ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବ ଆନ୍ଦୋଳନ, ଡାକିଲେ ସାମ୍ବାଦିକ ସମ୍ମିଳନୀ 

ବାଲେଶ୍ଵର,୧୮/୧୦/୨୨- କୃଷି ଓ କୃଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ହେବ ସମ୍ମିଳନୀ । ରୂପ ନେବ ଆନ୍ଦୋଳନ । ଡାକିଲେ ସାମ୍ବାଦିକ ସମ୍ମିଳନୀ । ସୂଚନାଯୋଗ୍ଯ କି ଚଳିତ ମାସ ୨୧ ଓ ୨୨ ତାରିଖରେ ଜିଲ୍ଲା ସମ୍ମିଳନୀ ଖଇରା ଠାରେ ହେବ । ଏଥିନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡିଶା କୃଷକ ସଭା ବାଲେଶ୍ଵର ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଯାଇଛି । ଏଥିରେ ଓଡ଼ିଶା କୃଷକ ସଭାର ରାଜ୍ୟ ଉପ-ସଭାପତି ନିର୍ମଳ ନାୟକ, ସମ୍ପାଦକ ସୀତା ସିତାଂଶୁ ସେନାପତି, ଅଭ୍ଯର୍ଥନା କମିଟି ଚେୟାରମ୍ୟାନ ଜଗତାନନ୍ଦ ମହାପାତ୍ର, ସଭ୍ୟ ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ଭଗବାନ ଦାସ, ବସନ୍ତ କୁମାର ମାଝୀ, ପ୍ରଶାନ୍ତ କୁମାର ବାରିକ ଓ ଅଭିରାମ ବେହେରା ପ୍ରମୁଖ ଯୋଗଦେଇ କୃଷକ ମାନଙ୍କ ସମସ୍ୟା ଯଥା-ଧାନ ଅମଳ ସମୟରେ ମଣ୍ଡି ନଖୋଲିବା, ବଙ୍ଗୀୟ ବେପାରୀକୁ କମ୍ ମୂଲ୍ୟରେ ବିକ୍ରି କରିବା, ଅନଲାଇନ୍ ବ୍ଯବସ୍ଥାର ଅବ୍ଯବସ୍ଥା, ସମବାୟ ସମିତି ଗୁଡିକ ଦୁର୍ନୀତିର ଗନ୍ତାଘର ପାଲଟିବା, ଚଢା ଦରରେ ସାର ଓ ବିଷ କିଣିବା, ଚାଷୀ ଆତ୍ମହତ୍ୟା, ଉତ୍ପାଦିତ ଫସଲର ଲାଭଜନକ ଦର ସ୍ଥିର ନହେବା, ଶୀତଳ ଭଣ୍ଡାରର ଅଭାବ, ଅସମ୍ପୂର୍ଣ୍ଣ ଜଳସେଚନ ପ୍ରକ୍ରିୟା, ବନ୍ୟା ଓ ବାତ୍ୟାରେ ନଷ୍ଟ ହେଉଥିବା ଫସଲର ସଠିକ୍ ଆକଳନ ନହେବା, କୃଷକ ମାନଙ୍କୁ ସଠିକ୍ କ୍ଷତିପୂରଣ ନମିଳିବା ଏବଂ ଇନସ୍ଯୁରାନସ୍ ପ୍ରଭୃତି ସମସ୍ୟା ଦାବି ଉପରେ ଗଣମାଧ୍ୟମ ଆଗରେ ଆଲୋଚନା ହୋଇଥିଲା । ପ୍ରତିବାଦରେ ଚଳିତ ମାସ ୨୧ ଓ ୨୨ ତାରିଖରେ ହେବାକୁ ଥିବା ସମ୍ମିଳନୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି ବୋଲି ଖଇରା ଠାରେ ଥିବା ଭାରତୀୟ କମ୍ଯୁନିଷ୍ଟ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଆଲୋକମୟ ପଣ୍ଡା, ସଞ୍ଜୟ କୁମାର ବେହେରା, ବିସ୍ମୟ ବେହେରା, ଉତ୍କଳବନ୍ଧୁ ପଣ୍ଡା, ଅନାମ ଚରଣ ପଣ୍ଡା ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସହିଦ ପରିବାରକୁ ଉଦାହରଣ ତରଫରୁ ସମ୍ବର୍ଦ୍ଧନା

Sunil Chandra Nayak

ମା ଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଘେନ ପୂଜ୍ୟ ପୂଜା

Sunil Chandra Nayak

Leave a Comment

error: Content is protected !!