ରାଉରକେଲା/ କଲୁଙ୍ଗା ସ୍ଥିତ ଆରଆଇଟି ରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରମୋଦ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଚଳିତ ବର୍ଷ ବାର୍ତ୍ତା ରହିଛି ଯେ ସମସ୍ତଙ୍କ ପାଇଁ ସମ୍ମାନ, ସ୍ବାଧୀନତା ଏବଂ ନ୍ୟାୟ । ମାନବିକ ଅଧିକାର ସୁରକ୍ଷା ପାଇଁ ସମଗ୍ର ବିଶ୍ବ ବର୍ତ୍ତମାନ ଅନେକ ଅଦୃଶ୍ୟ ତଥା ଅବାସ୍ତବ ଆହ୍ୱାନର ସମ୍ମୁଖୀନ ହେଉଛି । ସଂପ୍ରତି ମାନବିକ ଅଧିକାର ଯଥା ନାଗରିକ, ସାଂସ୍କୃତିକ,ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର ଆଦିକୁ ସୁରକ୍ଷା କରିବା ପାଇଁ ପ୍ରତିବଦ୍ଧତା ପ୍ରତି ଏକ ଆହ୍ବାନ ସୃଷ୍ଟି କରୁଛି । ମଣିଷ ହୋଇ ମଣିଷ ପରି ବଂଚିବା ସମସ୍ତଙ୍କର ଅଧିକାର । ଏଥିରୁ ତିଳେମାତ୍ର ବିଚ୍ୟୁତି ମାନବ ଅଧିକାର ଉଲଂଘନରେ ଗଣା ହେବ । ତେବେ ଅତିଥି ଦ୍ବୟ ଏଥିପାଇଁ ସଚେତନତା କୁ ଗୁରୁତ୍ବାରୋପ କରିଥିଲେ । ଶେଷରେ ଫେଲିକ୍ସ ଖେସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ରଥ, ସୂର୍ଯ୍ୟକାନ୍ତ ପରିଡା,ଶଙ୍କର ପ୍ରଧାନ,ଅଜୟ ବେହେରା, ପ୍ରତାପ ସାମଲ,ଲୁସି ଲାକ୍ରା,ଅଞ୍ଜଳି କୁଲୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
previous post