ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡର ୩୦ତମ ସ୍ଥାପନା ଦିବସ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨ ର ସଭାପତି ଲାୟନ ଇନ୍ଦ୍ରମଣୀ ନାୟକ ସଂପାଦକ ଲାୟନ ଝୁନୁ ନାୟକ ଓ କୋଷାଧ୍ୟକ୍ଷ ଲାୟନ ନାଫିସ ରବନୀ କ୍ରମାନ୍ୱୟରେ ୨୦୨୨-୨୩ ର ନୂତନ ସଭାପତି ଲାୟନ ସରୋଜ କୁମାର ପାତ୍ର,ସଂପାଦକ ଲାୟନ ମହମ୍ମଦ ଖଲିଦବିନ ଅଜିଜ ଓ କୋଷାଧ୍ୟକ୍ଷ ଲାୟନ ରଶ୍ମିତା ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲାୟନ ଆର କେ ସିଂହ, ସମ୍ମାନିତ ଅତିଥି ଭାବେ ଲାୟନ ପି ସି ନାୟକ ଲାୟନ୍ ପ୍ରବୀଣ କୁମାର ଅଗ୍ରୱାଲ (ଭିତ୍ତିପ୍ରବନ୍ଧ), ଅତିଥି ଭାବେ ଲାୟନ ବୈଶାଳୀ କେଡିଆ ଓ ଲାୟନ୍ତ୍ରଣା ବି କେ ସିଂହଦେଓ ପ୍ରମୁଖ ଯୋଗଦେଇ ବିଦାୟୀ କର୍ମକର୍ତ୍ତାଙ୍କୁ ସାଧୁବାଦ ସହ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ୭ ଜଣ ନୂତନ ସଭ୍ୟଙ୍କ ପରିଚୟ ଶ୍ରୀ ଅଗ୍ରୱାଲ ଦେଇଥିବା ବେଳେ ସମସ୍ତଙ୍କୁ ଲାୟନ ପିନ୍ ବଣ୍ଟନ କରାଯାଇଥିଲା। ସେହିପରି ଅର୍ବାନ ବ୍ୟାଙ୍କର ନବନିର୍ବାଚିତ ସଭାପତି ଲାୟନ ଦିଲିପ ମହାପାତ୍ର, ଶିକ୍ଷାବିତ୍ ଲାୟନ ଡଃ ଅରୁଣ କୁମାର ନାୟକ, ଶିକ୍ଷାବିତ୍ ଲାୟନ ମେହେମୁଦ ଅହମ୍ମଦ ଓ ଲାୟନ ବ୍ରିଜମୋହନ ଅଗ୍ରୱାଲଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ସଭାପତି ଲାୟନ ଶ୍ରୀ ପାତ୍ର ସ୍ବାଗତ ଭାଷଣ ସହ ସମସ୍ତଙ୍କ ସହଯୋଗ କାମନା କରି ଆଗାମୀ ଦିନରେ କ୍ଲବ ତାର ମୂଳ ଲକ୍ଷ୍ୟ ପୂରଣ କରିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଲାୟନ ଶ୍ରୀ ଅଗ୍ରୱାଲ ୨୦୨୨-୨୩ପାଇଁ ନୂତନ ସଭ୍ୟଙ୍କୁ ଶପଥ ପାଠ ସହ ଦାୟିତ୍ୱ ବଣ୍ଟନ କରିଥିଲେ। ପ୍ରାରମ୍ଭରେ ବିଶ୍ବଶାନ୍ତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ଲାୟନ ତୁହିନା ବିଶ୍ବାଳ ସ୍ତୁତି ପାଠ ଓ ଲାୟନ ଆରତୀ ନାୟକ ଶାନ୍ତିପାଠ କରିଥିଲେ। ଶେଷରେ ଉପସଭାପତି ଲାୟନ ରାଜେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଲାୟନ ରମେଶ ସାମଲ, ସୁଲତା ପତି, ଦେବାଶିଷ ନାୟକ,ଜ୍ୟୋତି ପଣ୍ଡା, ଦିବ୍ୟଜ୍ୟୋତି ରାୟ,ଅନସୂୟା ପଣ୍ଡା, ନିବେଦିତା ମିଶ୍ର, ସଂଜୁକ୍ତା ପାତ୍ର,ପ୍ରଜାଲି ନାଗ,ରଂଜନ ବାରିକ,ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ଅନୁଷ୍ଠାନର ପ୍ରଥମ କାର୍ଯ୍ୟକ୍ରମ ସୂରୁପ ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇ. ସୁଜାତାଙ୍କ ସହଯୋଗ କ୍ରମେ କ୍ଲବର ସଭାପତି ଲାୟନ ସରୋଜ ପାତ୍ର, ପ୍ରାକ୍ତନ ସଭାପତି ଲାୟନ ଇନ୍ଦ୍ରମଣି ନାୟକ,କ୍ୟାବିନେଟ ସଦସ୍ୟ ଲାୟନ ଗୌତମ ମିଶ୍ର, ଲାୟନ ସୁଲତା ପତି, ଲାୟନ ପି. ପ୍ରଫୁଲ କୁମାର, ଲାୟନ ସୁଶାନ୍ତ ପତିଙ୍କ ସହ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଗୁଡିକ ସଫଳ ରୂପାୟନ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

Leave a Comment

error: Content is protected !!