ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଙ୍ଗାଗୁଡା ଠାରେ ନାଭାଲ ଏନସିସି ଦିବସ ପାଳନ

କୋକସରା, ୨୮/୧୧- (ମ ନି ସ) କୋକସରା ବ୍ଲକ ଡେଙ୍ଗାଗୁଡା ଠାରେ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନାଭାଲ ଏନସିସି ଦିବସ ପାଳନ କରାଯାଇଛି। ନାଭାଲ ଏନସିସି ପ୍ରଶିକ୍ଷକ ତଥା ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ପରିଚାଳନାରେ କାର୍ଯ୍ୟକ୍ରମକୁ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଏନସିସି ଦିବସର ପୃଷ୍ଠଭୂମି ଓ ଭାରତୀୟ ଜାତୀୟ ସଂହତି ଉପରେ ଏନସିସି କ୍ୟାଡେଟ ଭୂମିକା ଉପରେ ଉପସ୍ଥିତ ଏନସିସି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ଏନସିସି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର କଳା କୌଶଲ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ହେମନ୍ତ ମାଝୀ ପରିଚାଳନା କରିଥିବା ବେଳେ ଡେଙ୍ଗାଗୁଡା ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ସର୍ବେଶ୍ୱର ପାଇକରାୟ, ଆଲୋକ ମଲ୍ଲିକ, ସୁଶାନ୍ତ ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଶ୍ରୀମନ୍ଦିର ସୁରକ୍ଷା ପ୍ରତ୍ୟେକ ଓଡିଆଙ୍କ ଦାବୀ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଏବଂ ଦାବୀ ପତ୍ର ପ୍ରଦାନ 

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା (ଅଙ୍ଗ ଦାନ ନିମନ୍ତେ ପ୍ରଦତ୍ତ) ସୁରଜ୍ ପୁରସ୍କାର ପ୍ରଦାନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

Sunil Chandra Nayak

Leave a Comment

error: Content is protected !!