ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। ଅପରାହ୍ଣରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖାଯିବ..

ଆଜି ଦେଶର ଅଧିକାଂଶ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦେଶ ସାରା ଏହି ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏପରି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବନି। ଏପ୍ରିଲ୍‌ ୩୦ରେ ଏବର୍ଷର ପ୍ରଥମ ସୂ‌ର୍ଯ୍ୟ ପରାଗ ଦେଖିବାକୁ ମିଳିଥିବା ବେଳେ ଆଜି ପରାଗ ହେଉଛି ଏବର୍ଷର ଶେଷ ସୂର୍ଯ୍ୟପରାଗ।

ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ, ଓଡ଼ିଶାରେ ୨୦ ମିନିଟ୍ ପାଇଁ ହେବ ଦୃଶ୍ୟମାନ….

ଚଳିତବର୍ଷ ଦୀପାବଳି ଅମାବାସ୍ୟା ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ତିଥି ଅନୁସାରେ ଏହା ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହୁଥିବା ପାଞ୍ଜିରୁ ଜଣାପଡିଛି। ତେଣୁ ମଙ୍ଗଳବାର ମଧ୍ୟ ଅମାବାସ୍ୟା ରହୁଛି। ମଙ୍ଗଳବାର ଅମାବାତ୍ୟା ତିଥିରେ ସୂର୍ଯ୍ୟପରାଗ ଥିବାରୁ ଲୋକେ ସୋମବାର ଦୀପାବଳି ପାଳନ କରିବା ସହ ପୟା ଶ୍ରାଦ୍ଧ ବି ସାରିଦେଇଛନ୍ତି।

ତେବେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିବ। ସନ୍ଧ୍ୟା ୬.୨୬.୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ। ତେବେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଛି। ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ। କିନ୍ତୁ ବୁଧବାର ସୂର୍ଯ୍ୟୋଦୟ ପରେ ଦେବନୀତି ଆରମ୍ଭ ହେବ। ତେବେ ଓଡ଼ିଶାରେ କେବଳ ୨୦ ମିନିଟ୍‌ ପାଇଁ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଅନ୍ୟପଟେ ଏବେ କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ତେବେ ଏହି ସୂର୍ଯ୍ୟ ପରାଗ ଦେଖିବା ପାଇଁ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତିମାନେ ଦେଖିପାରିବେ।

ସେମାନଙ୍କ ଚନ୍ଦ୍ର ଶୁଦ୍ଧି ଥିବାରୁ ଏହା ଦେଖିବା ସେମାନଙ୍କ ପାଇଁ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ବିଷାରଦମାନେ ପ୍ରକାଶ କରିଛନ୍ତି। ସେହିପରି ଯେଉଁ ରାଶିରେ ଚନ୍ଦ୍ର ଅଶୁଦ୍ଧି ରହିଛନ୍ତି ସେହି ରାଶିର ବ୍ୟକ୍ତିମାନେ ଏହି ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି। ଯଥା କର୍କଟ, ବିଛା, ଧନୁ, ମୀନ ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟ ପରାଗ ଦେଖିପାରିବେନି। ସେମାନଙ୍କ ପାଇଁ ଏହି ପରାଗ ଅଶୁଭ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ସେହିପରି ଗର୍ଭବତୀ ମହିଳାମାନେ ବି ଏହି ପରାଗ ଦେଖିପାରିବେନି।

ତେବେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ପଠାଣି ସାମନ୍ତ ପ୍ଲାନିଟୋରିୟମରେ ଯେଉଁ ବ୍ୟବସ୍ଥା ରହିଛି ଚଳିତବର୍ଷ ଏହାକୁ ବନ୍ଦ ରଖାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଥିରୁ ସମସ୍ତେ ବଂଚିତ ହେବେ। ବର୍ତ୍ତମାନ ପ୍ଲାନିଟେରିଓମର ମରାମତି ଚାଲିଛି। ଅକ୍ଟୋବର ୨୭ ପର୍ଯ୍ୟନ୍ତ ମରାମତି କାମ ଚାଲିବାକୁ ଥିବାରୁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ପ୍ଲାନିଟେରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ପରାଗ ପଶ୍ଚିମ ଆକାଶରେ ଘଟିବ। ତେବେ ସେହି ସମୟରେ ଆକାଶ ମେଘାଚ୍ଛନ୍ନ ରହିବ। କେବଳ ୨୦ ମିନିଟ ହିଁ ଏହି ପରାଗ ଦୃଶ୍ୟ ମାନ ହେବ ବୋଲି ସେ କହିଛନ୍ତି। ସୂର୍ଯ୍ୟ ପରାଗ ଥିବାରୁ ମଙ୍ଗଳବାର ସରକାର ସମସ୍ତ ଅନୁଷ୍ଠାନକୁ ବନ୍ଦ କର ଛୁଟି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତରେ ଏହା ଆଂଶିକ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ଏଭଳି ସୂର୍ଯ୍ୟୋପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ। ଏହି ବିରଳ ସୂର୍ଯ୍ୟୋପରାଗ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ଯ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ। ପାଣିପାଗ କାରଣରୁ ସୂର୍ଯ୍ୟୋପରାଗ ଦେଖାଯିବା ଆଶଂକା କମ ରହିବ। ସୂର୍ଯ୍ୟୋପରାଗକୁ ସୌର ଚଷମା ଓ ଦୂରବୀକ୍ଷଣ ମାଧ୍ୟମରେ ସାହାଯ୍ୟରେ ଦେଖାଯିବା ଦରକାର।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଜୀବନ

Sunil Chandra Nayak

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

Leave a Comment

error: Content is protected !!