ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ୟ ଏକ ଗୁରୁକୂଳ ଆଶ୍ରମର ଆଚାର୍ଯ୍ୟ ଲକ୍ଷ୍ମୀଧର ପ୍ରଧାନ

ଚନ୍ଦାହାଣ୍ଡି୫/୫(ମ ନି ସ) ଶାସ୍ତ୍ର କହେ “ସା ବିଦ୍ୟା ଯା ବୀମୁକ୍ତୟେ” ଅର୍ଥାତ୍ ଶିକ୍ଷା ହିଁ ଅଜ୍ଞାନ ଅନ୍ଧକାର କୁ ଦୂର କରି ଜ୍ଞାନାଲୋକ ରେ ଉଦ୍ଭାଶିତ କରାଏ।ଏହାର ମାଧ୍ୟମ ହେଉଛନ୍ତି ଗୁରୁ।ଯିଏ କି ବ୍ରହ୍ମା, ବିଷ୍ଣୁ,ମହେଶ୍ୱର ଙ୍କ ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଅପୂର୍ଣ୍ଣ ମାନବ ଜୀବନରେ ଯେଉଁ ଆଦର୍ଶ ପୂର୍ଣ୍ଣତା ପ୍ରାପ୍ତି ସହାୟକ ହୋଇଥାଏ ତାହା କେବଳ ଗୁରୁ ଙ୍କ ଉପରେ ହିଁ ନ୍ୟସ୍ତ।ଖାଲି ନୈତିକ ଜୀବନ କାହିଁକି ସମାଜ ର ସାମଗ୍ରିକ ବିକାଶ କ୍ଷେତ୍ର ଗୁରୁ ହିଁ ପଥ ପ୍ରଦର୍ଶକ ର ଭୂମିକା ନେଇଥାନ୍ତି। ପୁରାଣ ରେ ବର୍ଣ୍ଣିତ ଅଛି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭଳି ଆଦର୍ଶ ଗୁରୁ ନଥିଲେ ଅର୍ଜୁନ ଙ୍କ ଭଳି ଶ୍ରେଷ୍ଠ ଧନୁର୍ଦ୍ଧର ସୃଷ୍ଟି ହୋଇ ନଥାନ୍ତେ କିମ୍ବା ରାମକୃଷ୍ଣ ପରମହଂସ ଙ୍କ ଭଳି ଗୁରୁ ମିଳି ନଥିଲେ ସ୍ବାମୀ ବିବେକାନନ୍ଦ ଙ୍କ ଭଳି ଦିବ୍ୟ ମାନବ ସୃଷ୍ଟି ହୋଇ ନଥାନ୍ତେ। ବସ୍ତୁତଃ ଗୁରୁ ହିଁ ମାନବ ଜାତି ର ପଥ ପ୍ରଦର୍ଶକ। ଆମେ ଏଠାରେ ଏହିଭଳି ଏକ ଗୁରୁ ଙ୍କ ବିଷୟ ରେ ଆଲୋଚନା କରୁଛୁ ଯିଏ ଚନ୍ଦାହାଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ଶିକ୍ଷା ର ପ୍ରଦୀପ କୁ ଉଜାଗର କରି ଏହି ଅଞ୍ଚଳ ପ୍ରତି ଯଥେଷ୍ଟ ଖ୍ୟାତି ଆଣିଦେଇଛନ୍ତି । ସେ ହେଉଛନ୍ତି ପାନାବେଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପ୍ରଧାନ। ଚନ୍ଦାହାଣ୍ଡି ବ୍ଲକ ଯାହାର ସର୍ବପୁରାତନ ନାମ ପାନାବେଡା ଅଞ୍ଚଳ।ଭୌଗଳିକ ଦୃଷ୍ଟିକୋଣରୁ ବିଚାର କଲେ ଏହି ବ୍ଲକ୍ ଛତିଶଗଡ଼ ରାଜ୍ୟ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ରେ ଅବସ୍ଥିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୧୨୨ କିମି ଦୁରରେ ଅବସ୍ଥିତ । ଅବିଭକ୍ତ କୋରାପୁଟ ଜିଲ୍ଲାର ଶେଷମୁଣ୍ଡ ରେ ଥିବା ତଥା ଓ ୧୯୬୩ ମସିହା ରେ ବ୍ଲକ୍ ଭାବେ ସ୍ଵୀକୃତି ଲାଭ କରିଥିବା ନବଗଠିତ ନବରଙ୍ଗପୁର ଜିଲ୍ଲାର ଏକ ଅନନ୍ୟ ବ୍ଲକ୍। ୧୯୬୪ ମସିହା ଦୁର୍ଭିକ୍ଷ ରେ ଯେତେବେଳେ ଏହି ଅଞ୍ଚଳ ଘୋର ଦୁର୍ଦ୍ଦିନ ରେ ପେଶି ହୋଇ ଏହି ବ୍ଲକ୍ ବାସିନ୍ଦା ଙ୍କ ଆର୍ଥିକ ଓ ମାନସିକ ଭାରସାମ୍ୟ ଦୋହଲାଇଦେଇଥିଲା ସେତେବେଳେ ଏହି ଅଞ୍ଚଳ ଘୋର ଅଶିକ୍ଷା ମଧ୍ୟରେ ରହି ଶିକ୍ଷା ର ଆଲୋକ ସ୍ପର୍ଶ କରି ପାରିନଥିଲା।

    ଏହି ଅଞ୍ଚଳକୁ ଅଶିକ୍ଷା, ନିରକ୍ଷର ରୁ ମୁକ୍ତି ଦେବା ପାଇଁ ପାନବେଡା ଅଞ୍ଚଳର ତତ୍କାଳୀନ ଶିକ୍ଷା ପ୍ରେମୀ ଅମରୁ ନାୟକ, ଲାବାନ୍ୟ ମାଝୀ, ଯାଦବ ମାଝୀ, ଶ୍ରୀଧର ଝାଙ୍କର, ବଳବନ୍ତ ଦାସ,ସୁପେତ ପୁଜାରୀ, ଖଗେଶ୍ବର ମାଝୀ, ଅବଦୁଲ ଅଜିଜ,ଭାଗୀରଥି ମାଝୀ, ବିଜୟଚନ୍ଦ୍ର ପାଟ୍ଟଯୋଶୀ,ପଦ୍ମନ ପୁଜାରୀ,ବାଘା ବାଘ ପ୍ରମୁଖ ଉଦ୍ୟୋକ୍ତା ଙ୍କ ପ୍ରଚେଷ୍ଟା ରେ ଚନ୍ଦାହାଣ୍ଡି ବ୍ଲକ ମୁଖ୍ୟଳୟ ରେ ୧୯୬୮ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାନାବେଡା ଉଚ୍ଚ ବିଦ୍ୟାଳୟର ସ୍ଥାପନ ହୋଇଥିଲା ଏବଂ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ସୁଦୂର ଗଞ୍ଜାମ ଜିଲ୍ଲା ବମକୋଇ ଗ୍ରାମ ନିବାସୀ ଲଷ୍ମୀଧର ପ୍ରଧାନ ଙ୍କୁ ଅବସ୍ଥାପିତ କରାଗଲା । ଶ୍ରୀ ପ୍ରଧାନ ଙ୍କ ଅମାୟିକ ବ୍ୟବହାର, ଛାତ୍ର ବତ୍ସଲ ମନୋବୃତ୍ତି ଏବଂ ଦୃଢ ତଥା ବିଦ୍ୟାଳୟ ର କଠୋର ଅନୁଶାସନ ଯୋଗୁଁ ଏହି ବିଦ୍ୟାଳୟ ଖୁବ୍ କମ୍ ସମୟ ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ସ୍ୱୀକୃତି ପାଇଲା । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣ ରୁ ବିଦ୍ୟାର୍ଥୀ ମାନେ ଏଠାକୁ ଅଧ୍ୟୟନ କରିବାକୁ ଆସି ସଫଳତା ର ସହିତ କୃତିତ୍ୱ ହାସଲ କରି ଅଧୁନା ନିଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରି ପାରିଛନ୍ତି । ଏହି ବିଦ୍ୟାଳୟ ର ଅନେକ ପ୍ରାକ୍ତନ ଛାତ୍ର ଦେଶ ବିଦେଶରେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ପାରିଥିବା ବେଳେ ଏହି ବିଦ୍ୟାଳୟ ର ଦୁଇ ଛାତ୍ର ସାଂସଦ ଓ ଜଣେ ବିଧାୟକ ହେବାର ଗୌରବ ଅର୍ଜନ କରିଛନ୍ତି । ଯାହା କେବଳ ପ୍ରଧାନ ଶିକ୍ଷକ ତଥା ତାଙ୍କ ସହକର୍ମୀ ମାନଙ୍କ ଅଧ୍ୟବସାୟ ବଳରେ ସମ୍ଭବ ହୋଇ ପାରିଛି । ଏକଦା ଲଷ୍ମୀଧର ପ୍ରଧାନ ପାନାବେଡା ଅଞ୍ଚଳର ଏକ ପ୍ରମୁଖ ମୁରବି ଭାବେ ଗଣା ହୋଉଥିବା ବେଳେ ସେ ଏ ଅଞ୍ଚଳର ସାମାଜିକ, ସାଂସ୍କୃତିକ ,ଶୈକ୍ଷିକ ଓ ରାଜନୀତି କ୍ଷେତ୍ରରେ ବିଶେଷ ପ୍ରଭାବ ପକାଉଥିଲେ । ଏହି ଅନ୍ୟ ଏକ ଗୁରୁକୂଳ ଆଶ୍ରମ ର ଆଚାର୍ଯ୍ୟଙ୍କୁ ୧୯୯୪ ମସିହାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ସତ୍ୟନାରାୟଣ ରେଡ୍ଡୀ ରାଜ୍ୟପାଳ ପୁରସ୍କାର ରେ ଅଭିଷିକ୍ତ କରିଥିବା ବେଳେ ୨୦୦୨ ମସିହାରେ ଭାରତ ର ମହାମହିମ ରାଷ୍ଟ୍ରପତି ଡ ଏପିଜେ ଅବଦୁଲ କାଲାମ ଶ୍ରୀ ପ୍ରଧାନ ଙ୍କ ତ୍ୟାଗପୁତ ଜୀବନ ଓ ଅଦମ୍ୟ ପରାକାଷ୍ଠା ରେ ଅବିଭୂତ ହୋଇ ରାଷ୍ଟ୍ରପତି ପୁରସ୍କାର ରେ ମଣ୍ଡିତ କରିଥିଲେ ।ଯାହା ଚନ୍ଦାହାଣ୍ଡି ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଦେଇଥିଲା । ପରିଶେଷରେ ଏତିକି କୁହାଯାଇପାରେ ପାନାବେଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲଷ୍ମୀଧର ପ୍ରଧାନ ଙ୍କ ଉଦ୍ୟମ ବଳରେ ଚନ୍ଦାହାଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳ ଶିକ୍ଷା ର ଆଲୋକ ରେ ଉତଭାଷିତ ହୋଇ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ବହନ କରି ପାରିଛି । ଗୁରୁ ଦିବସ ଅବସରରେ ଏହି ଶିକ୍ଷା ର ପୁଜାରୀ ଙ୍କୁ ଶତ ଶତ ନମନ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ସଦର ବ୍ଲକର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଷଷ୍ଠ ସ୍ବରୂପ ମାତା କାତ୍ୟାୟନୀ

Sunil Chandra Nayak

Leave a Comment

error: Content is protected !!