାରୀଙ୍କ ଧର୍ମଘଟ

Sunil Chandra Nayak

ଭବାନୀପାଟଣା ରାତିଅଧିଆ ଭିଜିଲାନ୍ସ ରେଡ

Sunil Chandra Nayak

ପୂର୍ବତନ ପ୍ରଧାନମନ୍ତ୍ରୀ ସୂର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟ ତିଥୀ ପାଳିତ

Sunil Chandra Nayak

Leave a Comment

error: Content is protected !!