ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର

ଜୁନାଗଡ଼,୨୨/୧୧(ମ ନି ସ)  ଜୁନାଗଡ଼ ବ୍ଲକ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଅନେକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପରୀକ୍ଷା କରାଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସୁଧୀରା ମେହେର ମୁଖ୍ୟଅତିଥି ଭାବେ ରହିଥିବା ବେଳେ ବ୍ଲକ ଉପାଧକ୍ଷ୍ ପ୍ରମୋଦ ବେହେରା, ଜିଲ୍ଲାପରିଷଦ ସଦସ୍ୟା ସଂଗୀତ ଖରସେଲ, ଲାଲବହାଦୁର ଜାନୀ, ଏବଂ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ।ସେହିପରି ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷ୍ୟା ଅଧିକାରୀ ତୁଷାର ରଞ୍ଜନ ସାହୁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ବାବଧାନ କରି ଦାୟିତ୍ୱ ତୁଲାଇଥିଲେ। ଏହି ଶିବିରରେ ଜୁନାଗଡ଼ ବ୍ଲକ ଅଂଚଳରୁ ୪୦୯ ଜଣ ଭିନ୍ନକ୍ଷମ ସାମିଲ ହୋଇ ବିଭିନ୍ନ ସ୍କିମ ରେ ଅନ୍ତର୍ଭୁକ୍ତ ହୋଇ ଉପକୃତ ହୋଇଥିଲେ।ଏହି ଶିବିରରେ ବିଭିନ୍ନ ବିଭାଗର ଡାକ୍ତର, ଟେକନୀସିଆନ ଓ କର୍ମଚାରୀ ଉପସ୍ଥିତ ରହି ଦାୟିତ୍ୱ ସମ୍ପାଦନ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ପୌର ନିର୍ବାଚନ ନେଇ କଲହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଅମରନାଥ ଯାତ୍ରା: ହେଲିକପ୍ଟର ପାଇଁ ଅନ୍‌ଲାଇନ୍ ବୁକିଂ କରିପାରିବେ ଶ୍ରଦ୍ଧାଳୁ

Sunil Chandra Nayak

Leave a Comment

error: Content is protected !!