ପାପଡାହାଣ୍ଡି,10/12, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ପଞ୍ଚାୟତ ଜାମ୍ବଗୁଡା ଠାରେ ଶନିବାର ଧାନ ମଣ୍ଡିର ଶୁଭରମ୍ଭ ହୋଇଛି | ଲେମ୍ପ ଏମଡି ଇସମାଇଲ ସନଫୁଲଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,ଲେମ୍ପ ସଭାପତି ସଦାଶିବ ଭତରା ପ୍ରମୁଖ ଯୋଗ ଦେଇଥିଲେ | ଖରାପ ପାଗ ଯୋଗୁଁ ପ୍ରଥମ ଦିବସ ରେ ଧାନ କିଣିବାକୁ ପୂର୍ବରୁ ଚାଷି କୁ ମନା କରିଦିଆ ଯାଇଥିଲା . କିନ୍ତୁ ଆସନ୍ତା ଶନିବାର ଠାରୁ ଜଟାଵାଲା ମଣ୍ଡିରୁ ଧାନ କିଣାଯିବ ବୋଲି ଆରଏମସି ସୁପରବାଇଜର ଶ୍ୟାମ ନାୟକ ସୂଚନା ଦେଇଛନ୍ତି | ସେହିପରି ପାପଡାହାଣ୍ଡି ଲେମ୍ପ ଅଧୀନ ରେ ରହିଥିବା ପାପଡାହାଣ୍ଡି ମଣ୍ଡୀ ସୋମବାର, ମୋକିଆ ମଣ୍ଡି ମଙ୍ଗଳବାର, ଡ଼ଙ୍ଗରା ମଣ୍ଡି ବୁଧବାର ଦିନ ଆରମ୍ଭ ହେବ ବୋଲି ଲେମ୍ପ କର୍ତୃପକ୍ଷ ରୁ ସୂଚନା ମିଳିଛି | ଏହି ଅବସରରେ ରେ ଜଟାଵାଲା ଚାଷି ଅବଦୁଲ ଜିଲ୍ଲାନି, କୈଳାଶ ପାଣିଗ୍ରାହୀ,ଅବଦୁଲ ଦରବେଶ, ଶୈକ ଫାରୁକ,ଆଜାଦ ଉଲ ହକ ଓ ଲେମ୍ପ କର୍ମଚାରୀ ଅଶ୍ୱନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |
next post