ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

ଏକଦା କିଛି ଶିଷ୍ୟ ଗୁରୁଙ୍କ ପାଖରେ ବସି ବିଦ୍ଯା ଗ୍ରହଣ କରୁଥିଲେ । ଏହି ସମୟରେ ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲେ ଜୀବନରେ କେଉଁ କାମ କରିବା ଉଚିତ, ଯାହାକଲେ ଜୀବନ ସାର୍ଥକ ହେବ । ଗୁରୁ ଶିଷ୍ୟଙ୍କ ଏହି ପ୍ରଶ୍ନରେ ସାମାନ୍ୟ ହସିଲେ ଏବଂ କହିଲେ ଏହି ପ୍ରଶ୍ନର ଉତ୍ତର କାଲି ଦିଆଯିବ । ପରଦିନ ସକାଳ ହେଲା । ଗୁରୁ ନିଜ ଶିଷ୍ୟମାନଙ୍କୁ ନେଇ ଗୋଟିଏ ଗାଁକୁ ଯାଉଥାନ୍ତି । ଗୁରୁ ଶିଷ୍ୟମାନଙ୍କୁ କହିଲେ ତୁମେମାନେ ଘର ଘର ଯାଇ ଭିକ୍ଷା ମାଗିଆଣ । ସମସ୍ତ ଶିଷ୍ୟ ଭିକ୍ଷା ମାଗିବା ଉଦ୍ଦେଶ୍ୟରେ ବାହାରିଲେ । କେତେକ ଶିଷ୍ଯଙ୍କୁ କିଛି ଭିକ୍ଷା ମିଳିଲା ଏବଂ ଆଉ କେତେକଙ୍କୁ କିଛି ଖାଇବାକୁ ମିଳିଲା । ଶିଷ୍ୟମାନେ ସବୁ ଏକତ୍ର କରି ଗୁରୁଙ୍କ ନିକଟରେ ପହଞ୍ଚିଲେ । ଏହି ସମୟରେ ପୂର୍ବଦିନ ପ୍ରଶ୍ନ ପଚାରିଥିବା ଶିଷ୍ୟଙ୍କ କଥା ଗୁରୁ ମନେ ପକାଇଲେ । ପ୍ରଶ୍ନ ପଚାରିଥିବା ଶିଷ୍ୟ ଜଣଙ୍କ ଛିଡା ହେଲେ । ଗୁରୁ କହିଲେ- ସମସ୍ତେ ଭିକ୍ଷା ମାଗିବା ପାଇଁ ଯାଇଥିଲ । ଭିକ୍ଷାଦାତାଙ୍କ ମଧ୍ୟରୁ କେହି କେହି ନିଜ ଆଗ୍ରହରେ ଭିକ୍ଷା ପ୍ରଦାନ କରିଥିବେ ଏବଂ ଅନ୍ୟ କେହି କେହି ଅନିଚ୍ଛାରେ ଭିକ୍ଷା ପ୍ରଦାନ କରିଥିବେ । ଏକଥା ତୁମେମାନେ ଜାଣି ପାରିଥିବ ଯେ, କିଏ ଆଗ୍ରହ ସହକାରେ ଭିକ୍ଷା ପ୍ରଦାନ କରିଛି ଏବଂ କିଏ ଅନାଗ୍ରହରେ । ଯେଉଁମାନେ ଆଗ୍ରହର ସହ ଭିକ୍ଷା ପ୍ରଦାନ କରିଛନ୍ତି ସେମାନଙ୍କ ଜୀବନ ସାର୍ଥକ ହେବ । ଆମେ ସମସ୍ତେ ସେହି ଅନୁସାରେ କାମ କଲେ ଜୀବନ ସାର୍ଥକ ହେବ ବୋଲି ଗୁରୁ ଶିଷ୍ୟମାନଙ୍କୁ ବୁଝାଇଲେ । ଆସନ୍ତୁ ଆମ୍ଭେମାନେ ଜୀବନରେ ଏମିତି କିଛି କାମ କରିବା ଯେଉଁଥିରେ ଅନ୍ୟମାନେ ଖୁସି ହେବେ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ବିଜେପି ର ଅନୁସୂଚିତ ଜନଜାତି ସମାବେଶ

ଧାନ ତଳି କିଆରୀ ରେ ଭାରତ ଆଜାଦି ର ଅମୃତ ମହୋତ୍ସବ ଚିତ୍ର

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

Leave a Comment

error: Content is protected !!