ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କାହିଁକି ଏମିତି କରେ

କାହିଁକି ଏମିତି କରେ

ଉପେନ୍ଦ୍ର କୁମାର ବସ୍ତିଆ

    
ନୀତି ତୁମପାଇଁ ପ୍ରେମପତ୍ର ଲେଖେ 
ମନର କାଗଜ ପରେ 
ସ୍ମୁତିର କଲମ ଧାରେ 
ସେହି ପ୍ରେମପତ୍ର ନଷ୍ଟ ହୋଇଯାଏ 
ମୋ ଆଖି ଲୁହର ଧାରେ 
ଲେଖି ମୁଁ ସାରିବା ପରେ 
ମୁଁ କାହିଁକି ଏମତି କରେ ?
ତୁମେ ଯେବେ ଥରେ ହସିଦେଲେ 
ବସନ୍ତ ଆସଇ ବାସ ଚହଟଇ
ମଳୟ ବହଇ ଧୀରେ 
କୋଇଲି ଗାଆଇ 
ଆମ୍ବ ବଉଳଇ ମହ ମହ ହୋଇ 
ଫୁଲ ଫୁଟେ ବଗିଚାରେ 
ମୋ ମନେ ଶାନ୍ତନା ଭରେ 
ମୁଁ କାହିଁକି ଏମତି କରେ ?
ତୁମେ ଦୁଃଖକଲେ ଥରେ 
ବରଷା ଆସଇ ମେଘ ବରଷଇ 
ଘଡ଼ ଘଡି ଶବ୍ଦ କରେ 
ଚାରିଆଡେ ଜଳ ଭରେ 
ବାଦଲ ଘୋଟଇ ସୂର୍ଯ୍ୟ ଲୁଚିଯାଏ 
କଳାମେଘ ପଣତରେ 
ମୋ ମନ ଅସ୍ତିର କରେ 
ମୁଁ କାହିଁକି ଏମତି କରେ ?
ନୀତି ତୁମକଥା ଜହ୍ନ ଆସି କୁହେ 
ତୋଫା ତୋଫା ଆଲୁଅରେ 
ଚାନ୍ଦିନୀ ରାତିର ଧାରେ 
ହେଲେ ମୁଁ ଚିହ୍ନିନି କେବେ ମୁଁ ତୁମକୁ 
ଜହ୍ନ ଆଗେ ଗାଲୁ ମାରେ 
ହେଲେ•• ଲୁଚି ଲୁଚି ଲୁହ ଝାରେ 
ମୁଁ କାହିଁକି ଏମତି କରେ ?

ରାଉରକେଲା

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ସୁରେଶ ଚନ୍ଦ୍ର ପାଢ଼ୀ, ବୁଗୁଡ଼ା, ଗଞ୍ଜାମ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ବବି ଜୈନ୍ ଙ୍କ କବିତା #ହାଇକୁ

Sunil Chandra Nayak

ବସ ଚକ ତଳେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!