ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ , ଅଭିଯୁକ୍ତ ଗିରଫ

କଲମପୁର , ୧୮/୭(ମସିହା) ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ଫାଣ୍ଡି ଅଂଚଳର ଦୁଇ ସହପାଠୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି l ଘଟଣା ପ୍ରଘଟ ହେବା ଜାଣି ପିଡିତାଙ୍କ ପରିବାର ପକ୍ଷରୁ ରବିବାର ଦିନ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତିକରି ପୋଲିସ ସମ୍ବେଦନଶୀଳ ଅଭିଯୋଗ ହେତୁ ମାମଲାକୁ ଗମ୍ଭୀରତାର ସହ ନେଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି l ଅଭିଯୋଗ ଅନୁସାରେ ଜନୈକ ଯୁବତୀ କଲମପୁର ମୋଦିନିକା ଦେବୀ ମହା ବିଦ୍ୟାଳରେ +3 ଶେଷ ବର୍ଷ ପାଇଁ ପଢୁଥିଲେ l ସେହି ଶ୍ରେଣୀ ରେ ପଢ଼ୁଥିବା ଜଣେ ଛାତ୍ର ଡ଼ରାଣୀ କରି ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ l ସମ୍ପର୍କ ନ ରଖିଲେ ଜୀବନରେ ମାରିଦେବାକୁ ଧମକ ଦେବାରୁ ଡରିଯାଇ ସମ୍ପର୍କ ରଖିଥିଲେ l ଗତ ବର୍ଷ ଜୁଲାଇ ମାସ ରେ ଧମକ ଦେଇ ଜବରଦସ୍ତ ଧର୍ଷଣ କରିଥିଲl l ଏହି ସବୁ କୁ ଯୁବକ ମୋବାଇଲ ରେ ଭିଡିଓ କରି ରଖୁଥିଲl l ଏଭଳି ନିୟମିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏବଂ ଏହି ଘଟଣା କୁ ପ୍ରଘଟ କଲେ ଜୀବନରେ ମାରିଦେବା କୁ ଧମକ ଦେବା ସହ ଭିଡିଓ କୁ ଭାଇରଲ କରିବେ ବୋଲି ଡରାଇ ଥିଲା l ପରବର୍ତୀ ସମୟରେ ସେହି ଅଶ୍ଳୀଳ ଭିଡିଓ ଗୁଡିକ ଶନିବାର ଦିନ ଭାଇରଲ ହେଉଥିବା ଜାଣିବାପରେ ପରିବାର ଲୋକଙ୍କୁ ଝିଅ ସବୁ କଥା କହିଥିଲl l ରବିବାର ଜୟପାଟଣା ପୋଲିସ ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ ୨୬୮ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛନ୍ତି l ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆ ଅଭିଯୁକ୍ତ ମାଟିଖାଳ ଗ୍ରାମର ଭବାନୀ ନାଏକ କୁ ତୁରନ୍ତ ଗିରଫ କରିଛି l ଆସନ୍ତାକାଲି ଡାକ୍ତରୀ ମାଇନା ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ଛତ୍ରିଆ କହିଛନ୍ତି l କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏଭଳି ଏକ ଲଜ୍ୟାଶୀଳ ଘଟଣା କଲେଜ କୁ ମଧ୍ୟ ବଦନାମ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପିଡିତାଙ୍କ ଭବିଷ୍ୟତ କୁ ନେଇଁ କି ପଦକ୍ଷେପ ଗ୍ରହଣ କରାଯିବ ତାହା ଆଗାମୀ ଦିନରେ ଜଣାପଡିବ l

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର କଳାହାଣ୍ଡି 

Related posts

ଆଜି ଠାରୁ ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶତମ ଯାତ୍ରା ତଥା ରୌପ୍ୟ ଜୟନ୍ତୀ ଆରମ୍ଭ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ବଡଧାରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!