ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

ସ୍ୱାଧର ଗୃହ ରେ ମହିଳା ଙ୍କ ପ୍ରତି ଘରୋଇ ହିଂସା ନିରୋଧ ପକ୍ଷ ଉଦଯାପିତ 

ଧର୍ମଗଡ:୧୦/୧୨/୨୨: ମହିଳା ମାନେ ଘରୋଇ ହିଂସା ନିରୋଧ ଆଇନ ସମ୍ପର୍କ ରେ ଜାଣିଲେ ହିଁ ଯାଇ ଏଥିରୁ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଆଜି ସ୍ଥାନୀୟ ସ୍ଵାଧାର ଗୃହ ଠାରେ ମହିଳା ଙ୍କ ପ୍ରତି ଘରୋଇ ହିଂସା ନିରୋଧ ପକ୍ଷ ପାଳନ ଅବସର ରେ ଅତିଥି ମାନେ ବ୍ୟକ୍ତ କରିଥିଲେ ।

ଭାରତୀୟ ଆଦିମଜାତି ସେବକ ସଙ୍ଘ ତରଫରୁ ଧର୍ମଗଡ ସ୍ୱଧାର ଗୃହ ଠାରେ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଚାଲି ଥିବା ମହିଳା ଙ୍କ ପ୍ରତି ଘରୋଇ ହିଂସା ନିରୋଧ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ରେ ଉଦଯାପିତ ହୋଇ ଯାଇଛି । ପରିଚାଳନା କମିଟି ସଦସ୍ୟ ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ସହକାରୀ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ମହିଳା ଙ୍କ ଘରୋଇ ହିଂସା ନିରାକରଣ ଲାଗି ଆଇନ ରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ୱାଧର ଗୃହ ସଦସ୍ୟା ଗୀତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସର୍ବୋଦୟ ସମିତି ପରିଚାଲକ ଦେବରାଜ ମହାନନ୍ଦ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ସ୍ୱଧାର ଗୃହ ପରିଚାଲିକା ନିବେଦିତା ପ୍ରଧାନ ଓ ସଭ୍ୟା ଶୋଭା ରାଉତ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଅଧରାମୃତ

Sunil Chandra Nayak

Leave a Comment

error: Content is protected !!