ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇ.ଜି ଏମ କଲେଜ ଠାରେ ଧୂଷୁରୀ ରେ ନିଶାନିବାରଣ ମହା ସଚେତନତା ଶିବିର ଅନୁଷ୍ଠିତ

ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ସାଆଁଳ ପୁର ସ୍ଥିତ ଇନ୍ଦିରା ଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷିକ ମହାବିଦ୍ୟାଳୟ, ର ଧୂଷୁରୀ ପରିସର ରେ ନିଶା ମୁକ୍ତି ପାଇଁ ଏକ ସ୍ୱତନ୍ତ୍ର ମହା ସଚେତନତା ଶିବିର କାର୍ଯ୍ୟକ୍ରମ ମିଳିତ ଓଡ଼ିଶା ନିଶା ନିବାରଣ ସଂଗଠନ ଜରିଆରେ ଧାମନଗର ପକ୍ଷରୁ ବିଦ୍ୟାଳୟର ଅଧ୍ୟୟନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି କୁ ଆଇ.ଜି.ଏମ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପିତାମ୍ବର ରାଉତରାୟ ସଭାପିତ୍ବ କରିଥିବା ବେଳେ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ସ୍ବାଗତ ଭାଷଣ ଦେଇଥିଲେ,! ତେବେ ଗାନ୍ଧୀଜୀ ଙ୍କ ସ୍ୱପ୍ନର ଭାରତ ନିଶାମୁକ୍ତ ହେବା ଦରକାର ବୋଲି ମୁଖ୍ୟ ଅତିଥି ଡା. ହରେକୃଷ୍ଣ ନାୟକ ଅଭିଭାଷଣ ମାଧ୍ୟମରେ କହିଥିବା ବେଳେ ଅନ୍ୟ ପଟେ ମୁଖ୍ୟ ବକ୍ତା ସମାନ ଅଭିଭାଷଣ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରକ୍ତାନ ପରୀକ୍ଷା ଅଧିକ୍ଷକ ଅଟଳ ବିହାରି ନାୟକ ଯୋଗଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନିଶା ନିବାରଣ ସଂଗଠନ ର ରାଜ୍ୟ ଉପସଭାପତି ଖଗେଶ୍ବର ବଳ,ବ୍ଲକ୍ ସଭାପତି ସଚ୍ଚିକାନ୍ତ ପଣ୍ଡା,ଅଧ୍ୟାପକ ନାରାୟଣ ମହାନ୍ତି ,ବରିଷ୍ଠ ସାମ୍ବାଦିକ ତପନ ମିଶ୍ର, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ ଓ ଆଇନଜୀବୀ ରମେଶ ବେହେରା ଯୋଗଦାନ କରି ସମାଜରେ 60 ଶତକଡା ଲୋକ କିପରି ନିଶାରେ କବଳିତ କରିଛି,! ସେପଟେ ନିଶାକିପରି ସମାଜ କୁ ଭାଙ୍ଗିବା ସହିତ ପରିବାର ର ମେରୁଦଣ୍ଡକୁ ଭାଙ୍ଗି ସେମାନଙ୍କ ପରିବାରକୁ ସର୍ବସାନ୍ତ କରିଦେଉଛି,! ଅତିଥି ମାନେ ତାଙ୍କ ଭାଷଣ ମାଧ୍ୟମ ରେ କହି ରଖିବା ସହିତ ବିଶେଷ ଅନୁରୋଧ ମଧ୍ୟ କରିଥିଲେ।ମହାତ୍ମାଗାନ୍ଧୀ ଙ୍କ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ସମାଜ ଆଜିର ଛାତ୍ରଛାତ୍ରୀ କାଲିର ଦେଶର ନାଗରିକ ମାନଙ୍କ ଦ୍ଵାରା ହୋଇ ପାରିବେ ବୋଲି ବକ୍ତା ମାନେ କହିଥିଲେ।

ଭଦ୍ରକ ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସାପ୍ତାହିକ ହାଟରେ ଘୋଲଦହି ବାଣ୍ଟିଲେ ଯୁବାମଞ୍ଚ କାର୍ଯ୍ୟକର୍ତା

ରାଜ୍ୟ ମହିଳା ଉପଦେଷ୍ଟା ରୂପେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ

Sunil Chandra Nayak

ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!