ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ମଦ,ସଟ୍ଟା ଓ ଖୁଡୁଖୁଡି ଜୁଆରେ ସାମିଲ୍ ଯୁବପିଢି 

ରାଇଘର ୫/୯ – ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବ୍ଲକରେ ବର୍ତମାନ ଯୁବ ଗୋଷ୍ଠୀ ନିଶା କବଳରେ ବୁଡି ରହିଥିବା ବେଳେ ଏଥିରୁ ବାହାରିବା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l ରାଇଘର ବ୍ଲକରେ ଦିନକୁ ଦିନ ସଟ୍ଟା କାରବାର ବୃଦ୍ଧି ପାଇବାରେ ଲାଗିଛି l ଏଭଳି ସ୍ଥିତିରେ ଯୁବ ପିଢି ଠାରୁ ଆରମ୍ଭ କରି ବୟସ୍କ ଲୋକେ ମଧ୍ୟ ଏହାର କବଳରେ କବଳିତ l ସହର ମଧ୍ୟରେ ଥିବା ଅଧିକାଂଶ ଚା ଦୋକାନ ଓ ପାନ ଦୋକାନରେ ଖୁଲମ୍ ଖୁଲା ସଟ୍ଟା ଖେଳ ଚାଲିଥିବା ବେଳେ ସ୍ଥାନୀୟ ବହୁ ଯୁବକ ମୋବାଇଲ୍ ମାଧ୍ୟମରେ ଏହି କାରବାରକୁ ବ୍ୟାପକ କରୁଛନ୍ତି l ସଟ୍ଟା କାରବାର ଯୋଗୁଁ ବହୁ ସାଧାରଣ ଲୋକେ ଅଧିକ ଟଙ୍କା ରାତା ରାତି କମାଇବା ଆଶାରେ ଏହି ଖେଳର ମାୟାରେ ପଡି ସର୍ବହରା ହେଉଛନ୍ତି l ତେବେ ଏହି ଖେଳ କେବଳ ସହର ମଧ୍ୟରେ ସୀମିତ ନ ରହି ଏହାର ଚେର ଆଖ ପାଖରେ ଥିବା ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିଛି l ସଟ୍ଟା ମାଫିୟା ସହର ଓ ଗ୍ରାମାଞ୍ଚଳର ବେରୋଜଗାର ଯୁବକଙ୍କୁ ଏଥିରେ ନିୟୋଜିତ କରି ଏହି କଳା ସାମ୍ରାଜ୍ୟ କୁ ବିସ୍ତାର କରୁଥିବା ବେଳେ ଏହି ଯୁବକ ମାନେ ସଟ୍ଟା ସର୍ଦ୍ଦାର ପାଲଟିଛନ୍ତି l ଅପରପକ୍ଷରେ ଏହି କାରବାର ଏବେ ଅନଲାଇନ ଦ୍ବାରା ମଧ୍ୟ ପରିଚାଳିତ ହେଉଥିବା ଜଣାପଡିଛି ଫଳରେ ବହୁ ଯୁବକ ନିଜ ନିଜ ମୋବାଇଲ୍ ମାଧ୍ୟମରେ ଏହାକୁ ଚଳାଇଛନ୍ତି l ଦୀର୍ଘ ଦିନ ଧରି ଏହି ସଟ୍ଟା କାରବାର କାୟା ମେଲାଇ ଚାଲିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନର ଦୃଷ୍ଟି ଗୋଚର ନ ହେବା ଦୁର୍ଭାଗ୍ୟଜନକ l ସେହିଭଳି ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳର ହାଟ ବଜାରରେ ଜୁଆ ଖୁଡୁଖୁଡି ଖେଳ ଚାଲିଥିବା ବେଳେ ଅଞ୍ଚଳବାସୀ ଉକ୍ତ ଖେଳ ଦ୍ବାରା ସର୍ବହରା ହେଉଛନ୍ତି l ଜିଲ୍ଲା ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗତ ଜୁଲାଇ ମାସରେ ରାଇଘର ଓ କୁନ୍ଦେଇ ପୋଲିସ ପକ୍ଷରୁ ଚଢାଉ କରାଯାଇ କିଛି ଜଣଙ୍କୁ ଗିରଫ କରାଯାଇଥିଲା କିନ୍ତୁ ପରବର୍ତୀ ସମୟରେ ବର୍ତମାନ ପ୍ରତେକ ହାଟରେ ଜୁଆ ଖେଳ ଖୁଲମ୍ ଖୁଲା ଚାଲିଛି l ପୋଲିସ ପେଟ୍ରୋଲିଂ କଡାକଡ଼ି ସହ ଜୁଆ ଖେଳ କିଭଳି ସମ୍ପୁର୍ଣ ରୂପେ ବନ୍ଦ ହେବ ସେଥି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି l ଅନ୍ୟପଟେ ଜୁଆ ଦଲାଲ ଖେଳ ବନ୍ଦ କରିବା ବଦଳରେ ଖୁଲମ୍ ଖୁଲା ଚଲାଇଛନ୍ତି l ଗ୍ରାମାଞ୍ଚଳରେ ଜୁଆ ଖୁଡୁଖୁଡି,ସଟ୍ଟା ଖେଳ ସହ ମଦର ପସରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଉଭୟ ଦେଶୀ ଓ ବିଦେଶୀ ମଦର ପସରା ବୃଦ୍ଧି ପାଉଥିବା ବେଳେ ରାଇଘର ସଦର ମହକୁମା ଠାରେ ବିଭିନ୍ନ ହୋଟେଲ ଢ଼ାବାରେ ଜମୁଛି ମଦର ପସରା ଫଳରେ ଖାଉଟି ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେବାରେ ଲାଗିଛି l କେବଳ ସଦର ମହକୁମା ଠାରେ ଏହି ଚିତ୍ର ନୁହେଁ ୨୬ ଗୋଟି ପଞ୍ଚାୟତ ସ୍ତରରେ ମଦର ପସରା ଦେଖି ବୁଦ୍ଧିଜୀବି ମହଲରେ ବିଭିନ୍ନ ମତ ପ୍ରକାଶ ପାଇଛି l ବିଶେଷ କରି ଯୁବ ଗୋଷ୍ଠୀ ଏହି ଜୁଆ ଓ ମଦ ଭଳି ନିଶା କବଳରେ ଲିପ୍ତ ହେଉଥିବା ବେଳେ ଏହା ଆଗକୁ ବିପଦଜନ୍ନକ ସ୍ଥିତି ସୃଷ୍ଟି ହେବା ନେଇ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଛତିଶଗଡ ସୀମାନ୍ତ ରାଇଘର ବ୍ଲକରେ ଯେଉଁ ଭଳି ନିଶା କବଳରେ ଯୁବ ଗୋଷ୍ଠୀ ଲିପ୍ତ ହେଉଛନ୍ତି କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ରହିବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

Sunil Chandra Nayak

ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ପର୍ବ

masiha

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort