ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତର ଙ୍କ କବିତା ବର୍ଷା ବସୁମତୀ

   ବର୍ଷା ବସୁମତୀ

         ବେଣୁଧର ସୂତର

ବଉଳ ଫୁଲର ମୁଗ୍ଧ ମହକରେ
ହସଇ ଧରଣୀ ରାଣୀ
ଭିଜା ଭିଜା ଅଙ୍ଗେ ମୁକୁଳା ମହ୍ଲାର
ଭାବ ବିହ୍ବଳିତ ଠାଣି
ମଉସୁମୀ ଭରା ପ୍ରୀତି
ବିଦଗ୍ଧ ମନର ମୁଗ୍ଧ ପ୍ରତିଛବି
ଲୁହରେ ପଖଳା ସ୍ମୁତି ।।
ପ୍ରୀତିର ପରାଗେ ଭରା ଅନୁରାଗେ
ସୁନା ସପନର ମୋହେ
ମହକେ ବସୁଧା ସଞ୍ଚରିତ ସୁଧା
ପୀରତି ପଖଳା ଦେହେ
ମିଳନର ମଧୁ ଲେଖା
ସ୍ମୃତି ଶାମୁକାରେ ମାନସ ପଟରେ
ଅୟୁତେ ସ୍ବପ୍ନ ମଖା ।।
ଅତୀତ ବୁକୁରେ ଲୁଚି ଯାଇଥିବା
ମାଟିର ସପନ ଯେତେ
ଭୂମିଠୁ ଭୂମାର ଦୂରତା ମାପିବା
କି ରହସ୍ୟମୟ ସତେ
ମହା ମିଳନର ଆଶା
ପ୍ରଣୟ ପ୍ରସୂନ ମୋହ ମହକରେ
ଆଦ୍ୟ ମଧୁ ପରିଭାଷା ।।
ନିୟତି ଚକ୍ରର ମଧୁର ନିୟମେ
ଧରାରାଣୀ ଋତୁମତୀ
ଆକାଶ ପୃଥିବୀ ମହା ମିଳନର
ଗହନ ଗୋପନ ପ୍ରୀତି
ମହ ମହ ବାସେ ଧରା
ଶାଶ୍ୱତ ପ୍ରୀତିର ପ୍ରେମମୟ ସୂତ୍ର
ମଉସୁମୀ ବର୍ଷାଧାରା ।।
ପିଆସୀ ଅନ୍ତର ଯନ୍ତ୍ରଣାର ଭାର
ଦଗ୍ଧ ପ୍ରେମ ପ୍ରତି ଲିପି
ପ୍ରେମ ପ୍ରଣୟର ଆଶା ଅଭିସାର
ବୈଶାଖି ବେଦନା ମାପି
ମେଲିଛି ନୟନ ପଥ
ଆଦ୍ୟ ଆଷାଢ଼ ର ବରଷାର ଧାର
ପ୍ରୀତିର ରେଶମୀ ରଥ ।।
ତନୁ ରୋମାଞ୍ଚିତ ପ୍ରୀତି ପୁଲକିତ
ବନାନୀ ର ବନଲତା
ସୃଷ୍ଟି ମଧୁର ଆନନ୍ଦ ବିଭୋର
ମୁଗ୍ଧ ଭାବପ୍ରବଣତା
ଛନ୍ଦମୟ ତନୁ ତୀରେ
ଶୀତଳ ଅଞ୍ଜନା ନବ ଯଉବନା
ପ୍ରୀତିର ବର୍ଷା ନୀରେ ।।
ଆହାକି ମଧୁର ସୃଷ୍ଟି ସୁଧାଧାର
ନୀଳ ରୂପକାନ୍ତି ହାସ 
ନଭେ ନବଘନ ପୀୟୂଷ ପ୍ଳାବନ
କାଦମ୍ବିନୀ ମଧୁବେଶ
ସଞ୍ଜିବନୀ ସୁଧାରସ
ପ୍ରୀତି ସୁଧା ପାନେ ଏଧରା ଅଙ୍ଗନେ
ସୃଜନର ମହାବେଶ ।।
କେଶଦୁରାପାଳ
କେନ୍ଦୁଝର

Related posts

ଥୁଆମୂଳ ରାମପୁର ବ୍ଳକ ସାମ୍ବାଦିକ ସଂଘ ଗଠନ

Sunil Chandra Nayak

ବସୁଧା ପ୍ରକଳ୍ପ ଅଞ୍ଚଳରୁ ତାର ଚୋରି ବୃଦ୍ଧି

ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ପକ୍ଷରୁ ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ; ବିଶାଳ ଶୋଭାଯାତ୍ରା ଓ ଧାରଣା     

Sunil Chandra Nayak

Leave a Comment

error: Content is protected !!