ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ ଗଳ୍ପ ସ୍ବାମୀ ରହିଲା ସାକ୍ଷୀ

 ସ୍ବାମୀ ରହିଲା ସାକ୍ଷୀ

   ଉମାକାନ୍ତ ଦାସ

 କେନ୍ଦ୍ରାପଡା ଜିଲ୍ଲାର କନିକା ବ୍ଲକରେ ଏକ ଛୋଟିଆ ଗ୍ରାମ ଦେଉଳତରା। ସେହି ଗ୍ରାମର ଜଣେ ଯୁବକ ସୁକାନ୍ତ ନାୟକ (ଛଦ୍ମନାମ) କିଛି ଦିନ ତଳେ ବାଉଳୀ ପଡାର ଗୋଟିଏ ଝିଅ ସସ୍ମିତା ପଟ୍ଟନାୟକ (ଛଦ୍ମନାମୀ)ଙ୍କୁ ଭଲ ପାଇ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଛଅ ବର୍ଷର ଝିଅ ମଧ୍ୟ ଅଛି। ଇତି ମଧ୍ୟରେ ତାଙ୍କ ବୈବାହିକ ଜୀବନ ବହୁତ ହସ ଖୁସିରେ ବିତି ଯାଉଥିଲା ।

ବୋଉଳ ଅମାବାସ୍ୟାର ଘୋର ଅନ୍ଧକାର ରାତ୍ରିଟା ପାଲଟି ଗଲା ସୁକାନ୍ତଙ୍କ ଜୀବନ ଇତିହାସ ପୃଷ୍ଠାରେ କଳଙ୍କିତ ଲିପି । ପଡୋଶୀମାନଙ୍କ ଟାହିଟାପରା ଆଗରୁ ଶୁଣି ଏ କାନରେ ପୁରେଇ ସେ କାନରେ ବାହାର କରି ଦେଉଥିଲା ।ସସ୍ମିତା ବଡ଼ ଘରର ଝିଅ ତାକୁ ଭଲ ପାଇ ବାହା ହୋଇଛି !ଏଣୁ ମୋ ଗାଁ ପଡିଶା ତାକୁ ନ ଦେଖି ପାରି ତା ଚରିତ୍ର ବିଷୟରେ ମୋ ପାଖରେ କହି ମୋ ସୁନା ସଂସାରକୁ ଚୁନା କରିବାକୁ ବସିଛନ୍ତି ।ଏହି ଭଳି କେତେ କଣ ଭାବେ ଏବଂ କେବେ ବି ସସ୍ମିତାକୁ ନା କିଛି ପଚାରେ ନା ସନ୍ଦେହ କରେ । ଭଲ ପାଇ ବାହା ହୋଇଥିବାରୁ ତା ପରିବାର ସହିତ ସେ ବିଛିନ୍ନ ହୋଇଯାଇଛି । ଏହା ଭାବି ତାକୁ ହସାଇ ଖେଳାଇ ଦିନ କାଳାତିପାତ କରିନିଏ ।

ଅମାବାସ୍ୟାର ଅର୍ଦ୍ଧ ରାତ୍ରି! ପତି ପତ୍ନୀ ଦୁହେଁ ଶୋଇ ଯାଇଥିଲେ ନିଜର ପ୍ରୀତି ଶଯ୍ୟାରେ ! ଠିକ ସେହି ସମୟରେ ସୁକାନ୍ତର ନୀଦ ବାରି ସସ୍ମିତା ବାହାରି ଯାଇଥିଲା ବାଡ଼ି କବାଟ ଖୋଲି ବାହାରକୁ ।କବାଟର କେଁ କେଁ ଧ୍ବନୀ ଜାଗ୍ରତ କରାଇଥିଲା ସୁକାନ୍ତର ପ୍ରଗାଢ ନିଦକୁ । ବିଛଣାରେ ଶୋଇ ସୁକାନ୍ତ ଚିନ୍ତା କରୁଥିଲା !ସସ୍ମିତା ଏକ ଯାଇଥିବ! ତୁରନ୍ତ ଫେରି ଆସିବ ।ହେଲେ ପ୍ରାୟ ଅଧ ଘଣ୍ଟେ ଘଣ୍ଟେ ପର୍ଯ୍ୟନ୍ତ ନ ଫେରିବାରୁ , ଭାବନା ସାଗରରେ ହଜି , ଧିର ମନ୍ଥର ପାଦରେ ବାହାରକୁ ଯାଇ ଦେଖେତ ଭେଣ୍ଡି କିଆରି କଡରେ ସସ୍ମିତା ଏକ ନବ ଯୁବକ ସହିତ ଅଶ୍ଳୀଳ ଅବସ୍ଥାରେ କାମ କ୍ଷୁଧାକୁ ତୃପ୍ତି କରାଇ ଚାଲିଛି ।ଘୋର ଅନ୍ଧାର ଭିତରେ ଏକାକୀ ସୁକାନ୍ତକୁ ସାହାଯ୍ୟ କରିଥିଲା ବାଡ଼ି ପଟେ ଦିଆ ଯାଇଥିବା ଶହେ ଭୋଲଟର ବିଜୁଳି ବତୀ ।ସେ ଦୁହେଁ ବିପରୀତ ମୁଖି ହୋଇଥିବାରୁ ସୁକାନ୍ତର ଆସିବା ଦେଖି ପାରୁ ନଥିଲେ ।ସୁକାନ୍ତ ଏ ପ୍ରକାର ଅପକର୍ମରେ ଳିପ୍ତ ଥିବା ପତ୍ନୀର ଦୃଶ୍ଯରେ ଭାଙ୍ଗି ନ ପଡ଼ି ଧର୍ଯ୍ୟର ସହିତ ଦୌଡ଼ି ଯାଇ ଦୁଇ ଜଣକୁ ସନ୍ଧିଗ୍ଧ ଅବସ୍ଥାରେ କୁଣ୍ଢେଇ ଧରି ଖୁବ ଜୋରରେ ଚିତ୍କାର କଲା ।ଘର ଲୋକଙ୍କ ସହିତ ଦୌଡ଼ି ଆସିଲେ ପାଖ ପଡୋଶୀ । ସାହାରା ନେଲେ ସେହି ଚାରି ଆଙ୍ଗୁଳି ଯନ୍ତ୍ର ମୋବାଇଲର ।କିଏ କିଏ ଫଟୋ ଭିଡିଓ କଲା ପରେ ଦୁଇଜଣଙ୍କୁ ଲୁଗା ପିନ୍ଧିବା ପାଇଁ ପରାମର୍ଶ ଦେଲେ ପ୍ରେମିକ ଯୁବକ ଜଣକ ଥିଲା ସେହି ଗାଁରେ ରହୁଥିବା ସସ୍ମିତାର ମାମୁଁ ପୁଅ ସରୋଜ ମହାନ୍ତି ।ଦୁଇ ଜଣଙ୍କୁ ରାତି ତମାମ ନଜର ବନ୍ଦିରେ ରଖି ଶହେ ନମ୍ବରକୁ ଫୋନ କଲେ ।।

  ପୂର୍ବ ଦିଗରୁ ସୂର୍ଯ୍ୟଙ୍କ ରଶ୍ମି ବିଚରଣ ନ ହେବା ପୂର୍ବରୁ ବିଚରଣ ହୋଇଗଲା ଚାରିଆଡେ ସସ୍ମିତା ଆଉ ସରୋଜର ପରକିଆ ପ୍ରିତି ଖବର ।ପୋଲିସ ଗାଡ଼ିର ସାଇରେନ ସହିତ ମାଳ ମାଳ ଲୋକଙ୍କ ଧାଡି ଛୁଟିଲା ।ଠିକ୍ ଏତିକି ବେଳେ ଥାନା ବଡ଼ ବାବୁ ଜନ ଗହଳି ବାରେଇ ପହୁଞ୍ଚି ଗଲେ ସସ୍ମିତା ଆଉ ସରୋଜ ପାଖରେ। ଥାନାର ସୂତ୍ରପାତ ଅନୁସାରେ ଦୁହିଁଙ୍କୁ ଧମକ ଚମକ ଦେଇ ଥାନାକୁ ନେଇ ଯିବା ପାଇଁ ଉଦ୍ୟମ କଲେ ।ଗ୍ରାମ ମୁଖିଆ ମଧ୍ୟ ବଡ଼ ବାବୁଙ୍କ କଥାରେ ରାଜି ହେବା ସହିତ ସେଠାରେ ଥିବା ମାନ୍ୟ ଗଣ୍ଯ ବ୍ଯକ୍ତିମାନେ ମଧ୍ୟ ଏକମତ ହେଲେ କିନ୍ତୁ ହେଲେ ନାହିଁ ଭଲ ପାଇ ବିବାହ କରିଥିବା ସ୍ବାମୀ ସୁକାନ୍ତ ।

   ଗାଁ ଭଦ୍ରଲୋକ ଆଉ ଆଇନର ରକ୍ଷକ ଥାନା ବଡବାବୁଙ୍କ ସାମ୍ନାରେ ହାତ ଯୋଡି କହିବାକୁ ଲାଗିଲା । ହେ ମହାଶୟ ଆଇନ ପାଳକ , ଆପଣମାନେ ଏ ଦୁହିଁଙ୍କୁ କେଉଁଥି ପାଇଁ ଥାନାକୁ ନେବେ ।ଏମାନଙ୍କର ଦୋଷ କ’ଣ !!? କି ଅପରାଧ ଏମାନଙ୍କର !!? ଆଇନର ସୂତ୍ର ପରା କହିଛି…ପରକିଆ ପ୍ରିତି ଅପରାଧ ନୁହେଁ ? ପୁଣି ଏମାନେ ଥାନାକୁ ଯିବା ଆବଶ୍ୟକ କ’ଣ ?ଏଥିରେ କ’ଣ କାନୁନକୁ ଆଖି ଦିରିଶିଆ ପ୍ରମାଣ ମିଳି ନାହିଁ ? ସନ୍ଧିଗ୍ଧ ଅବସ୍ଥାର ପ୍ରମାଣ ଦେଲା ପରେ ମଧ୍ୟ ଏମାନଙ୍କୁ ଥାନା କୁ ନେଇ ମୋ ଉପରେ ବୋଝ ଉପରେ ଲଳିତା ବିଡା ଲଦି ଦିଆଯିବ ।ତାହା ଅସମ୍ଭବ ଏମାନେ କୌଣସି ପ୍ରକାର ଥାନାକୁ ଯାଇ ପାରିବେ ନାହିଁ ।ଥାନା ବାବୁ ଯିଏ କାନୁନର ଆଖି ! ରୁଣ୍ଡିଭୁତ ଗ୍ରାମବାସୀଙ୍କ ସମ୍ମୁଖରେ ମୁଁ ସ୍ବାମୀ ହୋଇ ସାକ୍ଷୀ ରହିବି ଏହିଠାରେ ଏହିକ୍ଷଣି ଦୁଇ ଜଣଙ୍କର ହେଉ ପବିତ୍ର ବନ୍ଧନ ।ଚୋରା ପ୍ରେମିକ ପାଉ ଯଥା ସମ୍ମାନ। ସମ୍ବିଧାନରେ ପ୍ରଣୟ ହେଉଥିବା।ପରକିଆ ପ୍ରୀତି ପାଉ ଯଥେଷ୍ଟ ସମ୍ମାନ ।ଆଉ ଅଥଳ ଦରିଆ ମଧ୍ୟରେ ଭାସି ଯାଉ ମୋ ପ୍ରେମର ସନ୍ତକ ଏହି ଛଅ ବର୍ଷର ଝିଅ । ଦୁନିଆ ଜାଣୁ ଭଲ ପାଇ ବିବାହ କରି ବାପ ,ମାଆ ,ଭାଇ, ଭଗ୍ନୀଙ୍କ ଆଖିରେ କଷ୍ଟ ଦେଇ କି ସୁଖ ମିଳିଲା ମୋର ଏହି ପ୍ରେମ ପ୍ରଣୟରେ ।।

 ଗ୍ରାମବାସୀମାନେ ସୁକାନ୍ତର କଥାକୁ ଉଚିତ ମନେ କରି ବଡ ବାବୁଙ୍କ ମତାମତ ନେଇ କଥା ଟା ମୋଟ ନକରି ପରକିଆ ପ୍ରୀତିକୁ ସମ୍ମାନ ଦେବାକୁ ଯାଇ । ସସ୍ମିତା ମାମୁଁଙ୍କୁ ଡାକି ସରୋଜର କଲା କର୍ମର ଦୃଶ୍ୟ ଗୁଡ଼ିକ ଦେଖାଇ ବୈଧାନିକ ସୂତ୍ରରେ ସୁକାନ୍ତକୁ ପ୍ରଥମ ସାକ୍ଷୀ ରଖି ଗ୍ରାମ ଦେବତୀଙ୍କ ନିକଟରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।ନା ରହିଲା ଭଲ ପାଇବା ସମ୍ପର୍କ ନା ରହିଲା ବାତ୍ସଲ୍ୟର ମମତା ।ରହିଗଲା କେବଳ ପରକିଆ ପ୍ରୀତି କାନନୁର ସମ୍ମାନ ।।

ଲାଲବାଗ ,ଖାନନଗର , ମଙ୍ଗଳପୁର ,ଯାଜପୁର

Related posts

ଗୁଣ୍ଡୁରୀ ତେଲ ନଦୀ ପଥର ଚଟାଣରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

Sunil Chandra Nayak

ଉଦ୍‌ଯାପିତ ହେଲା ଗୋପାଳପୁର ମହାଲକ୍ଷ୍ମୀ ପୂଜନୋତ୍ସବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort