ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରା ପଞ୍ଚାୟତ ସମିତି ତରଫରୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳିତ ଏବଂ ଅହିଂସା ରଥକୁ ସମ୍ବର୍ଦ୍ଧନା

ବାଲେଶ୍ଵର,୧୫/୯/୨୨-ବାଲେଶ୍ଵର ଜିଲ୍ଲା ଖଇରା ପଞ୍ଚାୟତ ସମିତି ତରଫରୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଇରା ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ପର୍ଶୁରାମ ପଣ୍ଡା, ତହସିଲଦାର ମହେନ୍ଦ୍ର କୁମାର ବେହେରା, ଚେୟାରମ୍ୟାନ ଅଭିଲିପ୍ସା ସାହୁ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର ଓ ଖଇରା ପଞ୍ଚାୟତ ସରପଞ୍ଚ ମାଳତୀ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖରେ ଶେଷ ହେବାକୁ ଥିବା ଅହିଂସା ରଥକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଆଜାଦିକା ମହୋତ୍ସବକୁ ସଫଳ ରୂପାୟନ କରିବା ପାଇଁ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଏସ ଏଚ ଜି ଗୃପ୍ ର ମହିଳା, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ନିର୍ବାଚିତ ସଦସ୍ୟ/ସଦସ୍ୟା ମାନଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇ । ମୁଖ୍ୟ ଅତିଥିଙ୍କ ବକ୍ତବ୍ୟ ଖୁବ୍ ସୁନ୍ଦର, ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବ କୁମାର ଦାସ ଙ୍କ କବିତା ଟିକେ ଖରା ଟିକେ ଛାଇ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ଦିଆସିଲି

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ କବିତା ଶୀତ ଆସେ

Sunil Chandra Nayak

Leave a Comment

error: Content is protected !!