ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଟାଵାଲ ଧାନ ମଣ୍ଡିର ଶୁଭାରମ୍ଭ

ପାପଡାହାଣ୍ଡି,10/12, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ପଞ୍ଚାୟତ ଜାମ୍ବଗୁଡା ଠାରେ ଶନିବାର ଧାନ ମଣ୍ଡିର ଶୁଭରମ୍ଭ ହୋଇଛି | ଲେମ୍ପ ଏମଡି ଇସମାଇଲ ସନଫୁଲଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,ଲେମ୍ପ ସଭାପତି ସଦାଶିବ ଭତରା ପ୍ରମୁଖ ଯୋଗ ଦେଇଥିଲେ | ଖରାପ ପାଗ ଯୋଗୁଁ ପ୍ରଥମ ଦିବସ ରେ ଧାନ କିଣିବାକୁ ପୂର୍ବରୁ ଚାଷି କୁ ମନା କରିଦିଆ ଯାଇଥିଲା . କିନ୍ତୁ ଆସନ୍ତା ଶନିବାର ଠାରୁ ଜଟାଵାଲା ମଣ୍ଡିରୁ ଧାନ କିଣାଯିବ ବୋଲି ଆରଏମସି ସୁପରବାଇଜର ଶ୍ୟାମ ନାୟକ ସୂଚନା ଦେଇଛନ୍ତି | ସେହିପରି ପାପଡାହାଣ୍ଡି ଲେମ୍ପ ଅଧୀନ ରେ ରହିଥିବା ପାପଡାହାଣ୍ଡି ମଣ୍ଡୀ ସୋମବାର, ମୋକିଆ ମଣ୍ଡି ମଙ୍ଗଳବାର, ଡ଼ଙ୍ଗରା ମଣ୍ଡି ବୁଧବାର ଦିନ ଆରମ୍ଭ ହେବ ବୋଲି ଲେମ୍ପ କର୍ତୃପକ୍ଷ ରୁ ସୂଚନା ମିଳିଛି | ଏହି ଅବସରରେ ରେ ଜଟାଵାଲା ଚାଷି ଅବଦୁଲ ଜିଲ୍ଲାନି, କୈଳାଶ ପାଣିଗ୍ରାହୀ,ଅବଦୁଲ ଦରବେଶ, ଶୈକ ଫାରୁକ,ଆଜାଦ ଉଲ ହକ ଓ ଲେମ୍ପ କର୍ମଚାରୀ ଅଶ୍ୱନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ତୀର୍ଯ୍ୟକ୍

Sunil Chandra Nayak

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!