କଲମପୁର , ୧୮/୭(ମସିହା) ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ଫାଣ୍ଡି ଅଂଚଳର ଦୁଇ ସହପାଠୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି l ଘଟଣା ପ୍ରଘଟ ହେବା ଜାଣି ପିଡିତାଙ୍କ ପରିବାର ପକ୍ଷରୁ ରବିବାର ଦିନ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତିକରି ପୋଲିସ ସମ୍ବେଦନଶୀଳ ଅଭିଯୋଗ ହେତୁ ମାମଲାକୁ ଗମ୍ଭୀରତାର ସହ ନେଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି l ଅଭିଯୋଗ ଅନୁସାରେ ଜନୈକ ଯୁବତୀ କଲମପୁର ମୋଦିନିକା ଦେବୀ ମହା ବିଦ୍ୟାଳରେ +3 ଶେଷ ବର୍ଷ ପାଇଁ ପଢୁଥିଲେ l ସେହି ଶ୍ରେଣୀ ରେ ପଢ଼ୁଥିବା ଜଣେ ଛାତ୍ର ଡ଼ରାଣୀ କରି ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ l ସମ୍ପର୍କ ନ ରଖିଲେ ଜୀବନରେ ମାରିଦେବାକୁ ଧମକ ଦେବାରୁ ଡରିଯାଇ ସମ୍ପର୍କ ରଖିଥିଲେ l ଗତ ବର୍ଷ ଜୁଲାଇ ମାସ ରେ ଧମକ ଦେଇ ଜବରଦସ୍ତ ଧର୍ଷଣ କରିଥିଲl l ଏହି ସବୁ କୁ ଯୁବକ ମୋବାଇଲ ରେ ଭିଡିଓ କରି ରଖୁଥିଲl l ଏଭଳି ନିୟମିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏବଂ ଏହି ଘଟଣା କୁ ପ୍ରଘଟ କଲେ ଜୀବନରେ ମାରିଦେବା କୁ ଧମକ ଦେବା ସହ ଭିଡିଓ କୁ ଭାଇରଲ କରିବେ ବୋଲି ଡରାଇ ଥିଲା l ପରବର୍ତୀ ସମୟରେ ସେହି ଅଶ୍ଳୀଳ ଭିଡିଓ ଗୁଡିକ ଶନିବାର ଦିନ ଭାଇରଲ ହେଉଥିବା ଜାଣିବାପରେ ପରିବାର ଲୋକଙ୍କୁ ଝିଅ ସବୁ କଥା କହିଥିଲl l ରବିବାର ଜୟପାଟଣା ପୋଲିସ ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ ୨୬୮ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛନ୍ତି l ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆ ଅଭିଯୁକ୍ତ ମାଟିଖାଳ ଗ୍ରାମର ଭବାନୀ ନାଏକ କୁ ତୁରନ୍ତ ଗିରଫ କରିଛି l ଆସନ୍ତାକାଲି ଡାକ୍ତରୀ ମାଇନା ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ଛତ୍ରିଆ କହିଛନ୍ତି l କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏଭଳି ଏକ ଲଜ୍ୟାଶୀଳ ଘଟଣା କଲେଜ କୁ ମଧ୍ୟ ବଦନାମ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପିଡିତାଙ୍କ ଭବିଷ୍ୟତ କୁ ନେଇଁ କି ପଦକ୍ଷେପ ଗ୍ରହଣ କରାଯିବ ତାହା ଆଗାମୀ ଦିନରେ ଜଣାପଡିବ l
ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର କଳାହାଣ୍ଡି