ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ବର୍ଷା

         ବର୍ଷା

          ଆଦରମଣି ପ୍ରଧାନ

ବରଷା ଗୋ ,ମୋର ଧୂଷର ବନରେ
  ଅସରା କାତର ଲୁହ
ଝରୁଛି ଅଧିରେ ମରମ ବୀଣାରେ
ବେଦନା ଉଛୁଳା କୋହ,,,
ବିରହ ମରୁର ନିଦାଘ ଜୁଇରେ
ଶାଖା ମୋ ଯାଇଛି ଜଳି,
ନୀଳ ଗୋଧୂଳିର ଅନ୍ଧାର ମାଖି
ବହୁ ଦୂରେ ରହିଗଲି,,,
ଝରା ପତରରେ ପ୍ରୀତିର ତୁଳୀରେ
ଅଙ୍କିଅଛି ତୁମ ମୁହଁ,,
ବରଷା ଗୋ ମୋର ଧୂଷର ମନରେ
ଅସରା କାତର ଲୁହ,,,
ମୌସୁମୀ ଆଜି ପାରେ ନାହିଁ ଛୁଇଁ
ବୟସର ସୀମାରେଖା,,
କ୍ଲାନ୍ତ ଆଖି ମୋ ଖୋଜୁଛି ନିରବେ
ସ୍ମୃତିର ସବୁଜ ଲେଖା,,,
କେଉଁ ଶ୍ରାବଣୀର ଆକାଶରେ ତୁମେ
ହଜିଗଲ ଥରେ କୁହ,,,
ବରଷାଗୋ ମୋର ଧୂଷର ମନରେ
ଅସରା କାତର ଲୁହ,,,

       ଚାନ୍ଦବାଲି , ଭଦ୍ରକ

Related posts

ମୟୂରଭଞ୍ଜ – ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ପ୍ରତିଷ୍ଠା ଉଦ୍ୟମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା /ଲାଜେଇ ପ୍ରିୟତମା

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍  ଡିଗ୍ରୀ         

Sunil Chandra Nayak

Leave a Comment

error: Content is protected !!