ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ବର୍ଷା

         ବର୍ଷା

          ଆଦରମଣି ପ୍ରଧାନ

ବରଷା ଗୋ ,ମୋର ଧୂଷର ବନରେ
  ଅସରା କାତର ଲୁହ
ଝରୁଛି ଅଧିରେ ମରମ ବୀଣାରେ
ବେଦନା ଉଛୁଳା କୋହ,,,
ବିରହ ମରୁର ନିଦାଘ ଜୁଇରେ
ଶାଖା ମୋ ଯାଇଛି ଜଳି,
ନୀଳ ଗୋଧୂଳିର ଅନ୍ଧାର ମାଖି
ବହୁ ଦୂରେ ରହିଗଲି,,,
ଝରା ପତରରେ ପ୍ରୀତିର ତୁଳୀରେ
ଅଙ୍କିଅଛି ତୁମ ମୁହଁ,,
ବରଷା ଗୋ ମୋର ଧୂଷର ମନରେ
ଅସରା କାତର ଲୁହ,,,
ମୌସୁମୀ ଆଜି ପାରେ ନାହିଁ ଛୁଇଁ
ବୟସର ସୀମାରେଖା,,
କ୍ଲାନ୍ତ ଆଖି ମୋ ଖୋଜୁଛି ନିରବେ
ସ୍ମୃତିର ସବୁଜ ଲେଖା,,,
କେଉଁ ଶ୍ରାବଣୀର ଆକାଶରେ ତୁମେ
ହଜିଗଲ ଥରେ କୁହ,,,
ବରଷାଗୋ ମୋର ଧୂଷର ମନରେ
ଅସରା କାତର ଲୁହ,,,

       ଚାନ୍ଦବାଲି , ଭଦ୍ରକ

Related posts

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ପତିତପାବନ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

Sunil Chandra Nayak

Leave a Comment

error: Content is protected !!